ପ୍ରମୂଖ ଖବର
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ବଡ଼ ଡ୍ରଗ୍ସ ନେଟୱାର୍କର ପର୍ଦ୍ଦାଫାସ୍‌ ; ୪୫ କୋଟି ଟଙ୍କାର ଡ୍ରଗ୍ସ ଜବତ, ୪ ଗିରଫ

Published By : Ankita S | June 10, 2025 8:14 AM

ଗୌହାଟୀ,୧୦/୦୬: ଆସାମର କଚାର ଜିଲ୍ଲାରେ ବଡ଼ ଧରଣର ଅପରେସନ୍‌ରେ ପୁଲିସକୁ ସଫଳତା ମିଳିଛି । ବଡ଼ ଡ୍ରଗ୍ସ ନେଟ୍‌ୱାର୍କର ପର୍ଦ୍ଦାଫାସ୍ ହୋଇଛି । ୪୫ କୋଟି ଟଙ୍କାର ବିପୁଳ ଡ୍ରଗ୍ସ ଜବତ ହୋଇଛି । ଏଥିରେ ୪ଜଣ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି ଆସାମ ପୁଲିସ । ଏ ଗ୍ୟାଙ୍ଗରେ ଆଉ କିଏ କିଏ ସାମିଲ ଅଛନ୍ତି ତାର ଖୋଳତାଡ ଜାରି ରହିଛି ।

ସୋମବାର ଡ୍ରଗ୍ସ କାରବାର ବିରୋଧରେ ବଡ଼ ଧରଣର ଅପରେସନ୍ ହୋଇଥିଲା । ଦୀର୍ଘ ଘଣ୍ଟାର ସର୍ଚ୍ଚ ପରେ ପୁଲିସକୁ ସଫଳତା ମିଳିଥିଲା । ଲଗାତାର ଦୁଇ ଚଢାଉରେ ୧.୫ ଲକ୍ଷ ଟାବଲେଟ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪୫ କୋଟି ଟଙ୍କା ହେବ । ଘଟଣାରେ ୪ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି କଚାର ପୁଲିସ । ଏତେ ବଡ଼ ଧଳାଜହର କାରବାର ପଛରେ ଆଉ କିଏ କିଏ ରହିଛନ୍ତି ତା'ର ଖୋଳତାଡ଼ ଜାରି ରହିଛି ।

ଏହାପୂର୍ବରୁ ମଣିପୁର ଏବଂ ମିଜୋରାମର ସୁରକ୍ଷାବାହିନୀଙ୍କ ଦ୍ୱାରା ୫.୭ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଡ୍ରଗ୍ସ ଜବତ ହୋଇଥିଲା । ଜଣେ ପ୍ରତିରକ୍ଷା ମୁଖ୍ୟପାତ୍ର କହିଥିଲେ, ଆସାମ ରାଇଫଲ୍ସ ମଣିପୁରର ନୋନୀ ଜିଲ୍ଲାରୁ ଜଣେ ଡ୍ରଗ୍ସ ଚାଲାଣକାରୀଙ୍କୁ ଗିରଫ କରିବା ସହିତ ବିପୁଳ ବେଆଇନ ଡ୍ରଗ୍ସ ଜବତ କରିଥିଲେ । ସନ୍ଦିଗ୍ଧ ଡ୍ରଗ୍ସ ମାଫିଆ ଜାତୀୟ ରାଜପଥ-୩୭ ଦେଇ ଇମ୍ପାଲରୁ ଜିରିବାମକୁକୁ ଏକ ଟ୍ରକରେ ଯାଉଥିବାବେଳେ ଧରା ପଡ଼ିଥିଲେ । ସର୍ଚ୍ଚ ଅପରେସନ୍‌ ସମୟରେ ଡ୍ରଗ୍ସ ବ୍ୟବସାୟୀଙ୍କଠୁ ୫୬୯.୨୪ ଗ୍ରାମର ହେରୋଇନ୍‌ ଏବଂ ବିପୁଳ ପରିମାଣର ଆମ୍ଫେଟାଣାଇନ୍‌ ଟାବଲେଟ୍‌ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୫କୋଟି ଟଙ୍କା ହେବ । ଡ୍ରଗ୍ସ ପଡୋଶୀ ମିଆଁମ୍ୟାରରୁ ଚୋରା ଚାଲାଣ କରାଯାଉଥିବା ଅନୁମାନ କରାଯାଇଥିଲା ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏକ୍ସରେ ଖବର ବାବଦରେ କହିଛନ୍ତି, ''୪୫ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଛି । ଦୁଇ ସଫଳ ଡ୍ରଗ୍ସ କାରବାର ବିରୋଧୀ ଅଭିଯାନରେ କଚାର ପୁଲିସକୁ ସଫଳତା ମିଳିଛି । ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି ।''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.