ନୂଆଦିଲ୍ଲୀ,୧୭।୧୧: ସମାଜାବାଦୀ ପାର୍ଟ ମହାସଚିବ ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲାଙ୍କୁ ଝଟକା। ଦୁଇଟି ପାନ୍ କାର୍ଡ ମାମଲାରେ ରାମପୁର କୋର୍ଟ ଦୁହିଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୁହିଁଙ୍କୁ ୭ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇବା ସହ ଜେଲ୍ ପଠାଇ ଦେଇଛନ୍ତି। ଅବଦୁଲାଙ୍କ ଦୁଇଟି ପାନ୍ କାର୍ଡ ମାମଲା ବିଜେପି ବିଧାୟକ ଆକାଶ ସକସେନାଙ୍କ ଅଭିଯୋଗ ପରେ ସାମନାକୁ ଆସିଛି। ସେ ଏହି କେସ୍ ରୁଜୁ କରିଥିଲେ। ଆଜମ ଖାନ୍ ବିରୋଧରେ ମୋଟ ୧୦୪ଟି ମାମଲା ରୁଜୁ ହୋଇଛି। ଏଥିରେ ୧୧ଟି ମାମଲାର ରାୟ ଆସି ସାରିଛି। ୬ଟି ମାମଲାରେ ତାଙ୍କୁ ସଜା ଶୁଣାଇ ଦିଆଯାଇଛି ଓ ୫ଟି ମାମଲାରେ ମୁକ୍ତ ହୋଇଛନ୍ତି।
ଅବଦୁଲ୍ଲ ଆଜମଙ୍କ ଦୁଇଟି ପ୍ୟାନ୍ କାର୍ଡ ମାମଲାରେ ସିଭିଲ ଲାଇନ୍ସ ଥାନାରେ ବିଜେପି ବିଧାୟକ ଆକାଶ ସକସେନାଙ୍କ ପକ୍ଷରୁ ରୁଜୁ କରାଯାଇଥିଲା। ଏହି ମାମଲାରେ ସମାଜାବଦୀ ପାର୍ଟି ନେତା ଆଜମ ଖାନ୍ ମଧ୍ୟ ଅଭିଯୁକ୍ତ ଥିଲେ। ୨୦୧୯ ରେ ରୁଜୁ ମାମଲାରେ କୋର୍ଟରେ ଦୀର୍ଘ ସମୟ ଧରି ଚାଲିଥିଲା। ଅଭିଯୋଗକାରୀ ପକ୍ଷରୁ ଅନ୍ତିମ ବିତର୍କ ଶେଷ ହୋଇ ସାରିଥିଲା, ସେଭଳି ଡିଫେନ୍ସ ପକ୍ଷରୁ ମଧ୍ୟ ବିତର୍କ ଶେଷ ହୋଇଛି। ଏମପିଏମଏଲ୍ ସ୍ବତନ୍ତ୍ର କୋର୍ଟ ୧୭ ନଭେମ୍ବରରେ ରାୟ ଦେଇଛନ୍ତି।
ବିଜେପି ବିଧାୟକ ଆକାଶ ସକସେନା ସିଭିଲ ଲାଇନ୍ସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ, ଆଜମ ଖାନଙ୍କ ପୁଅ ଅବଦୁଲାଙ୍କ ପାନ୍ କାର୍ଡରେ ଜନ୍ମ ତିଥି ୧ ଜାନୁଆରୀ ୧୯୯୩ ରହିଛି, ଯାହାକି ଶିକ୍ଷାଗତ ପ୍ରମାଣପତ୍ର ଆଧାରରେ ଠିକ୍ ଅଛି। ଏହି ପାନ୍ କାର୍ଡରୁ ଅବଦୁଲା ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି। ସେଭଳି ସ୍ବାର-ଟାଣ୍ଡାରୁ ୨୦୧୭ ବିଧାନସଭା ନିର୍ବାଚନରେ ନାମାଙ୍କନରେ ଦିଆଯାଇଥିବା ପ୍ୟାନ୍ କାର୍ଡ ଅଲଗା ରହିଛି। ଏହି ପାନ୍ କାର୍ଡରେ ପାସବୁକ୍ ଠକେଇ କରି ହାତରେ ଲେଖାଯାଇଥିଲା। ନାମାଙ୍କନ ତିଥିରେ ଏହି ପାନ୍ ଚାଲୁ ନଥିଲା। ଅଭିଯୋଗ ରହିଛି ଅବଦୁଲା ଆଜମ ନିଜ ବାପା ଆଜମ ଖାନଙ୍କ ସହ ମି ଷଡଯନ୍ତ୍ର ଅନୁସାରେ ନିର୍ବାଚନ ନାମାଙ୍କନ ବୟସ ସମ୍ପର୍କିତ ଅଯୋଗ୍ୟତାକୁ ଲୁଚାଇବା ପାଇଁ ଜନ୍ମିତିଥି ୩୦ ସେପ୍ଟେମ୍ବର ୧୯୯୦ ଦର୍ଶାଇ ଦ୍ବିତୀୟ ପାନ୍ କାର୍ଡ ତିଆରି କରିଥିଲେ।