ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଆଲୋଚକଙ୍କୁ ରୋହିତଙ୍କ ଜବାବ: ଦୁବାଇ ଆମ ଘରୋଇ ଗ୍ରାଉଣ୍ଡ ନୁହେଁ, କେଉଁ ପିଚ୍ ମିଳିବ ଜଣାନାହିଁ

Published By : Prameya | March 4, 2025 10:26 AM

ଦୁବାଇ,୦୪/୦୩: ଚଳିତ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଏକମାତ୍ର ଦଳ ଭାବେ ପାକିସ୍ତାନ ଯାତ୍ରା କରିନାହିଁ । ଭାରତୀୟ ଦଳର  ସମସ୍ତ ମ୍ୟାଚ୍‌କୁ ଦୁବାଇରେ ଆୟୋଜନ  କରାଯାଉଛି । ଅନ୍ୟ ସମସ୍ତ ଦଳ ମ୍ୟାଚ୍‌  ଖେଳିବା ପାଇଁ ଗୋଟିଏ ଭେନ୍ୟୁରୁ ଆଉ ଗୋଟିଏ ଭେନ୍ୟୁକୁ ଯାତ୍ରା କରୁଥିବାବେଳେ ଭାରତୀୟ  ଦଳ ଦୁବାଇର ଏକ ହୋଟେଲରେ ଅବସ୍ଥାନ  କରିବା ସହ ଅଭ୍ୟାସ କରୁଛି ଓ ମ୍ୟାଚ୍‌ ଖେଳୁଛି । ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳକୁ ଅଧିକ  ସୁବିଧା ମିଳିଥିବା ଆପତ୍ତି ଉଠାଇବା ପରେ ଏହି  ଘଟଣାକୁ ନେଇ ବେଶ୍‌ ଆଲୋଚନା ଚାଲିଥିଲା ।  ମାତ୍ର ରୋହିତ ଶର୍ମା ଆଜି ସମସ୍ତଙ୍କୁ ଚୁପ କରି ଦେଇଛନ୍ତି । 

ସୋମବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ଅବସରରେ ରୋହିତ କହିଛନ୍ତି, ଦୁବାଇ ଆମ ଘରୋଇ ଗ୍ରାଉଣ୍ଡ ନୁହେଁ । ଆମେ ଏଠାରେ ବେଶୀ ମ୍ୟାଚ୍‌ ଖେଳିନାହୁଁ । ତେଣୁ ଏଠାକାର  ଜଳବାୟୁ,ପରିବେଶ ଓ ପିଚ୍‌ ସହ ଆମେ  ପରିଚିତ ନୋହୁଁ । ଅନ୍ୟମାନଙ୍କ ଭଳି ଏଠାକାର ପିଚ୍‌ ମଧ୍ୟ ଆମ ପାଇଁ ନୂଆ । ଆମେ ଖେଳିଥିବା  ୩ଟି ଯାକ ମ୍ୟାଚ୍‌ର ପିଚ୍‌ ଏକାଭଳି ରହିଥିଲେ  ହେଁ ମ୍ୟାଚ୍‌ ସମୟ ଭିନ୍ନ ଭିନ୍ନ ଆଚରଣ  କରିଥିଲା । ମଙ୍ଗଳବାର ଆମକୁ କେଉଁ ପିଚ  ମିଳିବ, ତାହା ମଧ୍ୟ ଆମେ ଏପର୍ଯ୍ୟନ୍ତ ଯାଣି ନାହୁଁ । ଏଠାକାର ପିଚ୍‌ରେ ଖେଳିବା ସହଜ ନୁହେଁ । ପ୍ରତ୍ୟେକ ଦିନ ପିଚ୍‌ ରଙ୍ଗ ବଦଳାଉଛି କହିଲେ ଭୁଲ ହେବ ନାହିଁ । ନ୍ୟୁଜିଲାଣ୍ଡ ବିପକ୍ଷ  ମ୍ୟାଚ୍‌ର ପିଚ୍‌ ପ୍ରାରମ୍ଭରୁ ପେସ୍‌ ବୋଲରଙ୍କୁ  ସହାୟତା କରିଥିଲା। ସଂଧ୍ୟା ପରେ ତାପମାତ୍ର  କମିଥିଲା ଓ ଥଣ୍ଡା ଅନୁଭୂତ ହୋଇଥିଲା । ଏଭଳି ସ୍ଥଳେ ଆମେ ଭାବିଥିଲୁ ପିଚ୍‌ରୁ ଆମ ପେସ୍‌  ବୋଲର ମଧ୍ୟ ଫାଇଦା ଉଠାଇବେ । ହେଲେ ସ୍ପିନରମାନଙ୍କୁ ପିଚ୍‌ ସହାୟତା କରିଥିଲା । ମଙ୍ଗଳବାର ପିଚ୍‌ କିଭଳି ଆଚରଣ କରିବ, ଏବେଠୁ କହିବା ମୁସ୍କିଲ। ହେଲେ ଆମେ ସବୁ ପରିସ୍ଥିତିରେ ଖେଳିବାକୁ ପ୍ରସ୍ତୁତ ରହିଛୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.