ଦୁବାଇ, ୧/୦୩: ଚଳିତ ଦୁବାଇ ଓପନ ଟେନିସ୍‌ ଟୁର୍ଣ୍ଣାମେଣ୍ଟରେ  ଭାରତର ୟୁକି ଭାମ୍ବ୍ରି ଓ ଅଷ୍ଟ୍ରେଲିଆର ଆଲେକ୍ସି ପପିରିନ୍‌ ଯୋଡ଼ିଙ୍କ  ସ୍ୱପ୍ନର ଯାତ୍ରା ଜାରି ରହିଛି । ଉଭୟ ଚମତ୍କାର ଖେଳ ଜାରି  ରଖି ପୁରୁଷ ଡବଲ୍ସ ଫାଇନାଲ୍‌ରେ  ପ୍ରବେଶ କରିଛନ୍ତି । 

ଶୁକ୍ରବାର ଅନୁଷ୍ଠିତ ସେମି  ମୁକାବିଲାରେ ଏହି ଇଣ୍ଡୋ-ଅଷ୍ଟ୍ରେଲୀୟ  ଯୋଡ଼ି ୬-୨, ୪-୬, ୧୦-୭ ସେଟ୍‌ରେ  ବ୍ରିଟେନର ଜାମି ମରେ ଓ ଅଷ୍ଟ୍ରେଲିଆର  ଜନ୍‌ ପିୟର୍ସ ଯୋଡ଼ିଙ୍କୁ ପରାସ୍ତ କରିଥିଲେ ।  ଏହି ମ୍ୟାଚ୍‌ ଜିତିବା ପାଇଁ ଉଭୟଙ୍କୁ  ପାଖାପାଖି ଦେଢ଼ ଘଣ୍ଟା ଲାଗିଥିଲା ।  ଏହି ବିଜୟ ସହ ଭାମ୍ବ୍ରି କ୍ୟାରିୟରରେ  ପ୍ରଥମ ଏଟିପି ୫୦୦ ଫାଇନାଲ୍‌ରେ  ପ୍ରବେଶ କରିଛନ୍ତି । ଆସନ୍ତାକାଲି  ଭାମ୍ବ୍ରି-ପପିରିନ୍‌ ଯୋଡ଼ି ଟାଇଟଲ୍‌ ଲଢ଼େଇରେ ଦ୍ୱିତୀୟ ସିଡ୍‌  ଫିନ୍‌ଲାଣ୍ଡର ହ୍ୟାରୀ ହେଲିଓଭାରା  ଓ ବ୍ରିଟେନର ହେନରୀ ପ୍ୟାଟର୍ଣ୍ଣ ଯୋଡ଼ିଙ୍କୁ  ସାମ୍ନା କରିବେ । ଉଭୟ ପୂର୍ବରୁ ଟପ୍‌  ସିଡ୍‌ ଯୋଡ଼ିଙ୍କୁ ହରାଇ ସାରିଥିବାରୁ  ଶନିବାର ମଧ୍ୟ ଆଉ ଏକ ବିପର୍ଯ୍ୟୟ  ଘଟାଇବା ସହ ଟାଇଟଲ୍‌ ଜିତିବା  ନେଇ ଦୃଢ଼ ମନୋବଳରେ ରହିଛନ୍ତି ।