ବୁର୍ଲା, ୨୮/୦୪: ମରିବା ପରେ ବି ଶାନ୍ତି ନାହିଁ । ଶବ ବୁଲିଲା ଏ ଶ୍ମଶାନରୁ ସେ ଶ୍ମଶାନ । କାଠ ନଥିବାରୁ ଶବକୁ କରାଗଲା ସ୍ଥାନାନ୍ତର । ବୁର୍ଲା ସହରର ବିଷ୍ଣୁ ମନ୍ଦିର ପଡ଼ା ଶ୍ମଶାନ ଘାଟରେ ଘଟିଛି ଏପରି ଘଟଣା । କାଠ ଅଭାବ ପାଇଁ ଆତ୍ମୀୟସ୍ୱଜନ ସମ୍ବଲପୁର ରାଜଘାଟ ନେଇ ଶବ ସତ୍କାର କରିଛନ୍ତି ।
ବୁର୍ଲାବାସୀ ବିଷ୍ଣୁ ମନ୍ଦିର ପଡ଼ା ଶ୍ମଶାନ ଘାଟରେ ଅନ୍ତିମ ସତ୍କାର କରିଥାନ୍ତି । ହେଲେ ଏଠାକାର ଅବ୍ୟବସ୍ଥା ଯୋଗୁ ଲୋକେ ଶବ ନେଇ ସମ୍ବଲପୁର ରାଜଘାଟ ଯାଇ ହଇରାଣ ସହ ଖର୍ଚ୍ଚାନ୍ତରେ ପଡୁଛନ୍ତି । ପ୍ରଶାସନର ଉଦାସୀନତା ଯୋଗୁଁ ଶ୍ମଶାନ ପରିଚାଳନା ପାଇଁ ଠିକା ପାଇଥିବା ଠିକାଦାର ମନଇଚ୍ଛା କାର୍ଯ୍ୟ କରୁଛନ୍ତି ।
ଆହୁରି ପଢ଼ନ୍ତୁ...ବ୍ୟାଙ୍କ ଶାଖା ଆଗରେ ଛାତିଥରା ଦୃଶ୍ୟ: କଙ୍କାଳ ରଖି ବସିଲା ସାନ ଭାଇ, ୨୦ ହଜାର ଜମା ଟଙ୍କା ଦାବି
ଗତ ୨୫ ତାରିଖ ବୁର୍ଲା ନିବାସୀ ଲବ ମହାନନ୍ଦଙ୍କ ମାତୃ ବିୟୋଗ ହେବା ପରେ ଦାହ କାର୍ଯ୍ୟ ପାଇଁ ଏହି ଶ୍ମଶାନ ଘାଟକୁ ଆସିଥିଲେ । କିନ୍ତୁ ସେଠାରେ ଠିକାଦାର ନିଯୁକ୍ତ କରିଥିବା କର୍ମଚାରୀମାନେ ଦାହ କାର୍ଯ୍ୟ ହୋଇପାରିବ ନାହିଁ ବୋଲି କହିଥିଲେ । କାରଣ ପଚାରିବାରୁ କାଠ ନାହିଁ ବୋଲି କହିଥିଲେ । ସମ୍ପୃକ୍ତ ଠିକାଦାରଙ୍କୁ ବାରମ୍ୱାର ଫୋନ କରିଥିଲେ ମଧ୍ୟ ସେ ଫୋନ ଗ୍ରହଣ କରିନଥିବା ଲବ ଅଭିଯୋଗ କରିଛନ୍ତି । ଶେଷରେ କୌଣସି ଉପାୟ ନପାଇ ବାଧ୍ୟ ହୋଇ ସମ୍ୱଲପୁର ରାଜଘାଟକୁ ଯିବା ପାଇଁ ବାଧ୍ୟ ହେଲେ । ଜଣେ ଆର୍ଥିକ ଅନଗ୍ରସର ବ୍ୟକ୍ତି ଏପରି ସ୍ଥିତିରେ କିପରି କାର୍ଯ୍ୟ ସମ୍ପାଦନ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଲବ ଦାବି କରିଛନ୍ତି ।
ଆହୁରି ପଢ଼ନ୍ତୁ...Weather Update : ଆକାଶରୁ ବର୍ଷୁଛି ନିଆଁ, କଲବଲ କରୁଛି ଗୁଳୁଗୁଳି, ୨ ଦିନ ଯାଏଁ ତାତିରୁ ନାହିଁ ନିସ୍ତାର