ଭୁବନେଶ୍ୱର/ରାଉରକେଲା/କଟକ,୧୮/୦୮: ଦୁଲୀପ୍‌ ଟ୍ରଫିର ପୂର୍ବାଞ୍ଚଳ  ଦଳରେ ୱିକେଟ୍‌ କିପର ଇଷାନ କିଷନଙ୍କ  ସ୍ଥାନରେ ଓଡ଼ିଆ ଯୁବ ୱିକେଟ୍‌ କିପର  ଆଶୀର୍ବାଦ ସ୍ୱାଇଁଙ୍କୁ ସ୍ଥାନ ମିଳିଛି । ଆହତ  ହେବା ଯୋଗୁ କିଷନ ଦଳକୁ ବାଦ ପଡ଼ିଛନ୍ତି । 

ଆସନ୍ତା ୨୮ ତାରିଖରୁ ବେଙ୍ଗାଲୁରୁରେ  ଆରମ୍ଭ ହେବାକୁ ଯାଉଛି ଦୁଲୀପ ଟ୍ରଫି ।  ପୂର୍ବରୁ ବ୍ୟାଟର ସନ୍ଦୀପ ପଟ୍ଟନାୟକ ଏକମାତ୍ର ଓଡ଼ିଆ ଭାବେ ସମ୍ଭାବ୍ୟ ପୂର୍ବାଞ୍ଚଳ  ଦଳରେ ସ୍ଥାନ ପାଇଥିଲେ । ଆଶୀର୍ବାଦ ଷ୍ଟାଣ୍ଡ୍‌-ବାଏ ତାଲିକାରେ ରହିଥିଲେ ।  ଆସନ୍ତା ୨୮ ତାରିଖରେ ଉତ୍ତରାଞ୍ଚଳ ବିପକ୍ଷରେ ପୂର୍ବାଞ୍ଚଳ ଅଭିଯାନ ଆରମ୍ଭ କରିବ ।  

ଆଶୀର୍ବାଦ ସମ୍ଭାବ୍ୟ ଦଳରେ ସ୍ଥାନ ପାଇବା ପରେ ଓଡ଼ିଶା କ୍ରିକେଟ୍‌ ସଂଘର  ସମ୍ପାଦକ ସଞ୍ଜୟ ବେହେରା ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଶୁଭେଚ୍ଛା ଜଣାଇଛନ୍ତି।