ପ୍ରମୂଖ ଖବର
  • ଢେଙ୍କାନାଳ : ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ, ଚାପି ହୋଇ ରହିଥିବା ଡ୍ରାଇଭର ଉଦ୍ଧାର
  • ||
  • ଅସ୍ତରଙ୍ଗ ଏବଂ ଛତ୍ରପୁର ଆଇଆଇସି ନିଲମ୍ବିତ; ତଦନ୍ତ ରିପୋର୍ଟ ଦେବାକୁ ୨ ରେଞ୍ଜ ଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ
  • ||
  • ଚାଷୀ ପଞ୍ଜୀକରଣ ହେଲା ସରଳ; ବଂଶାନୁକ୍ରମିକ ପ୍ରମାଣପତ୍ର ବଦଳରେ ସେଲ୍ଫ ଡିକ୍ଲାରେସନରେ ରେଜିଷ୍ଟ୍ରେସନ
  • ||
  • ସୁନ୍ଦରଗଡ଼ : ଜୁଆ ଆଡ୍ଡାରେ ରେଡ୍‌; ୧୪ ଗିରଫ, ଲକ୍ଷାଧିକ ଟଙ୍କା ଜବତ
  • ||
  • ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ
  • ||
  • ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୪ ଜଣ ଗିରଫ
  • ||
  • ଶେରଗଡ ;ଦୁଇ ବସ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
  • ||
  • ଚମାଖଣ୍ଡି ଅଞ୍ଚଳର ଏକ ଗାଈ ଗୁହାଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ମାଓ ଲିଙ୍କ୍‌ ନେଇ ସନ୍ଦେହ
  • ||
  • କିସ୍ତୱାଡ଼ ପରେ କଠୁଆରେ ବାଦଳଫଟା ବର୍ଷା,୪ ମୃତ, ରେସ୍କ୍ୟୁ ଜାରି
  • ||
  • ପାକିସ୍ତାନରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୩ଶହ ପାର୍, ରେସ୍କ୍ୟୁ ହେଲିକପ୍ଟର କ୍ରାସରେ ୫ ମୃତ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ, ଆଜି ଚୂଡାନ୍ତ ହେବ NDA ପ୍ରାର୍ଥୀଙ୍କ ନାମ, ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ
  • ||
  • ଭାରତ ଫେରିଲେ ସୁନାପୁଅ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା,ଦିଲ୍ଲୀରେ ଭବ୍ୟ ସ୍ୱାଗତ
  • ||
  • ୧୮ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା; ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ
  • ||

କଟକ ପୂର୍ବାଞ୍ଚଳ ଶାନ୍ତି କମିଟିର ଦୁର୍ଗାପୂଜା ପ୍ରସ୍ତୁତି ବୈଠକ, ସେପ୍ଟେମ୍ବର ୨୮ରୁ ଶାରଦୀୟ ଦୁର୍ଗା ପୂଜା

Published By : Manoj | August 17, 2025 2:20 PM

କଟକ,୧୭/୦୮:  ଶାରଦୀୟ ଦୁର୍ଗା ପୂଜାର ଆଦ୍ୟପର୍ବ ମାଟି ଅନୁକୂଳ ସରିଛି। ସେପ୍ଟେମ୍ବର ୨୮ରୁ ଆରମ୍ଭ ହେବ କଟକର ପ୍ରସିଦ୍ଧ ଦୁର୍ଗା ପୂଜା । ଏଥିପାଇଁ କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକରେ ଅନୁଷ୍ଠିତ ହୋଇଥିଲା। ଦୁର୍ଗାପୂଜା ଆୟୋଜନ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। 

ସୂଚନା ଅନୁଯାୟୀ, ଆଜି କଟକ ମହାନଗର ପୂର୍ବାଞ୍ଚଳ  ଶାନ୍ତି କମିଟିର ଦୁର୍ଗା ପୂଜା ପ୍ରସ୍ତୁତି ସଭା   ବିଦ୍ୟାଧରପୁରସ୍ଥିତ ଦ୍ୱାରିକାମାୟୀ ସାଇ ମନ୍ଦିର ପରିସରରେ  ଅନୁଷ୍ଠିତ ହୋଇଥିଲା । ବିଦ୍ୟାଧରପୁର ପୂଜା କମିଟି ନିମନ୍ତ୍ରଣ କ୍ରମେ ପୂର୍ବାଞ୍ଚଳ ଶାନ୍ତି କମିଟି ଅଧୀନ ସମସ୍ତ ପୂଜା କମିଟିର ସଭାପତି,  ସଂପାଦକ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଗାମୀ ଦୁର୍ଗାପୂଜା  ଓ ଭସାଣି ଉତ୍ସବର ସଫଳ ଆୟୋଜନ ସଂପର୍କରେ ବିସ୍ତୃତ  ଭାବେ ଆଲୋଚନା କରିଛନ୍ତି। ସର୍ବସମ୍ମତି କ୍ରମେ ସେପ୍ଟେମ୍ବର ୨୮ ତାରିଖରେ କଟକର ପ୍ରସିଦ୍ଧ ଦୁର୍ଗା ପୂଜା ହେବାକୁ ଦିନ ଧାର୍ଯ୍ୟ କରାଯାଇଛି । ଅକ୍ଟୋବର ୩ରେ ମାଆଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ। 

ବୈଠକରେ ରାସ୍ତାଘାଟ ମରାମତି,  ଭିତ୍ତିଭୂମି ସମସ୍ୟା, ଦୁର୍ଗା ପୂଜା ଆୟୋଜନ ସଂପର୍କିତ ବିଭିନ୍ନ  ସମସ୍ୟା, ଭସାଣି ଶୋଭାଯାତ୍ରା ଆଦି ବିଭିନ୍ନ ପ୍ରସଙ୍ଗରେ  ଆଲୋଚନା ହୋଇଥିଲା। ଏହି ବୈଠକରେ  ନିର୍ବାଚିତ ଜନପ୍ରତିନିଧି, ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗ,  ଜିଲ୍ଳା ପ୍ରଶାସନ, ସିଏମ୍‌ସି କର୍ତ୍ତୃପକ୍ଷ ଓ କମିସନ୍‌ରେଟ୍‌ ପୁଲିସ  ପ୍ରଶାସନ ମଧ୍ୟ ଯୋଗଦେବେ ଦେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.