ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ନବମୀ ପୂଜାରେ ଉତ୍ସବ ମୁଖର ମାଲକାନଗିରି, ବିଭିନ୍ନ ସ୍ଥାନରେ ନବମୀ ପୂଜା ସହ ନବ କନ୍ୟା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

Published By : Gurupada Nath | October 11, 2024 11:20 PM

ମାଲକାନଗିରି,୧୧/୧୦ : ମା ଦୁର୍ଗାଙ୍କ ଆଗମନରେ ଧରା ପୃଷ୍ଠ ସଜେଇ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ମା’ଙ୍କ ଏହି ପୂଜାକୁ ହର୍ଷ ଉଲ୍ଲାସର ସହ ପାଳନ ଲାଗି ବିଭିନ୍ନ ସାଜ ସଜ୍ଜା କରାଯାଇଛି । ବିଭିନ୍ନ ପୂଜା ମଣ୍ଡପରେ ମୃଣ୍ମୟ ଦେବୀଙ୍କ ସହ ମନ୍ଦିର ସ୍ଥାୟୀ ପିଠେ ନୀତି କାନ୍ତି ଅନୁଯାୟୀ ପୂଜା ପାଳିତ ହୋଇଛି । ଏହିକ୍ରମରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଆଡମ୍ବର ସହକାରେ ଏହି ପୂଜା ପାଳିତ ହେଉଥିବାବେଳେ ବିଭିନ୍ନ ମନ୍ଦିର ପିଠରେ ମା’ଙ୍କ ନବମୀ ବେଶ ଦର୍ଶନ କରିଛନ୍ତି ଭକ୍ତମାନେ । ଆଜି ପୀଠ ଗୁଡିକରେ ନବମୀ ପୂଜା ପାଳନ ହେଉଥିବାବେଳେ ନବରାତ୍ରି ବ୍ରତ ଧାରୀମାନେ ମା’ଙ୍କ ପୂଜା କରିବା ସହ ନବ କନ୍ୟା ପୂଜନ କରିଛନ୍ତି । ବିଭିନ୍ନ ସ୍ଥାନରେ ଏହି ବ୍ରତଧାରୀ ଭକ୍ତମାନେ ୯ଜଣ ଛୋଟ ଛୋଟ କନ୍ୟାଙ୍କୁ ବିଭିନ୍ନ ବେଶରେ ସଜେଇ ବନ୍ଦାପନା କରିବା ସହ ପୂଜା କରିଥିବା ଦେଖିବାକୁ ମିଳିଛି । ଶାରଦୀୟ ଦୁର୍ଗାପୂଜା ପାଇଁ ଜିଲ୍ଲା ଚଳଚଞ୍ଚଳ ହୋଇଥିବାବେଳେ ମାଲକାନଗିରି ଜିଲ୍ଲା, ନବ ରାତ୍ରି ପୂଜାର ନବମୀ ଦିନରେ ଜିଲ୍ଲାର ଥିବା ଦୁର୍ଗା ମନ୍ଦିର ଗୁଡିକରେ ମା’ଙ୍କ ଦର୍ଶନ ପାଇଁ ବିଭିନ୍ନ ଦୁର୍ଗା ମନ୍ଦିରରେ ଭକ୍ତମାନଙ୍କ ଭିଡ଼ ଲାଗିଥିଲା। 

ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ଶତାଧିକ ଦୁର୍ଗା ମଣ୍ଡପ ଗୁଡିକରେ ଆଜି ଅଷ୍ଟମୀ ପୂଜା ଧୁମ ଧାମରେ ପାଳିତ ହେଉଥିବାବେଳେ ବିଶେଷ କରି ମାଲକାନଗିରି ସହରରେ ସୁବାଷ ବୋଷ ଛକ ଟାଉନ କ୍ଲବ ମଣ୍ଡପରେ ଛତିଶଗଡ଼ ରାଜ୍ୟର ପ୍ରତ୍ୟକ୍ଷ୍ୟ ଦେବୀ ମାତା ଦନ୍ତେଶ୍ଵରୀଙ୍କ ମନ୍ଦିର ଶୈଳୀରେ ପୂଜା ମଣ୍ଡପ ଓ ତୋରଣ ନିର୍ମାଣ ହୋଇଥବାରୁ ଏହା ବେଶ ଆକର୍ଷକ ହୋଇଛି । ଏହା ବ୍ୟତୀତ ଦଣ୍ଡକାରଣ୍ୟ ସର୍ବଜାନୀନ ପୂଜା ମଣ୍ଡପ, ଜିଲ୍ଲା ପୁଲିସ ପୂଜା ମଣ୍ଡପ, ଡିଏନଏ କେ ଛକ ମଣ୍ଡପ, କଲେଜ ଛକ ନୂଆଗୁଡା ମଣ୍ଡପ, ବସ ଷ୍ଟାଣ୍ଡ ମଣ୍ଡପ ସହିତ ଦୁର୍ଗାଗୁଡ଼ି ସାହିର ମୂଳପୀଠ ଦୁର୍ଗା ମନ୍ଦିର, ଏମଭି ୩ ମା ମଙ୍ଗଳା ମନ୍ଦିର, ଡିଏନକେ ଦୁର୍ଗା ମନ୍ଦିର ସହିତ ମୋଟ ୧୦ଟି ସ୍ଥାନରେ ବହୁ ଆଡ଼ମ୍ବର ସହକାରେ ପୂଜା ହୋମ ଯଜ୍ଞ ହୋଇଛି। 

ବିଭିନ୍ନ ମଣ୍ଡପ ନିକଟରେ ସୁଉଚ୍ଚ ତୋରଣ ସାଙ୍ଗକୁ ସୁନ୍ଦର ଆଲୋକ ମାଳା ସଜା ଯାଇଛି। ବିଶେଷ କରି ବିଭିନ୍ନ ମଣ୍ଡପରେ ମା ଦୁର୍ଗାଙ୍କ ପଟଚିତ୍ର ଥାଇ ସେଲ୍ଫି ପଏଣ୍ଟ, ଭଜନ ସମାରୋହ, ରଙ୍ଗଲୀ, ଝୁଟି ମୁରୁଜ ପକାଯାଇ ପଥପ୍ରାନ୍ତ ଉତ୍ସବ ପାଳିତ ହୋଇଛି, ସକାଳେ, ମଧ୍ୟାହ୍ନ, ସନ୍ଧ୍ୟାରେ ବିଭିନ୍ନ ପୂଜା ମଣ୍ଡପ ନିକଟରେ ଭକ୍ତମାନଙ୍କ ପାଇଁ ଖିରି, ଖିଚିଡି, ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଉଥିବା ଦେଖିବାକୁ ମିଳିଛି। ପ୍ରତିଦିନ ଶତାଧିକ ଭକ୍ତମାନେ ମଣ୍ଡପକୁ ଆସି ମାଙ୍କ ଦର୍ଶନ କରୁଛନ୍ତି। ସେହିପରି ଡିଏନକେ ପୂଜା କମିଟି ପକ୍ଷରୁ ଦଶହରା ଅବସରରେ ପଥ ଉତ୍ସବର ଆୟୋଜନ କରାଯାଇଥିବାବେଳେ ଲୋକଙ୍କ ମଧ୍ୟରେ ଏହି ପୂଜା ବେଶ ଖୁସି ଭରି ଦେଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.