ପ୍ରମୂଖ ଖବର
  • ଫୁଲବାଣୀ : ନିଖୋଜ ବ୍ୟବସାୟୀଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • କୋରାପୁଟ ଜିଲ୍ଲାପାଳଙ୍କ ଅଚାନକ କୋଟିଆ ଗସ୍ତ, ଏସ୍ ଏସ୍‌ ଡି ହାଇସ୍କୁଲ ପିଲାଙ୍କ ସହ କରିଲେ ଆଲୋଚନା
  • ||
  • ଗଞ୍ଜାମ : ସ୍କୁଲ ଗେଟ୍‌ରେ ପଡିଲା ତାଲା, ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା
  • ||
  • କଟକ : ଗାଁ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ନୟାଗଡ଼ : ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଫୋପାଡ଼ିଲା ବୋମା, ଜଣେ ଆହତ
  • ||
  • ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ-ହଂସିକା, ପୂର୍ବରୁ ଖାରଜ ହୋଇଥିଲା ଆବେଦନ
  • ||
  • ଭୌମ ଏକାଦଶୀ ପାଇଁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି ବନ୍ଦ,୩ ମାସରେ କାମ ସାରିବ ଏଏସ୍‌ଆଇ
  • ||
  • ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଆଜି ଯାଜପୁରରୁ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି, ଆଜି ରେଜଲ୍ଟ
  • ||

ଏସ୍‌ସିବି ନବକଳେବର କାମ ବେଳେ ମିଳିଲା ବଡ଼ ଲୁହା ଖଣ୍ଡ, ବଡ଼ ଡଙ୍ଗା ଟାଣିବାରେ ହେଉଥିଲା ବ୍ୟବହାର

Published By : Harapriya Sethi | January 15, 2025 10:57 AM

କଟକ,୧୫/୦୧: ଏସ୍‌ସିବି ମେଡିକାଲ୍‌ ନବକଳେବର କାମ ଚାଲିଥିବାବେଳେ ମଙ୍ଗଳବାର ଯୋବ୍ରା ନୌବାଣିଜ୍ୟ ସଂଗ୍ରହାଳୟ ନିକଟରୁ ମିଳିଛି ଏକ ବଡ଼ ଲୁହା ଖଣ୍ଡ । ମୋଟର୍‌ ଆକୃତିର ଏହି ଲୁହା ଖଣ୍ଡରେ ଏକ ଲମ୍ବା ଲୁହା କଡ଼ି ମଧ୍ୟ ଲାଗିଛି । ଏହି ଲୁହାଖଣ୍ଡ ପୂର୍ବରୁ ଯାବ୍ରାରେ ଥିବା ବଡ଼ ଡଙ୍ଗା ମରାମତି କାରଖାନାର ସୂଚନା ଦେଉଥିଲା ବେଳେ ବଡ଼ ଡଙ୍ଗା ଅଟକାଇବା ଓ ଟାଣିବା ପାଇଁ ଏହାକୁ ବ୍ୟବହାର କରାଯାଉଥିବା ନୌବାଣିଜ୍ୟ ସଂଗ୍ରହାଳୟ ପକ୍ଷରୁ ଅନୁମାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଲୁହା ଖଣ୍ଡର ୧୦ ଫୁଟ୍‌ ବାହାରକୁ ବାହାରିଛି । ତେଣୁ ଅଧିକ ଖୋଳାଗଲେ ଏହି ସରଞ୍ଜାମର ପ୍ରକୃତ ସ୍ୱରୂପ ଜଣାପଡ଼ିବ । ବୁଧବାର ନୌବାଣିଜ୍ୟ ସଂଗ୍ରହାଳୟର ଉଚ୍ଚସ୍ତରୀୟ ଅଧିକାରୀ ସ୍ଥିତି ପରଖିବେ କରିବେ ବୋଲି ସୂଚନା ମିଳିଛି । 

ସୂଚନାନୁସାରେ, ପ୍ରାୟ ୧୮୬୯ ମସିହାରେ ମହାନଦୀରେ ଡଙ୍ଗାରେ ନୌବାଣିଜ୍ୟ ଚାଲୁଥିଲା । ଯୋବ୍ରାଠାରେ ଏକ ଡଙ୍ଗା ମରାମତି କାରାଖାନା ନିର୍ମାଣ ହୋଇଥିଲା । ଏଠାରେ ବିଭିନ୍ନ ପ୍ରକାରର ଡଙ୍ଗା ମରାମତି ହେଉଥିଲା । ପରାଧୀନ ଭାରତରେ ବିହାର, ବଙ୍ଗଳା ଏବଂ ଓଡ଼ିଶା ତିନିଟି ପ୍ରଦେଶର ଆବଶ୍ୟକତାକୁ ପୂରଣ କରିଥିଲା ଏହି କାରଖାନା । ଏହାକୁ ବ୍ରିଟିଶ ପ୍ରଶାସନର ତତ୍କାଳୀନ ପୂର୍ତ୍ତ ବିଭାଗର ଜଣେ ଅଧିକାରୀ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ମରୁଡ଼ିର ପ୍ରଭାବକୁ ପ୍ରତିହତ କରିବା ପାଇଁ ବ୍ରିଟିଶ ପ୍ରଶାସନ ତଟ କେନାଲ, ତାଳଦଣ୍ଡା କେନାଲ ଏବଂ ଅନ୍ୟାନ୍ୟ ଜଳସେଚନ ପ୍ରକଳ୍ପ ଖନନ କାର୍ଯ୍ୟ ହାତକୁ ନେଇଥିଲା । ତେଣୁ କଟକରୁ କୋଲକାତାକୁ ପ୍ରବେଶ କେବଳ ମହାନଦୀ ଦ୍ୱାରା ସମ୍ଭବ ହେଉଥିଲା । ତେଣୁ ବାଟରେ ଯୋବ୍ରା ସ୍ଥିତ କାରଖାନାରେ ଡଙ୍ଗା ଆସି ରହୁଥିଲା । ଯାହାର ଅନେକ ପ୍ରମାଣ ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟରେ ସାଇତା ରହିଛି । ସଂଗ୍ରହାଳୟ ପଛ ପାର୍ଶରେ ତାଳଦଣ୍ଡା କେନାଲ୍‌କୁ ଲାଗି ପୂର୍ବରୁ ଏକ କେନାଲ୍‌ ଥିଲା । ଯେଉଁ ବାଟରେ ଡଙ୍ଗାଗୁଡ଼ିକ କାରଖାନାକୁ ପ୍ରବେଶ କରୁଥିଲା । ସେହି ସ୍ଥାନରେ ଏବେ ଏସ୍‌ସିବିର ନୂଆ ପ୍ରକଳ୍ପ କାର୍ଯ୍ୟ ଚାଲିଥିଲାବେଳେ ଏକ ୧୦ ଫୁଟ ଉଚ୍ଚତାର ଲୁହା ଖଣ୍ଡ ବାହାରିଛି । ଯାହାର ପ୍ରକୃତ ଉଚ୍ଚତା ୧୫ଫୁଟ୍‌ ହେବ ବୋଲି ଅନୁମାନ କରାଯାଇଛି । ଖନନ କାର୍ଯ୍ୟ ଏବେ ବନ୍ଦ କରାଯାଇଛି । ବୁଧବାର ଉଚ୍ଚପଦସ୍ଥ ଅଧିକାରୀଙ୍କ ତଦନ୍ତ ପରେ ଆବଶ୍ୟକ କ୍ଷେତ୍ରରେ ଏହାକୁ ଆଣି ସଂଗ୍ରହାଳୟରେ ସ୍ଥାନ ଦିଆଯିବ ବୋଲି ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.