ବଲାଙ୍ଗିର,୨୦/୦୫: ଭୀମଭାଇ ମେଡିକାଲ କଲେଜ  ହସ୍ପିଟାଲରେ ଗାଡିଚୋରି ଭୟରେ କର୍ମଚାରୀମାନେ ଭିତରେ ଗାଡି ରଖୁଛନ୍ତି ଏବଂ ସିକ୍ୟୁରିଟି ଗାର୍ଡ ଗାଡିକୁ ଜଗୁଛନ୍ତି ।  କେବଳ ଏତିକି ନୁହେଁ ଏବେ ଆଉ ଏକ ସଂଗୀନ ଭିଡିଓ  ସାମ୍ନାକୁ ଆସିଛି । ଯେଉଁଥିରେ ନିରାମୟ ଔଷଧ ବିତରଣ  କେନ୍ଦ୍ର ଭିତରେ ବ୍ୟାଟେରୀ ଚାଳିତ ସ୍କୁଟି ଚାର୍ଜରେ ବସିଛି ।  ନିରାମୟ କେନ୍ଦ୍ରକୁ ଔଷଧ ଆଣିବାକୁ ଯାଉଥିବା ଲୋକେ ଏହି ଦୃଶ୍ୟ ଦେଖିବା ପରେ ସେମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ  ପାଇଥିଲା । ଏସମ୍ପର୍କରେ ମେଡିକାଲ ଅଧିକ୍ଷୀକା ଡ. ମାନସୀ  ପଣ୍ଡାଙ୍କୁ ପଚାରିବାରୁ ଆଗାମୀ ଦିନରେ ଏଭଳି ଘଟଣା ଯେମିତି  ନଘଟେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କହିଥିଲେ ।