କଟକ,୦୧/୦୩: ରାସନ୍ କାର୍ଡ ସହ ଇ-କେୱାଇସି ସଂଯୋଗ ଅବଧି ଆଜି ଅର୍ଥାତ ଫେବ୍ରୁଆରୀ ୨୮ ତାରିଖ ଶେଷ ଦିନ ଥିଲା । ଏହି ଅବଧି ବୃଦ୍ଧି ନହେବା ଫଳରେ ଇ-କେୱାଇସି ସଂଯୋଗରୁ ଆହୁରି ୧୦ ଲକ୍ଷ ୬୫ ହଜାର ୩୨୩ ଜଣ ହିତାଧିକାରୀ ବାଦ୍ ପଡ଼ିଯାଇଛନ୍ତି । ରାଜ୍ୟ ସରକାର ଅବଧି ବୃଦ୍ଧି ନ କଲେ ଏହି ହିତାଧିକାରୀଙ୍କ ଭାଗ୍ୟ କ’ଣ ହେବ ତାହାକୁ ନେଇ ବଡ଼ ପ୍ରଶ୍ନ ଉଠିଛି ।
ପ୍ରାୟ ଦେଢ଼ ବର୍ଷ ତଳେ ରାଜ୍ୟ ସରକାର ପ୍ରତ୍ୟେକ ରାସନ୍ କାର୍ଡ ସହ ଇ-କେୱାଇସି ସଂଯୋଗ ପାଇଁ ନିଷ୍ପତ୍ତି ନେଇଥିଲେ । ରାଜ୍ୟରେ ଥିବା ପ୍ରାୟ ୩ କୋଟି ୨୮ ଲକ୍ଷ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ସଂଯୋଗ ବାଧ୍ୟତାମୂଳକ କରାଯାଇଥିଲା । ପ୍ରଥମେ ଅଳ୍ପ କିଛି ମାସ ସମୟ ଦିଆଯାଇଥିଲା । କିନ୍ତୁ ଏହି ସମୟ ମଧ୍ୟରେ ୨୦ରୁ ୩୦% ଇ-କେୱାଇସି ମଧ୍ୟ ସଂଯୋଗ ସମ୍ଭବ ହେଲାନି । ଫଳରେ ସରକାରଙ୍କୁ ବାରମ୍ବାର ସମୟ ଗଡ଼ାଇବାକୁ ପଡ଼ିଲା । ଏବେ ଇ-କେୱାଇସି ସଂଯୋଗ ଆରମ୍ଭର ଦେଢ଼ବର୍ଷ ପରେ ମଧ୍ୟ ଏହି କାର୍ଯ୍ୟ ଶେଷ ହୋଇପାରି ନାହିଁ । ଏବେ ବି ପ୍ରତିଦିନ ରାଜ୍ୟରେ ପ୍ରାୟ ୫ ହଜାର ହିତାଧିକାରୀଙ୍କ ଇ-କେୱାଇସି ସଂଯୋଗ କରାଯାଉଛି ।
ଅଧିକ ପଢ଼ନ୍ତୁ :- ହୋଲିରେ ଅମାନିଆ ହେଲେ ଉଠାଇ ନେବ ପୁଲିସ, ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ସାଧା ପୋଷାକରେ ବୁଲିବେ ସ୍କ୍ବର୍ଡ
ରାଜ୍ୟ ସରକାର ପ୍ରାୟ ଦୁଇମାସ ତଳେ ଇ-କେୱାଇସି ଅବଧି ଶେଷ ହୋଇଯିବା ପରେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏବେ ଏହି ଇ-କେୱାଇସି ସଂଯୋଗରୁ ବାଦ୍ ପଡ଼ିଯାଉଥିବା ହିତାଧିକାରୀଙ୍କ ସମସ୍ୟା ସଂକ୍ରାନ୍ତରେ ଓଡ଼ିଶା ଫେୟାର ପ୍ରାଇସ୍ ସପ୍ ଡିଲର୍ସ ଆସୋସିଏସନ୍ର ସାଧାରଣ ସମ୍ପାଦକ ଏକ୍ରାମ ହୁସେନ୍ କହିଛନ୍ତି ଯେ, କ’ଣ ପାଇଁ ଏତେ ସଂଖ୍ୟକ ହିତାଧିକାରୀ ଇ-କେୱାଇସି ସଂଯୋଗ କରିପାରିଲେ ନାହିଁ ସେ ନେଇ ରାଜ୍ୟ ସରକାର ଚିନ୍ତା କରିବା ଆବଶ୍ୟକ । ଅନେକ ଜିଲ୍ଲାରେ ଇଣ୍ଟରନେଟ୍ ସମସ୍ୟା ଯୋଗୁଁ ହିତାଧିକାରୀଙ୍କ ଇ-କେୱାଇସି ସଂଯୋଗ ହୋଇପାରୁ ନାହିଁ । ଦ୍ୱିତୀୟରେ ଆଧାର କାର୍ଡ ଅପ୍ଡେଟ୍ ଆଉ ଏକ ବଡ଼ ସମସ୍ୟା । ତେଣୁ ଏହି ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା କରିବା ଆବଶ୍ୟକ । ଇ-କେୱାଇସି ସଂଯୋଗ ଚାଲୁଥିଲା ବେଳେ ପିଓଏସ୍ ମେସିନ୍ରେ ଅନେକ ହିତାଧିକାରୀଙ୍କ ଟିପ ଚିହ୍ନ ନେଉନଥିବା ଅଭିଯୋଗ ହେଉଛି । ଏପରିକି ଆଖି ଡୋଳା ମେଳ ଖାଉନାହିଁ । ବୟସାଧିକ କାରଣ, ଶଯ୍ୟାଶାୟୀ ବୃଦ୍ଧ/ବୃଦ୍ଧା, ଦିବ୍ୟାଙ୍ଗ ତଥା ଅସୁସ୍ଥତା ଏବଂ ୧୦ ବର୍ଷରୁ କମ୍ ପିଲାଙ୍କର ଇ-ୱାଇସି ସଂଯୋଗ ହୋଇପାରୁ ନାହିଁ । ଏମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ନ କରି ଯଦି ସିଧାସଳଖ ଚାଉଳ ବନ୍ଦ କରି ଦିଆଯାଏ ତେବେ ଏମାନେ କ’ଣ କରିବେ ବୋଲି ସେ ପ୍ରଶ୍ନ କରିଛ