ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମଣିପୁରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୬ ରେକର୍ଡ

Published By : Anindita Ratha | March 5, 2025 2:08 PM

ନୂଆଦିଲ୍ଲୀ,୦୫/୦୩: ମଣିପୁରରେ ଭୂକମ୍ପ ଝଟକା। ଆଜି ଦିନ ଦ୍ବିପହରରେ ମଣିପୁରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୫.୬ ରେକର୍ଡ କରାଯାଇଛି । ଯଦିଓ ଏହି ଭୂକମ୍ପରେ କାହାର କୌଣସି କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ମିଳିନି । କିନ୍ତୁ ଏଥିରେ ଲୋକେ ଭୟଭୀତ  ହୋଇଥିବା ଜଣାପଡ଼ିଛି । 

ଏହା ମଧ୍ୟ ପଢନ୍ତୁ- ମିଆଁମାରରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ

ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ଅନୁସାରେ, ଭୂକମ୍ପ କେନ୍ଦ୍ର ମଣିପୁରର ଚୋଙ୍ଗଦାନରୁ ୨୯ କିଲୋମିଟର ଦୂରରେ ଥିଲା । ସେହିପରି ମିଆଁମାରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଆଜି ସକାଳୁ ମିଆଁମାରରେ  ମଧ୍ୟ ଭୂକମ୍ପ ହୋଇଥିଲା ।  ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ କରାଯାଇଥିଲା ।  ଏଥିରେ ମଧ୍ୟ କ୍ଷୟକ୍ଷତି ହେବା ନେଇ କୌଣସି ସୂଚନା ନାହିଁ । ନିକଟ ଅତୀତରେ ଭାରତ ଏବଂ ବିଶ୍ବରେ ଅନେକ ଛୋଟ ବଡ଼ ଭୂମିକମ୍ପ ଲୋକଙ୍କ ମନରେ ଭୟ ସଞ୍ଚାର କରିଛି ।  ଗତ ଦୁଇ ମାସରେ ଦିଲ୍ଲୀ-ଏନସିଆର, ହରିଆଣା, ଫରିଦାବାଦ,ଆଫଗାନିସ୍ତାନ, ପାକିସ୍ତାନ, ତିବ୍ବତ, ବିହାର ଓ ନେପାଳରେ ଭୂକମ୍ପ ହୋଇଛି । ସେହିପରି ଗତ ୨୦୨୪ ମସିହାରେ  ସମସ୍ତ ଦେଶରେ ଭୂକମ୍ପ ହୋଇଥିଲା । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.