ନୂଆଦିଲ୍ଲୀ,୦୫/୦୩: ମଣିପୁରରେ ଭୂକମ୍ପ ଝଟକା। ଆଜି ଦିନ ଦ୍ବିପହରରେ ମଣିପୁରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୫.୬ ରେକର୍ଡ କରାଯାଇଛି । ଯଦିଓ ଏହି ଭୂକମ୍ପରେ କାହାର କୌଣସି କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ମିଳିନି । କିନ୍ତୁ ଏଥିରେ ଲୋକେ ଭୟଭୀତ  ହୋଇଥିବା ଜଣାପଡ଼ିଛି । 

ଏହା ମଧ୍ୟ ପଢନ୍ତୁ- ମିଆଁମାରରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ

ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ଅନୁସାରେ, ଭୂକମ୍ପ କେନ୍ଦ୍ର ମଣିପୁରର ଚୋଙ୍ଗଦାନରୁ ୨୯ କିଲୋମିଟର ଦୂରରେ ଥିଲା । ସେହିପରି ମିଆଁମାରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଆଜି ସକାଳୁ ମିଆଁମାରରେ  ମଧ୍ୟ ଭୂକମ୍ପ ହୋଇଥିଲା ।  ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ କରାଯାଇଥିଲା ।  ଏଥିରେ ମଧ୍ୟ କ୍ଷୟକ୍ଷତି ହେବା ନେଇ କୌଣସି ସୂଚନା ନାହିଁ । ନିକଟ ଅତୀତରେ ଭାରତ ଏବଂ ବିଶ୍ବରେ ଅନେକ ଛୋଟ ବଡ଼ ଭୂମିକମ୍ପ ଲୋକଙ୍କ ମନରେ ଭୟ ସଞ୍ଚାର କରିଛି ।  ଗତ ଦୁଇ ମାସରେ ଦିଲ୍ଲୀ-ଏନସିଆର, ହରିଆଣା, ଫରିଦାବାଦ,ଆଫଗାନିସ୍ତାନ, ପାକିସ୍ତାନ, ତିବ୍ବତ, ବିହାର ଓ ନେପାଳରେ ଭୂକମ୍ପ ହୋଇଛି । ସେହିପରି ଗତ ୨୦୨୪ ମସିହାରେ  ସମସ୍ତ ଦେଶରେ ଭୂକମ୍ପ ହୋଇଥିଲା ।