ଭୁବନେଶ୍ୱର,୨୪/୧୨; ଭଦ୍ରକ ଚାନ୍ଦବାଲିରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର । ୧୦ ବର୍ଷର ନାବାଳିକାକୁ ହତ୍ୟା ଘଟଣାରେ ଭଦ୍ରକ ଏସପି ଓ ସମ୍ପୂର୍ଣ୍ଣ ଟିମ ତଦନ୍ତ ଦାୟିତ୍ଵ ନେଇଥିଲେ । ନାବାଳିକାଙ୍କ ବାପାଙ୍କ ଏତଲାରେ ପୋସ୍କୋ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତକୁ ଠାବ କରିବା ଚାଲେଞ୍ଜ ଥିଲା ବୋଲି କହିଛନ୍ତି ପୂର୍ବାଞ୍ଚଳ ଡିଆଇଜି ।

ପ୍ରତିକ୍ରିୟା ଦେଇ ଡିଆଇଜି କହିଛନ୍ତି,'' ଲୋକେ ଉତ୍ତେଜିତ ଥିଲେ , ଆଇନଶୃଙ୍ଖଳାକୁ ନିୟନ୍ତ୍ରଣ କରିଛୁ । ବହୁତ୍ ଟିମ୍ ଗଠନ ହୋଇଥିଲା । ସାକ୍ଷୀ କେହି ନଥିଲେ । ୧୨ ଘଣ୍ଟାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ବଳିଷ୍ଠ ପ୍ରମାଣ ପାଇଁ ଡାକ୍ତର ଶବ ବ୍ୟବଚ୍ଛେଦ କରିବେ । ସାଇଣ୍ଟିଫିକ ଟିମ୍ ତଦନ୍ତ କରିଛି । ବର୍ତ୍ତମାନ ସୁଦ୍ଧା ଜଣେ ଅଭିଯୁକ୍ତ ସଂପୃକ୍ତି ପ୍ରମାଣ ମିଳିଛି । ଅଧିକ ଲୋକଙ୍କ ସଂପୃକ୍ତିକୁ ନେଇ ତଦନ୍ତ ଚାଲିଛି । ଅଭିଯୁକ୍ତ ନିକ ରୁ ସମ୍ବେଦନଶୀଳ ସାମଗ୍ରୀ ପାଇଛୁ । ଅଭିଯୁକ୍ତ ଘଟଣା ସ୍ବୀକାର କରିଛି । ''

ଭଦ୍ରକ ଚାନ୍ଦବାଲିରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡ଼ିଛି । ଜଗତସିଂହପୁରରୁ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ କରିଛି ପୁଲିସ । ଘଟଣାକୁ ନେଇ ଚାନ୍ଦବାଲିରେ ରାସ୍ତାରୋକ ଓ ଉତ୍ତେଜନା ଦେଖା ଦେଇଛି । ଗାଁରେ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଉତ୍ତେଜନାକୁ ଦେଖି ବେଆଇନ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।