ନୂଆଦିଲ୍ଲୀ: ପାଟନାର ଜାନିପୁର ଅଞ୍ଚଳରୁ ଏକ ଦୁଃଖଦ ଘଟଣା ଏବେ ସାମ୍ନାକୁ ଆସିଛି । ଏଠାରେ ଏକ ଘର ଭିତରୁ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଆଁରେ ପୋଡି ହେବା କାରଣରୁ ଏମାନେ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । 

ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ଏବଂ ଏକ ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ କରାଯାଇଛି।"ଆମେ ଗୁରୁବାର ସକାଳେ ସୂଚନା ପାଇଲୁ ଯେ ଜାନିପୁର ଅଞ୍ଚଳରେ ସେମାନଙ୍କ ଘର ଭିତରେ ଦୁଇଟି ଶିଶୁ ମୃତ ଅବସ୍ଥାରେ ପଡ଼ିଛନ୍ତି। ଯେଉଁ ବିଛଣାରେ ମୃତଦେହ ମିଳିଥିଲା ତାହା ମଧ୍ୟ ପୋଡ଼ି ଯାଇଥିଲା। ଆମେ ମୃତଦେହ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଛୁ ବୋଲି ଅଧିକାରୀ କହିଛନ୍ତି। ପିଟିଆଇ ଅନୁଯାୟୀ, ପିଲା ମାନଙ୍କ ମାଆ ଏମ୍ସ ପାଟନାରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରନ୍ତି।




ଫୁଲୱାରୀ ସରିଫ ଡିଏସ୍ପି ୨, ଦୀପକ କୁମାର ଏଏନଆଇକୁ କହିଛନ୍ତି ଯେ ପୋଡ଼ି ଯିବା ପରେ ପିଲା ମାନଙ୍କର ମୃତ୍ୟୁ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନଙ୍କ ବାପା ନିର୍ବାଚନ କମିଶନରେ କାର୍ଯ୍ୟ କରନ୍ତି। ଅଧିକ ତଦନ୍ତ ପାଇଁ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛି।

 

ଏହି ସମୟରେ, ପରିବାର ସଦସ୍ୟ କହିଛନ୍ତି ଯେ ପିଲା ମାନଙ୍କୁ ହତ୍ୟା କରାଯାଇଛି। ଏହା ଉପରେ ପୋଲିସ ଅଧିକାରୀ କହିଛନ୍ତି କି, "ଆମେ ସମସ୍ତ ଦୃଷ୍ଟିକୋଣରୁ ମାମଲାର ତଦନ୍ତ କରୁଛୁ। ତଦନ୍ତକାରୀଙ୍କୁ ସାହାଯ୍ୟ କରିବା ପାଇଁ ଫରେନସିକ୍ ବିଶେଷଜ୍ଞ ମାନଙ୍କୁ ନିୟୋଜିତ କରାଯାଇଛି, ଏବଂ କୁକୁର ସ୍କ୍ୱାଡର ଏକ ଦଳ ମଧ୍ୟ ସେମାନଙ୍କୁ ସହାୟତା କରୁଛି । ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି।"

"ପିଲାମାନଙ୍କ ପରିବାର ସଦସ୍ୟ ତଦନ୍ତକାରୀଙ୍କୁ କହିଛନ୍ତି ଯେ, ଯେଉଁ କୋଠରୀରେ ସେମାନଙ୍କୁ ମୃତ ଅବସ୍ଥାରେ ପାଇଥିଲେ ତାହା ବାହାରୁ ବନ୍ଦ ଥିଲା। କୋଠରୀର ଝରକା ମଧ୍ୟ ବନ୍ଦ ଥିଲା,