ପ୍ରମୂଖ ଖବର
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ପରିବେଶ ସୁରକ୍ଷା କରୁଛନ୍ତି ଚାଟଶାଳୀ ପିଲା, ରାକ୍ଷୀରୁ ଉଠିବ ଗଛ

Published By : Prameya | July 25, 2025 3:10 PM

ପୁରୀ,୨୫/୦୭: ସୁରକ୍ଷା ଓ  ସଚେତନତାର ବାର୍ତ୍ତା ସହ ରାକ୍ଷୀପୂର୍ଣ୍ଣିମା  ପାଳନ ହେବ । ରାକ୍ଷୀରେ ଦିନକୁ ଦିନ  ପ୍ଲାଷ୍ଟିକ ଓ ଜରିର ବ୍ୟବହାର ବଢି  ଚାଲିଛି । ଯାହା ଫଳରେ ଭଉଣୀର  ସୁରକ୍ଷା କରୁକରୁ ମା’ ମାଟିର ଓ  ପରିବେଶ ସୁରକ୍ଷା କଥା ଆମେ  ଭୁଲିଯାଉଛୁ । ଏଣୁ ଏହାର ବିକଳ୍ପ  ଚିନ୍ତା କରି ଗୋବରରେ ରାକ୍ଷୀ ପ୍ରସ୍ତୁତ  କରିଛନ୍ତି ସନ୍ତୋଷ କୁମାର ରାଉତ ।  ଏହି ଗୋବର ରାକ୍ଷୀ ଦେଖିବାକୁ ଫ୍ୟାନ୍ସି  ରାକ୍ଷୀଠାରୁ କୌଣସି ଗୁଣରେ କମ୍‌  ନୁହେଁ । ତେବେ ଏହା ମାଟିରେ ପଡ଼ିଲେ  ପରିବେଶ ପାଇଁ କ୍ଷତି ହେବନି । ବରଂ  ଏକ ଗଛ ଉଠିବ ।  

ସନ୍ତୋଷ ଅନ୍ୱେଷଣ ଚାଟଶାଳୀର  ଛାତ୍ରଛାତ୍ରୀଙ୍କ ସହଯୋଗରେ ଏହି  ରାକ୍ଷୀ ସବୁ ପ୍ରସ୍ତୁତ କରିଛନ୍ତି । ଗୋବର  ସହ ଗୋମୂତ୍ର, କ୍ଷୀର, ଦହି ଏବଂ ଘିଅ  ଆଦିକୁ ମିଶ୍ରଣ କରି ଏହି ରାକ୍ଷୀ ପ୍ରସ୍ତୁତ  ହୋଇଛି । ଗୋ ମାତାଠାରୁ ମିଳୁଥିବା ୫  ଉପାଦାନକୁ ନେଇ ଏହି ରାକ୍ଷୀ ପ୍ରସ୍ତୁତ ହୋଇଥିବାରୁ ଏହା ପଞ୍ଚଗବ୍ୟ ରାକ୍ଷୀ  ଭାବେ ନାମିତ ହୋଇଛି । ସନ୍ତୋଷ  ବିଭିନ୍ନ ଗୋଶାଳା ସହ ଜଡ଼ିତ ଥିବାରୁ  ଏଠାରୁ ବାହାରୁଥିବା ବର୍ଜ୍ୟରୁ କିଛି  ନୂଆ କରି ଦେଖାଇବାର ପ୍ରୟାସରେ  ପଞ୍ଚଗବ୍ୟ ରାକ୍ଷୀକୁ ପରୀକ୍ଷାମୂଳକ  ଭାବେ ପ୍ରସ୍ତୁତ କରିଥିଲେ । ଏହା  ତାଙ୍କର ନିଜସ୍ୱ ଆବିଷ୍କାର । ୪ରୁ ୫  ବର୍ଷ ହେବ ସେ ଏହି ପଞ୍ଚଗବ୍ୟ ରାକ୍ଷୀ  ପ୍ରସ୍ତୁତ କରୁଛନ୍ତି । ଏହି ପଞ୍ଚଗବ୍ୟ  ରାକ୍ଷୀ ବଜାରରେ ମିଳୁଥିବା ଫ୍ୟାନ୍ସି ରାକ୍ଷୀଠାରୁ କୌଣସି ଗୁଣରେ କମ୍‌  ନୁହେଁ । ଏହା ଦେଖିବାକୁ ଫ୍ୟାନ୍ସି ରାକ୍ଷୀ  ଭଳି ହୋଇଥିବା ବେଳେ ଏହାର ଦର  ମଧ୍ୟ ପ୍ରାୟ ଫ୍ୟାନ୍ସି ରାକ୍ଷୀ ସହ ସମାନ । 

ପାଖାପାଖି ୩ରୁ ୪ ମାସ ପୂର୍ବରୁ  ରାକ୍ଷୀ ପ୍ରସ୍ତୁତ ଆରମ୍ଭ ହୋଇଯାଇଥିଲା ।  ପଞ୍ଚଗବ୍ୟରେ ମୁଲତାନି ମାଟି ମିଶାଇ  ପ୍ରସ୍ତୁତ ହୋଇଥିବା ସମ୍ମିଶ୍ରଣକୁ ବିଭିନ୍ନ  କଳାକୃତି, ଫୁଲ, ପତ୍ର, ପ୍ରଜାପତି,  ଜଗନ୍ନାଥ ଭଳି ବିଭିନ୍ନ ଆକାର  ଦିଆଯାଇଥାଏ । ଏହି ସମ୍ମିଶ୍ରଣରେ  ବିଭିନ୍ନ ଗଛର ମଞ୍ଜି ମଧ୍ୟ ମିଶିଛି ।  ଫଳରେ ଏଥିରୁ ଗଛ ଉଠିପାରିବ ।  ସନ୍ତୋଷଙ୍କ କହିବା ମୁତାବକ,  ଏହି ରାକ୍ଷୀ ଗାଈର ପାଞ୍ଚଟି ତତ୍ତ୍ୱକୁ  ନେଇ ପ୍ରସ୍ତୁତ ହୋଇଥିବାରୁ ଧାର୍ମିକ  ଦୃଷ୍ଟିକୋଣରୁ ମଧ୍ୟ ପବିତ୍ର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.