ରାୟଗଡ(ଗଜପତି)୧୭।୧୧:- ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଆଜି ଠାରୁ ଆରମ୍ଭ ହେଲା ଇକୋ ରିସୋର୍ଟ। ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ମହେନ୍ଦ୍ରଗିରିରେ ରାତିରେ ରହି ସକାଳର ପ୍ରଥମ ସୂର୍ଯ୍ୟୋଦୟ ଦେଖିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ। ଏହାକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉଦଘାଟନ କରିଛନ୍ତି। ତାଙ୍କ ସହ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏବଂ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ପାରଳାଖେମୁଣ୍ଡି ବିଧାୟକ ଇଂ. ରୁପେଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ମନ୍ତ୍ରୀମାନେ ହେଲିକପ୍ଟର ଯୋଗେ ଆସି କଇଁପୁର ଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ସେଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ମହେନ୍ଦ୍ରଗିରିକୁ ଯାଇ ଇକୋ ରିସୋର୍ଟ ଉଦଘାଟନ କରିଥିଲେ। ମହେନ୍ଦ୍ରଗିରିକୁ ହଜାର ହଜାର ପର୍ଯ୍ୟଟକ ଆସୁଥିଲେ ମଧ୍ୟ ସେମାନଙ୍କ ପାଇଁ କୌଣସି ସୁବିଧା ସୁଯୋଗ ନଥିଲା। ତେବେ ଏହି ପ୍ରକଳ୍ପ ଆରମ୍ଭ ହେବା ପରେ ସମସ୍ତ ସୁବିଧା ମିଳିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିବା ସହ ଏହାର ଉନ୍ନତି ପାଇଁ ଡିପିଆର ପ୍ରସ୍ତୁତ ହୋଇସାରିଛି ଏବଂ ଅତିଶୀଘ୍ର ତାହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଛନ୍ତି।

​​​​​​​

ଉପ ମୁଖ୍ୟମନ୍ତ୍ରୀ ଙ୍କ ଗ୍ରସ୍ତ ସମୟରେ ବ୍ରହ୍ମପୁର ମଣ୍ଡଳର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବିଶ୍ଵନାଥ ନୀଲାନ୍ନଭର,  ଗଜପତି ଜିଲ୍ଲାପାଳ ମଧୁମିତା, ଗଞ୍ଜାମ ଜିଲ୍ଲାପାଳ ଭି. କୀତ୍ତି ଭାସନ,ବନଖଣ୍ଡ ଅଧିକାରୀ କେ. ନାଗାରାଜୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ ମହାନ୍ତି, ଉପଜିଲ୍ଲାପାଳ ଅନୁପ ପଣ୍ଡା, ଏଡିଏମ୍ ଫାଲଗୁନି ମାଝୀ, ପିଏଆଇଟିଡ଼ିଏ ଅଂଶୁମାନ ରଥ, ଏସିଏଫ୍ ଅରୁଣ କୁମାର ସାହୁ, ସାଇନଶ୍ରି ଦାସ ,  ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅରୁଣ ତ୍ରିପାଠୀ, ମହେନ୍ଦ୍ର ବନାଞ୍ଚଳ ଅଧିକାରୀ  ଅମ୍ରିତ ସୁଭ୍ରଜିତ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାୟଗଡ଼ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି, ଆର. ଉଦୟଗିରି ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର,  ବରିଷ୍ଠ ବିଜେପି ନେତା ସିଦ୍ଧେଶ୍ଵର ମିଶ୍ର, ପ୍ରଭାତ ପାତ୍ର, ସୁଦର୍ଶନ ପାଇକ, ମନୋଜ ସାହୁ, କାମଦେବ ବଡ଼ନାୟକ, ଶ୍ରୀନିବାସ ରାଓ, ପ୍ରଭାକର ମଲ୍ଲିକ, ଅଂଶୁମାନ ପଣ୍ଡା, ବରିଷ୍ଠ ଆଦିବାସୀ ନେତା ତଥା ଟି ଡ଼ି ସି ସି ଓ. ଏଲ ନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ସମେତ ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।