ନୂଆଦିଲ୍ଲୀ, ୨୯।୧: ବିଶ୍ୱ ଅର୍ଥନୀତି ଯେତେବେଳେ ଅନିଶ୍ଚିତତା, ଯୁଦ୍ଧ, ବ୍ୟାପାର ଅବରୋଧ ଓ ମହଙ୍ଗା ଛାଟ ଦେଇ ଗତି କରୁଥିଲା । ଠିକ୍ ସେହି ସମୟରେ ଭାରତ ନିଜ ଆତ୍ମବିଶ୍ୱାସ ଓ ସାମର୍ଥ୍ୟ ସହିତ ଆଗକୁ ବଢ଼ିଚାଲିଥିଲା । ୨୦୨୫-୨୬ ଆର୍ଥିକ ବର୍ଷ ଭାରତର ଆର୍ଥିକ ଇତିହାସରେ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଥିଲା । ସଂଯମ, ସୁଧାର ଓ ସମାବେଶୀ ବିକାଶ ହେଉଛି ଦେଶର ସଫଳତାର ମୂଳ ଆଧାର । ଏହି ବର୍ଷ ଭାରତର ଜିଡିପି ୭.୪ ପ୍ରତିଶତ ବୃଦ୍ଧି ଘଟିଲା, ଯାହା କେବଳ ଗୋଟିଏ ସଂଖ୍ୟା ନୁହେଁ, ଏହା ଥିଲା ଦେଶର କୃଷକ, ଶ୍ରମିକ, ଉଦ୍ୟୋଗୀ, ଯୁବକ ଓ ନାରୀଙ୍କ ସାମୁହିକ ପରିଶ୍ରମର ପରିଣାମ । ଲୋକଙ୍କ ଖର୍ଚ୍ଚାନ୍ତ ବଢ଼ିଲା ଫଳରେ ଚାହିଦା ବି ବଢ଼ିଲା । ଗାଁ ଓ ସହର ମଧ୍ୟରେ ଆର୍ଥିକ ସୁଧାପର ଦେଖାଦେଲା ।
ଗ୍ରାମାଞ୍ଚଳରେ ଭଲ ବର୍ଷା ଓ ଉତ୍ପାଦନ କୃଷକଙ୍କୁ ଆଶ୍ୱସ୍ତି ଦେଲା । ୨୦୨୪-୨୫ରେ ଭାରତ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରିଥିଲା । ପିଏମ୍-କିଷାନ ଯୋଜନା ମାଧ୍ୟମରେ କୃଷକଙ୍କ ଖାତାକୁ ସିଧାସଳଖ ଟଙ୍କା ପହଞ୍ଚିଲା, ଯାହା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କଲା । ସହରଗୁଡ଼ିକରେ ମଧ୍ୟ ପରିବର୍ତ୍ତନ ସ୍ପଷ୍ଟ ଭାବେ ପରିଦର୍ଶିତ ହେଲା । ନୂଆ ସଡ଼କ, ରେଳପଥ, ବିମାନବନ୍ଦର ଓ ଡିଜିଟାଲ ସଂଯୋଗ ଦେଶକୁ ଏକ ନୂଆ ଉନ୍ନତି ଆଡ଼କୁ ନେବାରେ ସହାୟକ ହୋଇଥିଲା । ରାଜପଥ ସୁଦୀର୍ଘ ହେବା ସହ ରେଳପଥ ପ୍ରାୟ ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ୍ ଦ୍ୱାରା ପରିଚାଳିତ ହେଲା । ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଘରୋଇ ବିମାନ ଯାତ୍ରା ବଜାର ଭାବେ ଉଭା ହେଲା ।
ବ୍ୟାଙ୍କିଂ କ୍ଷେତ୍ରରେ ମଧ୍ୟ ଏକ ବଡ଼ ପରିବର୍ତ୍ତନ ଦେଖାଦେଲା । ଗାଁଠୁ ସହର ପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ପ୍ରଥମ ଥର ପାଇଁ ବ୍ୟାଙ୍କିଂ ବ୍ୟବସ୍ଥା ସହ ଯୋଡ଼ି ହେଲେ । ଜନଧନ ଖାତା, ମୁଦ୍ରା ଋଣ, ସ୍ୱନିଧି ଯୋଜନା ଏସବୁ ମିଶି ଲୋକଙ୍କ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାର ସାହାସ ଦେଲା । ଭାରତ ବିଶ୍ୱ ଅର୍ଥନୀତି ସହ ଦୃଢ଼ ଭାବେ ଯୋଡ଼ି ହେଲା । ଏକ ନୂଆ ଉଚ୍ଚତାରେ ପହଞ୍ଚିଲା ସେବା ଓ ରପ୍ତାନି । ବିଦେଶରେ କାମ କରୁଥିବା ଭାରତୀୟମାନେ ଦେଶକୁ ରେକର୍ଡ ପରିମାଣର ରେମିଟାନ୍ସ ଅର୍ଥାତ୍ ଆର୍ଥିକ ସହାୟତା ପଠାଇଲେ । ବିଦେଶ ମୁଦ୍ରା ଆରକ୍ଷଣ ବଢ଼ିବାରୁ ଦେଶ ଆଗାମୀ ଝଟକାକୁ ସମ୍ମୁଖୀନ କରିବା ପାଇଁ ସଜାଗ ହେଲା । ମହଙ୍ଗା ମାଡ଼ ଯେତେବେଳେ ଅନେକ ଦେଶ ପାଇଁ ସମସ୍ୟା ପାଲଟିଥିଲା, ସେହି ସମୟରେ ଭାରତ ଏହାକୁ ନିୟନ୍ତ୍ରଣରେ ରଖିବାରେ ସକ୍ଷମ ହେଲା । ଖାଦ୍ୟ ଓ ଇନ୍ଧନ ମୂଲ୍ୟ ସ୍ଥିର ରହିଲା, ଯାହା ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କଲା । ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଭାରତ ଆଗକୁ ବଢ଼ିଲା । ମାତୃ ଓ ଶିଶୁ ମୃତ୍ୟୁହାର କମିଲା । କୋଟି କୋଟି ଅସଂଗଠିତ ଶ୍ରମିକ e-Shram ପୋର୍ଟାଲରେ ପଞ୍ଜିକୃତ ହୋଇ ସରକାରୀ ସୁବିଧାର ଲାଭ ପାଇଲେ । ନିଜ ଶକ୍ତି ଉପରେ ଭରସା ରଖି, ବିଶ୍ୱ ସହ ହାତ ମିଳାଇ, ଭାରତ ୨୦୪୭ର ବିକଶିତ ଦେଶର ସ୍ୱପ୍ନକୁ ଧୀରେଧୀରେ ବାସ୍ତବତାରେ ପରିଣତ କରୁଛି ।
ଆହୁରି ପଢ଼ନ୍ତୁ... ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ଦେବେ ପିଏମ୍ ମୋଦି , ବଜେଟ୍ ଉପରେ ନିର୍ମଳା ସୀତାରମଣ ... ସାମ୍ନାକୁ ଆସିଲା ତାରିଖ