ପ୍ରମୂଖ ଖବର
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଡବ୍ଲ୍ୟୁଟିସି ବିଲ୍ଡର , ଭୂଟାନୀ ଗ୍ରୁପର ଅଫିସ ଉପରେ ଇଡି ରେଡ୍ ; ୧୨ ସ୍ଥାନରେ ଚଢଉ

Published By : Gurupada Nath | February 27, 2025 5:51 PM

ନୂଆଦିଲ୍ଲୀ,୨୭/୨ :‌ ପ୍ରବର୍ତ୍ତନ ଦିର୍ଦେଶାଳୟ(ଇଡି) ଗୁରୁବାର ଏକ ବଡ଼ ଆକ୍ସନ ନେଇଛି । ଯାଞ୍ଚ ଏଜେନ୍ସି ଡବ୍ଲ୍ୟୁଟିସି ବିଲ୍ଡର ଏବଂ ଭୂଟାନୀ ଗ୍ରୁପ୍ ସହ ଯୋଡ଼ି ହୋଇଥିବା ୧୨ସ୍ଥାନ‌ରେ ଚଢଉ କରିଛି । ଏହି ରେଡ୍ ଦିଲ୍ଲୀ, ନୋଏଡ଼ା, ଫରୀଦାବାଦ ଏବଂ ଗୁରୁଗ୍ରାମରେ ହୋଇଛି । କୁହାଯାଉଛି କି ନିବେଶକଙ୍କଠାରୁ ଠକେଇ ମାମଲାରେ ଏହି ଆକ୍ସନ ନିଆଯାଇଛି ।

ଇଡି ଡବ୍ଲ୍ୟୁଟିସି ବିଲ୍ଡରର ଅଫିସ, ଏହାର ପ୍ରମୋଟର ଆଶିଷ ଭଲ୍ଲା ଏବଂ ଭୁଟାନୀ ଗ୍ରୁପର ୧୨ଠିକଣାରେ ସର୍ଚ୍ଚ ଜାରି ରଖିଛି।  ଏହି ଠିକଣା ଦିଲ୍ଲୀ, ନୋଏଡ଼ା, ଫରୀଦାବାଦ ଏବଂ ଗୁରୁଗ୍ରାମରେ ଅଛି । ଡବ୍ଲ୍ୟୁଟିସି ଗ୍ରୁପର ଫରୀଦାବାଦ, ନୋଏଡ଼ା ଏବଂ ନିକଟ ଅଞ୍ଚଳରେ କେତେକ ପ୍ରୋଜେକ୍ଟସ ଚାଲୁ ରହିଛି । ଅଭିଯୋଗ ଅଛି କି ଗ୍ରୁପ ନିବେଶକଙ୍କଠାରୁ ୧୦୦୦କୋଟି ଟଙ୍କାରୁ ଅଧିକ ନେଇଛି ଏବଂ ଗତ ୧୦-୧୨ବର୍ଷରେ ପ୍ରୋଜେକ୍ଟ୍ସ ପୂରା ହୋଇନାହିଁ । ଏହି ମାମଲାରେ ଡବ୍ଲ୍ୟୁଟିସି ବିଲ୍ଡର, ଆଶୀଷ ଭଲ୍ଲା, ଭୂଟାନୀ ଗ୍ରୁପ ବିପକ୍ଷରେ ଫରୀଦାବାଦ ପୋଲିସ ଏବଂ ଇଓଡବ୍ଲ୍ୟୁ ଦିଲ୍ଲୀ ଦ୍ବାରା କେତେକ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ଏବେ ଇଡି ଏହି ଆକ୍ସନ ନେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.