ନୂଆଦିଲ୍ଲୀ,୨୪/୦୭: ଅନ୍‌ଲାଇନ ଶପିଂ ପ୍ଲାଟଫର୍ମ ମିନ୍ତ୍ରା ଏବଂ ଏହାର ସହଯୋଗୀ କମ୍ପାନି  ଗୁଡ଼ିକ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)  ୧୬୫୪ କୋଟିର ଜାଲିଆତି ମାମଲା ରୁଜୁ କରିଛି ।  ବିଦେଶୀ ବିନିମୟ ପରିଚାଳନା ଆଇନ (ଫେମା)  ଉଲ୍ଲଘଂନ ନେଇ ଏହି କମ୍ପାନି ବିରୋଧରେ ଅଭିଯୋଗ  ରହିଛି । 

ମିନ୍ତ୍ରା ଡିଜାଇନ୍ସ ପ୍ରାଇଭେଟ ଲିମିଟେଡ ଏବଂ  ଏହାର ସହଯୋଗୀ କମ୍ପାନି ହୋଲ୍‌ସେଲ୍‌ କ୍ୟାଶ  ଆଣ୍ଡ୍‌ କ୍ୟାରି ନାମରେ ମଲ୍ଟି ବ୍ରାଣ୍ଡ୍‌ ରିଟେଲ୍‌ କାରବାର  କରୁଥିବା ନେଇ ଇଡିକୁ ଅଭିଯୋଗ ମିଳିଥିଲା । ଏହା  ଏଫ୍‌ଡିଆଇ ନିୟମର ଉଲ୍ଲଘଂନ । ଏହି ଘଟଣାରେ ଇଡି  କମ୍ପାନିର କିଛି ଦସ୍ତାବିଜ ଏବଂ ଆର୍ଥିକ ରେକର୍ଡ ଗୁଡ଼ିକୁ  ତଦନ୍ତ ପରିସରଭୁକ୍ତ କରିଛି । ଏହି ଘଟଣାରେ କମ୍ପାନି  ବିଦେଶୀ ପାଣ୍ଠିର ବ୍ୟବହାର ଏବଂ ନିୟମ ଉଲ୍ଲଘଂନ  ଭଳି ବିଭିନ୍ନ ଦିଗକୁ ଏବେ ତର୍ଜମା କରାଯାଉଥିବା  ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।