ନୂଆଦିଲ୍ଲୀ,୨୪/୦୭: ଅନ୍ଲାଇନ ଶପିଂ ପ୍ଲାଟଫର୍ମ ମିନ୍ତ୍ରା ଏବଂ ଏହାର ସହଯୋଗୀ କମ୍ପାନି ଗୁଡ଼ିକ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୬୫୪ କୋଟିର ଜାଲିଆତି ମାମଲା ରୁଜୁ କରିଛି । ବିଦେଶୀ ବିନିମୟ ପରିଚାଳନା ଆଇନ (ଫେମା) ଉଲ୍ଲଘଂନ ନେଇ ଏହି କମ୍ପାନି ବିରୋଧରେ ଅଭିଯୋଗ ରହିଛି ।
ମିନ୍ତ୍ରା ଡିଜାଇନ୍ସ ପ୍ରାଇଭେଟ ଲିମିଟେଡ ଏବଂ ଏହାର ସହଯୋଗୀ କମ୍ପାନି ହୋଲ୍ସେଲ୍ କ୍ୟାଶ ଆଣ୍ଡ୍ କ୍ୟାରି ନାମରେ ମଲ୍ଟି ବ୍ରାଣ୍ଡ୍ ରିଟେଲ୍ କାରବାର କରୁଥିବା ନେଇ ଇଡିକୁ ଅଭିଯୋଗ ମିଳିଥିଲା । ଏହା ଏଫ୍ଡିଆଇ ନିୟମର ଉଲ୍ଲଘଂନ । ଏହି ଘଟଣାରେ ଇଡି କମ୍ପାନିର କିଛି ଦସ୍ତାବିଜ ଏବଂ ଆର୍ଥିକ ରେକର୍ଡ ଗୁଡ଼ିକୁ ତଦନ୍ତ ପରିସରଭୁକ୍ତ କରିଛି । ଏହି ଘଟଣାରେ କମ୍ପାନି ବିଦେଶୀ ପାଣ୍ଠିର ବ୍ୟବହାର ଏବଂ ନିୟମ ଉଲ୍ଲଘଂନ ଭଳି ବିଭିନ୍ନ ଦିଗକୁ ଏବେ ତର୍ଜମା କରାଯାଉଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।