ନୂଆଦିଲ୍ଲୀ,୦୯/୦୧: ଦିଦି-ଇଡ଼ି ଲଢେଇ ଦିଲ୍ଲୀରେ ପହଞ୍ଚିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ବାସଭବନ ଆଗରେ ଇଡ଼ି ରେଡ୍ ବିରୋଧରେ ଟିଏମସି ସାଂସଦ ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ପୁଲିସ୍ ସହ ସାଂସଦଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲେ । ଟିଏସି ଇଡି ବିରୋଧରେ ଗର୍ଜନ କରୁଥିବାବେଳେ ମହୁଆ ମୋଇତ୍ରାଙ୍କ ସମେତ ୮ ସାଂସଦଙ୍କୁ ପୁଲିସ୍ ଉଠାଇ ନେଇଛି । ଗତକାଲି କୋଲକାତା  I-PAC ଅଫିସରେ ଚଢାଉ ହୋଇଥିଲା ଯାହାକୁ ଟିଏମସି ବିରୋଧ କରିଥିଲା । 

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବଡ଼ ଧରଣର ଛକାପଞ୍ଝା ଦେଖିବାକୁ ମିଳିଛି । ଇଡି ଏକ ମନିଲଣ୍ଡରିଂ ଏବଂ କୋଇଲା ଚୋରା ଚାଲାଣ ମାମଲାରେ ପଲିଟିକାଲ କନ୍‌ସଲ୍‌ଟାଣ୍ଟ ଫାର୍ମ ଆଇ-ପାକ୍‌ ଅଫିସ୍‌ ଏବଂ ତାହାର ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ଘରେ ଚଢ଼ଉ କରିଥିଲା । ପ୍ରତୀକ ହେଉଛନ୍ତି ମମତାଙ୍କ ପାର୍ଟି ଟିଏମ୍‌ସିର ଆଇଟି ସେଲ ମୁଖ୍ୟ । ତେଣୁ ଇଡିର ଏହି ଚଢ଼ଉ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ମମତା କହିଛନ୍ତି । ଏହାକୁ ନେଇ ମମତା ଏବଂ ଇଡି ମୁହାଁମୁହିଁ ହୋଇଛନ୍ତି । ଏପରିକି ଇଡି ଚଢ଼ଉ ବାହାନାରେ ଟିଏମ୍‌ସିର ଦସ୍ତାବିଜ୍‌ ସବୁ ଚୋରି କରିଥିବା ମମତା ଅଭିଯୋଗ ଆଣିଛନ୍ତି । ଇଡ଼ିର ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ଟିଏମ୍‌ସି ସାଂସଦ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ପୁଲିସ୍ ଓ ସାଂସଦଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ମହୁଆ ମୋଇତ୍ରାଙ୍କ ସମେତ ୮ ସାଂସଦଙ୍କୁ ଟେକି ଟେକି ନେଇଯାଇଛି ପୁଲିସ୍