• ଗାଜାର ଆନନ୍ଦକୁ ଛଡ଼ାଇ ନେଇଛି ଯୁଦ୍ଧ, ମୁଦ୍ରାସ୍ଫୀତି ଏବଂ ନିରନ୍ତର ବିନାଶ; ଅନ୍ୟ ସମସ୍ତ ପର୍ବ ପରି, ଦୁଃଖରେ ବିତୁଛି ବକ୍ରିଇଦ, ଇଦ୍ ଅଲ୍-ଆଧା 
  • ଗାଜାରେ ଏବେ କେବଳ ୧୫,୦୦୦ ମେଣ୍ଢା ଅଛନ୍ତି ଏବଂ ମୂଲ୍ୟ ୧୫ ଗୁଣ ପର୍ଯ୍ୟନ୍ତ ବଢ଼ିଛି
  • ରନ୍ଧନ ଗ୍ୟାସର ଘୋର ଅଭାବ ଯୋଗୁଁ, ଘରେ ରୋଷେଇ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି

ନୂଆଦିଲ୍ଲୀ,୨୭/୦୫: ଗାଜାରେ ବକ୍ରିଇଦ ଦିନଟି ଆନନ୍ଦ ଉଲ୍ଲାସ, ନୂଆ ପୋଷାକ, ବଳିଦାନ ଏବଂ ମିଠାର ପର୍ବ ଥିଲା। ପିଲାମାନେ ନୂଅ ପୋଷାକ ପିନ୍ଧୁଥିଲେ, ଘରେ ମାମୁଲ ଏବଂ କାକ ଭଳି ମିଠା ପ୍ରସ୍ତୁତ ହେଉଥିଲା ଏବଂ ସବୁଠି ଏକ ଉତ୍ସାହପୂର୍ଣ୍ଣ ପରିବେଶ ଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଏତେ ଭୟଙ୍କର ଯେ ଲୋକମାନେ କେବଳ ବଜାରକୁ ଯାଇ ଜିନିଷଗୁଡ଼ିକୁ ଦେଖିପାରୁଛନ୍ତି, କିନ୍ତୁ କିଣିପାରୁନାହାଁନ୍ତି। ଯୁଦ୍ଧ, ମୁଦ୍ରାସ୍ଫୀତି ଏବଂ ନିରନ୍ତର ବିନାଶ ଗାଜାର ଆନନ୍ଦକୁ ଛଡ଼ାଇ ନେଇଛି। ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଏବେ ବି ତମ୍ବୁତଳେ କଟୁଛି। ଚଳିତ ବର୍ଷ, ଗାଜାରେ ବକ୍ରିଇଦ୍ ଉତ୍ସବ କମ୍, ସଂଘର୍ଷ ଅଧିକ ହୋଇଛି। ପିତାମାତାମାନେ ସେମାନଙ୍କ ପିଲାମାନଙ୍କର ଛୋଟ ଛୋଟ ଆବଶ୍ୟକତା ମଧ୍ୟ ପୂରଣ କରିବାକୁ ଅସମର୍ଥ।

"କେବଳ ବଜାରକୁ ଯାଇ ଜିନିଷଗୁଡ଼ିକୁ ଦେଖୁଛୁ"

ପାଲେଷ୍ଟାଇନର ମହିଳା ନାଦିଆ ଆବୁ ଶାମାଲା ଏଏଫପିକୁ କହିଛନ୍ତି, "ମୁଁ କେବଳ ଚାରିପାଖକୁ ଦେଖିବା ପାଇଁ ବଜାରକୁ ଯାଏ କାରଣ ମୁଁ କିଛି କିଣିପାରୁନାହିଁ। ପ୍ରତ୍ୟେକ ଥର ମୁଁ ସାମଗ୍ରୀର ମୂଲ୍ୟ ପଚାରେ, ମୂଲ୍ୟ ଶୁଣି ଫେରିଆସେ।" ଉତ୍ତର ଗାଜାରୁ ବିସ୍ଥାପିତ ଏବଂ ଗତ ଦୁଇ ବର୍ଷ ଧରି କେନ୍ଦ୍ରୀୟ ଗାଜାର ଦେଇର ଅଲ-ବାଲାହରେ ରହୁଥିବା ୪୦ ବର୍ଷୀୟା ନାଦିଆ କହିଛନ୍ତି, "ଏବର୍ଷ, ବକ୍ରିଇଦରେ ଗାଜାରେ ପୂର୍ବ ଭଳି ଆନନ୍ଦ ନାହିଁ। ଯୁଦ୍ଧ, ବୃଦ୍ଧି ପାଉଥିବା ମୂଲ୍ୟ ଏବଂ ପିଲାମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବାରେ ଅସମର୍ଥତା ଏହି ପର୍ବ ଉପରେ କଳାବାଦଲ ଭଳ ଘୋଟି ରହିଛି।"

ଅଧିକ ପଢ଼ନ୍ତୁ: ‘ଆଗାମୀ ୨୫ ବର୍ଷରେ ଇସ୍ରାଏଲକୁ ଶେଷ କରିଦେବୁ’ ଯୁଦ୍ଧ ଭିତରେ ମୋଜତାବା ଖାମେନେଇଙ୍କ ବଡ ଚେତାବନୀ…
ଉଲ୍ଲେଖଯୋଗ୍ୟ ଯେ, ଆମେରିକା ମଧ୍ୟସ୍ଥତାରେ ୨୦୨୫ ଅକ୍ଟୋବରରେ ଯୁଦ୍ଧବିରତି ଆରମ୍ଭ ହୋଇଥିଲା, କିନ୍ତୁ ଗାଜାରେ ଇସ୍ରାଏଲୀ ବିମାନ ଆକ୍ରମଣ ଏବେ ମଧ୍ୟ ଜାରି ରହିଛି। ଜାତିସଂଘ (UN) ଅନୁଯାୟୀ, ଯୁଦ୍ଧରେ ଗାଜାର ୮୦ ପ୍ରତିଶତ କୋଠା କ୍ଷତିଗ୍ରସ୍ତ ହୋଇଛି ଏବଂ ଅଧିକାଂଶ ଲୋକ ସେମାନଙ୍କର ମୌଳିକ ଆବଶ୍ୟକତା ପାଇଁ ସାହାଯ୍ୟ ଉପରେ ନିର୍ଭର କରୁଛନ୍ତି। କାମ କରୁଥିବା ଏନଜିଓମାନେ କହିଛନ୍ତି ଯେ ଇସ୍ରାଏଲ ଗାଜାରେ ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ପଥକୁ ନିୟନ୍ତ୍ରଣରେ ରଖିଛି। କେବଳ ସୀମିତ ସଂଖ୍ୟକ ବିଦେଶୀ ସହାୟତା ଏବଂ ବ୍ୟକ୍ତିଗତ ସାମଗ୍ରୀ ବହନ କରୁଥିବା ଟ୍ରକଗୁଡ଼ିକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି, ଯାହାକି ମୁଦ୍ରାସ୍ଫୀତି ଏବଂ ଅଭାବକୁ ରୋକିବାରେ ସାମାନ୍ୟ ସହାୟକ ହେଉଛି।

ଗାଜାରେ ମେଣ୍ଢା ମଡ଼କ:

ବକ୍ରୀଦକୁ ମକ୍କା ହଜ୍ ଯାତ୍ରାର ପ୍ରତିକ ଭାବେ ବିବେଚନା କରାଯାଏ, ଏବଂ ମେଣ୍ଢାର ବଳିଦାନକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରୀତି ଭାବରେ ବିବେଚନା କରାଯାଏ। ତଥାପି, ଗାଜାକୁ ଆଉ ପଶୁମାନଙ୍କୁ ଅଣାଯାଉନାହିଁ। ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଅନୁଯାୟୀ, ଯୁଦ୍ଧ ପୂର୍ବରୁ ଯେତିକି ମେଣ୍ଢା ଥିଲେ, ଏବେ ଏହାର ଏକ ଚତୁର୍ଥାଂଶ ରହିଛନ୍ତି। ଅର୍ଥାତ୍‌ ୨୧ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗାଜାରେ ଏବେ କେବଳ ପ୍ରାୟ ୧୫,୦୦୦ ମେଣ୍ଢା ରହିଛି।

ଆହୁରି ପଢ଼ନ୍ତୁ: Iran Hits Back: "ଦମ୍ ଥିଲେ କେବେଠାରୁ ଛଡ଼ାଇ ସାରନ୍ତଣି..." ଭାରତ ମାଟିରୁ ଟ୍ରମ୍ପଙ୍କୁ ଇରାନର ସିଧା ଚ୍ୟାଲେଞ୍ଜ, କହିଲା- 'ୟୁରେନିୟମ ଏବେ ଆପଣଙ୍କ ଭଙ୍ଗା ସ୍ୱପ୍ନ !'
ଗାଜାର କୃଷି ମନ୍ତ୍ରଣାଳୟର ମୁଖପାତ୍ର ରାଫତ ଅସଲିଆ କହିଛନ୍ତି ଯେ ଯୋଗାଣ ଅଭାବ, ପଶୁପାଳନ ଖର୍ଚ୍ଚ ବୃଦ୍ଧି, ଚାରା ଏବଂ ପରିବହନ ଖର୍ଚ୍ଚ ବୃଦ୍ଧି ଏବଂ ଅନେକ ଫାର୍ମ ବନ୍ଦ ହେବା ଯୋଗୁଁ ଚଳିତ ବର୍ଷ ମେଣ୍ଢାଙ୍କ ମୂଲ୍ୟ ରେକର୍ଡ ସ୍ତରକୁ ପହଞ୍ଚିଛି। "ଯୁଦ୍ଧ ପୂର୍ବରୁ ପ୍ରାୟ ୧୦୦୦ ଶେକେଲ ମୂଲ୍ୟରେ ଗୋଟିଏ ମେଣ୍ଢା ମିଳିଯାଉଥିବା ବେଳେ ଏବେ ଏବେ ଏହା ୧୧,୦୦୦ ରୁ ୧୫,୦୦୦ ଶେକେଲ ମଧ୍ୟରେ ରହିଛି।"

ତମ୍ବୁ ତଳେ ପ୍ରସ୍ତୁତ ହେଉଛି ଇଦ୍‌ ପାଇଁ ମିଠା:

ଗାଜାରେ ଗ୍ୟାସର ଘୋର ଅଭାବ ଯୋଗୁଁ ଘରେ ରୋଷେଇ କରିବା କଷ୍ଟକର ହୋଇପଡ଼ିଛି। ଦକ୍ଷିଣ ଗାଜାର ବିସ୍ଥାପିତ ଅଞ୍ଚଳରେ ପରିବାର ସହିତ ରହୁଥିବା ଆବୁ ଅହମଦ ୱାଫି କହିଛନ୍ତି, "ବଜାରରେ କାକ, ମାମୁଲ ଏବଂ ମିଠା ମିଳୁଛି, କିନ୍ତୁ ଆମେ ପୂର୍ବରୁ ଏହା ଘରେ ତିଆରି କରୁଥିଲୁ। ଏବେ ଜିନିଷଗୁଡ଼ିକ ବହୁତ ମହଙ୍ଗା ହୋଇଯାଇଛି, ଏବଂ ରୋଷେଇ ପାଇଁ କୌଣସି ଗ୍ୟାସ୍ ନାହିଁ।" ଦକ୍ଷିଣ ଗାଜାର ଖାନ ୟୁନିସରେ, ଗୋଟିଏ ପରିବାର ମିଳିତ ଜାତିସଂଘର ଶିଶୁ ସଂସ୍ଥା, ୟୁନିସେଫ୍ ର ଏକ ପୁରୁଣା ତାରପାଲିନ୍ ଦ୍ୱାରା ଆଚ୍ଛାଦିତ ଏକ ଅସ୍ଥାୟୀ ତମ୍ବୁ ତଳେ ମା'ମୁଲ ତିଆରି କରୁଥିବା ଦେଖିବାକୁ ମିଳିଛି। ଜଣେ ମହିଳା ଏବଂ ତାଙ୍କ ଝିଅ ତଳେ ବସି ଗାଜା ଶୈଳୀର ଅଟା ଲଡୁ ପ୍ରସ୍ତୁତ କରୁଥିବା ବେଳେ ଜଣେ ପୁରୁଷ ଏକ ଅସ୍ଥାୟୀ ମାଟି ଚୁଲିରେ ଏହାକୁ ବନାଉଥିବା ଦେଖିବାକୁ ମିଳିଛି।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ‘ମୁଁ ବହୁତ ଚେଷ୍ଟା କଲି କିନ୍ତୁ...’, ଅନୁ ମୀନା ଓ ଫେରାର ସ୍ୱାମୀ ଗୌତମଙ୍କ ହ୍ୱାଟ୍ସଆପ୍ ଚାଟ୍‌ରୁ ଖୋଲିଲା ରହସ୍ୟ