ଖୋର୍ଦ୍ଧା, ୧୭/୯ :   ଖୋର୍ଦ୍ଧାରେ  'ମାଆ ପାଇଁ ଗଛଟିଏ' କାର୍ଯ୍ୟକ୍ରମରେ ସାମିଲ ହେଲେ ପୁଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ। ଖୋର୍ଦ୍ଧା ନାଲିପଡା ଅର୍ଜୁନପୁର ସ୍ଥିତ ୬ଷ୍ଠ ବାଟାଲିୟନରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ଚାରାଟିଏ ରୋପଣ ସହ କ୍ଯାମ୍ପସ ପରିସରରେ ବ୍ଯାୟମଶାଳା ଉଦଘାଟନ କରିଛନ୍ତି।ଏହି ଅବସରରେ ଓଡ଼ିଶା ପୁଲିସ ପକ୍ଷରୁ ୩ ଲକ୍ଷ ଚାରା ରୋପଣ ହେବା ପ୍ରକାଶ କରିଥିଲେ । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରାଜ୍ୟ ବ୍ପୀ ସମସ୍ତ ଥାନା ଏବଂ ଜିଲ୍ଲା ପୁଲିସ ମୁଖ୍ଯାଳୟରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ରାଜ୍ୟ ବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ । ଏଥିସହ ଏହି କାର୍ଯ୍ୟକ୍ରମକୁ ନେଇ ସେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝିଙ୍କୁ କୃତ୍ୟଜ୍ଞାତ ଜ୍ଞାପନ କରିଛନ୍ତି । ପରିବେଶକୁ ସୁରକ୍ଷା ଦେବାକୁ ହେଲେ ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ସେ ନିବେଦନ କରିଛନ୍ତି ।