ପ୍ରମୂଖ ଖବର
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ନିଖୋଜର ଦିନକ ପରେ ବୈତରଣୀରୁ ମିଳିଲେ ବୃଦ୍ଧ; ମତ୍ସ୍ୟଜୀବୀ କଲେ ଉଦ୍ଧାର ମୃତଦେହ

Published By : Harapriya Sethi | July 3, 2025 11:51 AM

ଦଶରଥପୁର, ୦୩/୦୭: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ସୁନ୍ଦରାଇମୁହଁ ବୈତରଣୀ ନଦୀ ଘାଟରୁ ମିଳିଲେ ନିଖୋଜ ବୃଦ୍ଧ । ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଜାଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ବିରଜାପୁର ପଞ୍ଚାୟତ ବାମଦେବପୁର ମଝିସାହିର ବିଦ୍ୟାଧର ଦାସ ଓରଫ ଫୁକୁନା । 

ସୂଚନା ମୁତାବକ, ବିଦ୍ୟାଧର ସବୁଦିନ ଭଳି ଗତ ବୁଧବାର ସକାଳୁ ସୁନ୍ଦରାଇମୁହଁ ବୈତରଣୀ ନଦୀ ଘାଟକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ। ଖବର ପାଇ ଯାଜପୁର ଅଗ୍ନିଶମ ବାହିନୀ ପହଞ୍ଚି ବିଦ୍ୟାଧରଙ୍କୁ ଉଦ୍ଧାର କରିବାକୁ ନାକେଦମ ହୋଇଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳି ନଥିଲା । ତେବେ ଆଜି ସକାଳେ ଓଡ୍ରାଫ ଟିମ ପହଞ୍ଚି ତାଙ୍କୁ ଠାବ କରିବାକୁ ପ୍ରସ୍ତୁତି କରୁଥିବା ବେଳେ ନଦୀରୁ ମାଛ ଧରୁଥିବା ସ୍ଥାନୀୟ ମତ୍ସ୍ୟଜୀବୀଙ୍କ  ଜାଲରେ ବିଦ୍ୟାଧରଙ୍କ ମୃତଦେହ ଲାଗିଥିଲା । ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ମୃତ ବିଦ୍ୟାଧର ଜଣେ ସମାଜସେବୀ ରୂପେ ପରିଚିତ ଥିବା ବେଳେ ତାଙ୍କ ମୃତ୍ୟୁରେ ସୁନ୍ଦରାଇମୁହଁ ବଜାର ଆଜି ବନ୍ଦ ରହିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.