ନୂଆଦିଲ୍ଲୀ,୨୬।୧୨:  ୨୦୨୪ ରେ ଦେଶରେ ଲୋକସଭା ନିର୍ବାଚନ ଓ ୪ ରାଜ୍ୟର ନିର୍ବାଚନ ସଫଳତାର ସହ କରାଯାଇଛି। ଏହି ସମୟରେ ଲୋକମାନେ ଖୁବ୍ ଉତ୍ସାହର ସହ ଭୋଟ ଦେଇଥିଲେ। ଏହା ସହ ସୃଷ୍ଟି ହୋଇଛି ରେକର୍ଡ। ଏବେ ନିର୍ବାଚନ କମିଶନ୍ ଏନେଇ ଏକ ରିପୋର୍ଟ ଦେଇଛନ୍ତି। ପାରଦର୍ଶିତା ଓ ରିସର୍ଚ୍ଚକୁ ପ୍ରୋତ୍ସାହନଦେବା ଉଦେଶ୍ୟରେ ଇସିଆଇ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରି ୨୦୨୪ ଲୋକସଭା ନିର୍ବାଚନରେ ୪୨ ଷ୍ଟାଟିକାଲ ରିପୋର୍ଟ ଓ ୪ ରାଜ୍ୟର ବିଧାନସଭା ନିର୍ବାଚନ ଉପରେ ୧୪-୧୪ ରିପୋର୍ଟ ଦେଇଛନ୍ତି। ଏହା ଦୁନିଆର ସବୁଠାରୁ ବଡ ନିର୍ବାଚନୀ ଡାଟାବେସ୍।

ନିର୍ବାଚନ କମିଶନ୍ ଏହି ରିପୋର୍ଟରେ ନିର୍ବାଚନ କ୍ଷେତ୍ର, ମତଦାତା ଓ ମତଦାନ କେନ୍ଦ୍ରର ସଂଖ୍ୟା, ପାର୍ଟିର ଭୋଟ ସେୟାର, ମହିଳା ମତଦାତାଙ୍କ ଭାଗିଦାରୀ, ଆଞ୍ଚଳିକ ବିବିଧତା, ନିର୍ବାଚନ କ୍ଷେତୟ ସହିତ ସବୁ ଜିନିଷର ବିବରଣୀ ମିଳିଥାଏ। ନିର୍ବାଚନ କମିଶନ୍‌ କହିଛନ୍ତି, ଏହି ରିପୋର୍ଟରେ ଦୁନିଆ ସାରାର ଶିକ୍ଷାବିତ, ରିସର୍ଚ୍ଚର ଓ ନିର୍ବାଚନ ପର୍ଯ୍ୟବେକ୍ଷକ ପାଇଁ ବିଶ୍ଲେଷଣ ଓ ନୀତି ନିର୍ମାଣ ପାଇଁ ଏକ ଭଣ୍ଡାର ଭଳି। ଇସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି, ଏହା ବିସ୍ତୃତ ଡାଟା ସେଟ୍‌ କମିଶନ୍‌ର ଓ୍ବେବସାଇଟ୍‌ରେ ପୂର୍ବରୁ ହିଁ ଥିବା ନିର୍ବାଚନୀ ଡାଟା ତୁଳନାରେ ଓ ଭଲ ଭାବରେ ବିଶ୍ଲେଷଣ ପ୍ରଦାନ କରିଥାଏ।’

ମିଳିଥିବା ସୂଚନା ଅନୁସାରେ, ଲୋକସଭା ନିର୍ବାଚନ ବେଳେ ୬୪.୬୪ କୋଟି ମତଦାତା ଭୋଟିଂ କରି ବିଶ୍ବ ରେକର୍ଡ କରିଛି। ସେଭଳି ୨୦୧୯ ରେ ୮,୦୫୪ ପ୍ରାର୍ଥୀ ଏଥର ନିର୍ବାଚନ ମୈଦାନରେ ଓହ୍ଲାଇଥିଲେ। ୨୦୧୯ ରେ ୭୨୬ ତୁଳନାରେ ଏଥର ୮୦୦ ମହିଳା ପ୍ରାର୍ଥୀ ଦାବିଦାର ଥିଲେ। ରିପୋର୍ଟ ଅନୁସାରେ, ଏହା ମଧ୍ୟ କୁହାଯାଇଛି ‌ଯେ ମହିଳା ଭୋଟର୍ସ ପୁରୁଷଙ୍କ ତୁଳନାରେ ଅଧିକ ସକ୍ରିୟ ରହିଛି। ୨୦୧୪ ରେ ୬୫.୭୮ ପ୍ରତିଶତ ମହିଳା ମତଦାତା ଭୋଟ୍ ଦେଇଛନ୍ତି। ସେଭଳି ୬୫.୫୫ ପ୍ରତିଶତ ପୁରୁଷ ମତଦାତା ନିଜର ମତାଧିକାରର ପ୍ରୟୋଗ କରିଛି।