ଘଟଗାଁ, ୨୦/୦୯: ଶନିବାର ସକାଳୁ କେନ୍ଦୁଝର ଜିଲ୍ଲା ଦୈତାରୀ ବନାଞ୍ଚଳ ବ୍ରାହ୍ମଣୀପାଳ ବଜାର ଭିତରକୁ ଏକ ହାତୀ ପଶି ଆସିଥିଲାବଜାରରେ କିଛି ସମୟ ବୁଲିବା ପରେ ବନ କର୍ମଚାରୀ ହାତୀଟିକୁ ଜଙ୍ଗଲକୁ ଘଉଡ଼ାଇ ଦେଇଥିଲେ

ସୂଚନା ମୁତାବକ, ​​​ହାତୀଟି ପ୍ରଥମେ ଟାଟା ଫେରୋକ୍ରୋମ କଲୋନୀ ଗେଟ ଭାଙ୍ଗି କଲୋନୀ ମଧ୍ୟରେ ପ୍ରବେଶ କରିଥିଲା ଏହା ଦେଖି ସ୍ଥାନୀୟଲୋକେ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ଘଉଡ଼ାଇବାରୁ ହାତୀଟି ବଜାର ଭିତରକୁ ପଶି ଆସି କିଛି ସମୟ ବୁଲିଥିଲା । ଏସମ୍ପର୍କରେ ଖବର ପାଇ ବନ କର୍ମଚାରୀ ହାତୀ ଓ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ଧ୍ୟାନ ରଖିଥିଲେ । କିଛି ସମୟ ମଧ୍ୟରେ ହାତୀଟିକୁ ବଜାର ଅଞ୍ଚଳରୁ ଘଉଡ଼ାଇ ଦେଇଥିଲେ ବନ କର୍ମଚାରୀ ହାତୀଟିକୁ କୁଶେଇ ନଦୀ ପାରି କରି ଜଙ୍ଗଲକୁ ଘଉଡ଼ାଇ ଦେଇଥିବା ଜଣାପଡିଛି ।