ରାଇରଙ୍ଗପୁର,୯।୧ : ପଡୋଶୀ ଝାରଖଣ୍ଡ ରାଜ୍ୟ ମଝିଗାଁ ଥାନା ଅନ୍ତର୍ଗତ ବେନିସାଗର ଗାଆଁ ମଝିରେ ଏକ ଅମାନିଆ ଦନ୍ତା ହାତୀ ଆଜି ସକାଳୁ ଜଣେ ନାବାଳକ ସମେତ ଚାରି ଜଣଙ୍କ ଜଣକ ଜୀବନ ନେଇଛି । ଉକ୍ତ ହାତୀଟି ପୂର୍ବ ଦିନ ଉକ୍ତ ଥାନା ଅଞ୍ଚଳ ଘୋଡ଼ା ବନ୍ଧା ଗ୍ରାମର ଗୋଟିଏ ପରିବାର ତିନି ଜଣଙ୍କର ଜୀବନ ନେଇ ଥିବାବେଳେ ସୌଭାଗ୍ୟବଶତଃ ଗୋଟିଏ ଛୋଟ ପିଲା ବଞ୍ଚି ଯାଇଛି। ଠିକ ସେହିପରି ଆଜି ମୟୂରଭଂଜ ଜିଲ୍ଲାର ସୀମାନ୍ତ ରରୁଆଁ ଥାନା ସୀମା ମାତ୍ର ପଚାଶ ମିଟର ଦୂର ପଡୋଶୀ ଝାରଖଣ୍ଡ ରାଜ୍ୟ ମଝିଗାଆଁ ଥାନା ବେନିସାଗର ଗ୍ରାମ ବାଡିରେ ଥିବା ଇଉକାଲି ପଟାଶ ଗଛ ପାଖରେ ରାତ୍ରିରୁ ଆସି ରହିଥିବା ଏକ ଦାନ୍ତିଆ ଅମାନିଆ ଦନ୍ତା ଗ୍ରାମର ଦେବେନ୍ଦ୍ର ନାଥ ପାତ୍ର (୫୨)କୁ ଗୋଡେଇ ମାରିବାର ପାଞ୍ଚ ମିନିଟ ପରେ ପାଖରେ ଥିବା ଅନ୍ୟ ଜଣେ ନାବାଳକୁ କଚାଡି ଗଣ୍ଡି ମୁଣ୍ଡ ଅଲଗା କରି ଦେଇଥିଲା। ଖବର ପାଇ ମଝିଗାଁ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚିଥିଲେ। ସମୟ ପ୍ରାୟ ଗୋଟାଏ ବେଳେ ହାତିକୁ ଘୋଉଡାଇବାକୁ ଉଦ୍ୟମ କରୁଥିବା ବେଳେ ଜଣେ ସବୁଜ ବାହିନୀ ଯୁବକ ଓ ଘର ବାହାରେ ଜଣେ ବୟସ୍କା ବୃଦ୍ଧାକୁ ମାରିଥିବା ସୂଚନା ମିଳିଛି। କିନ୍ତୁ ମୃତ୍ୟୁବରଣ କରିଥିବା ବାକି ତିନି ଜଣଙ୍କ ପରିଚୟ ମିଳି ପାରି ନାହିଁ ।ମୃତଦେହ ପାଖରେ ହାତୀ ଜଗି ରହିଛି। ଉଭୟ ରାଜ୍ୟର ପୋଲିସ ଓ ଜଙ୍ଗଲ ବିଭାଗ କର୍ମଚାରୀ ଅଧିକାରୀ ଜଗିଛନ୍ତି।