ପ୍ରମୂଖ ଖବର
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ମହେନ୍ଦ୍ରକୁ ଝୁରି ଝୁରି ଚାଲିଗଲା ଭବାନୀ, ଶିମିଳିପାଳରେ ମାସକରେ ୨ ହାତୀ ମୃତ୍ୟୁ

Published By : Ankita S | January 28, 2025 11:15 AM

ବାରିପଦା,୨୮/୦୧: ମହେନ୍ଦ୍ରକୁ ଝୁରି ଝୁରି ଆଖି ବୁଜିଲା ଭବାନୀ । ଡକା ଡକି ହୋଇ ଚାଲିଗଲେ ଶିମିଳିପାଳର ଦୁଇ କୁମକୀ ହାତୀ । ମୟୂରଭଞ୍ଜ ଶିମିଳିପାଳରେ ହାତୀ ଭବାନୀର ମୃତ୍ୟୁ ହୋଇଛି । ବୟସାଧିକ କାରଣରୁ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମାସକରେ ଶିମିଳିପାଳରେ ୨ଟି ହାତୀଙ୍କର ମୃତ୍ୟୁ ହୋଇଛି ।

୬୨ ବର୍ଷ ବୟସରେ କୁମକୀ ପୋଷା ହାତୀ ଭବାନୀର ମୃତ୍ୟୁ ହୋଇଛି । ଜେନାବିଲଠାରେ ଆଖି ବୁଜିଛି ୭ଫୁଟ ଉଚ୍ଚ ହାତୀ ଭବାନୀ । ୨୦୧୮ରୁ ଅବସର ନେଇଥିଲା ସେ । ଏହା ପରେ ବୟସାଧିକ କାରଣକୁ ଅଧିକାଂଶ ସମୟ ଅସୁସ୍ଥ ରହୁଥିଲା । ବୃଦ୍ଧାବସ୍ଥା ହେତୁ ତାର ଦାନ୍ତ ନଥିଲା । ସେ କେବଳ ନରମ ଖାଦ୍ୟ ଖାଉଥିଲା । ଆଜି (ମଙ୍ଗଳବାର) ସେ ଆଖି ବୁଜିଛି । ପୂର୍ବାହ୍ନ ୧୧ଟା ୩୦ରେ ଶବ ବ୍ୟବଚ୍ଛେଦ ହେବା ନେଇ RCCF ପ୍ରକାଶ ଚାନ୍ଦ ଗୋଗୀନେନି  ସୂଚନା ଦେଇଛନ୍ତି ।

ମାସକରେ ଆଖି ବୁଜିଲେଣି ଦୁଇ ହାତୀ-ଶିମିଳିପାଳରେ ମାତ୍ର କେଇ ଦିନ ମଧ୍ୟରେ ଦୁଇ କୁମକୀ ହାତୀଙ୍କ ମୃତ୍ୟୁ ହୋଇଛି । ଗତ ୧୨ ତାରିଖରେ ଗଜରାଜ ମହେନ୍ଦ୍ର  ମୃତ୍ୟୁ ହୋଇଥିଲା । ଆଜି ଜେନାବିଲଠାରେ ମାଈ ହାତୀ ଭବାନୀର ମୃତ୍ୟୁ ହୋଇଛନ୍ତି । ୨୦୧୮ରୁ ସେବାରୁ ଅବସର ନେଇଥିଲା ଭବାନୀ । ୨୦୧୧ ମସିହା ନଭେମ୍ବରରେ ଭାବାନୀ, ଶୋଭା ଓ ମହେନ୍ଦ୍ରକୁ ଶିମିଳିପାଳ ଅଣାଯାଇଥିଲା । ଦୀର୍ଘ ଦୁଇ ଦଶନ୍ଧି ଧରି ସେମାନେ ଶିମିଳିପାଳ ସୁରକ୍ଷାରେ ଥିଲେ । ପ୍ରଥମେ ଶୋଭାର ମୃତ୍ୟୁ ହୋଇଥିଲା । ଏହାପରେ ଗତ ୧୨ ତାରିଖରେ ଆଖି ବୁଜିଥିଲା ମହେନ୍ଦ୍ରେ । ଆଉ ଆଜି ଭବାନୀର ମୃତ୍ୟୁ ହୋଇଛନ୍ତି । ବୟସାଧିକ କାରଣରୁ ଅଧିକାଂଶ ସମୟ ଅସୁସ୍ଥ ରହୁଥିଲା ଭବାନୀ ।

ଏହା ବି ପଢନ୍ତୁ...ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର

ମହେନ୍ଦ୍ର ଚାଲି ଯିବା ପରଠୁ ଭବାନୀ ତାକୁ ଝୁରୁଥିଲା । କିଛି ଦିନ ହେବ ତାର ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଡାକ୍ତରଙ୍କ ତତ୍ୱାବଧାନରେ ତାର ଚିକିତ୍ସା ଚାଲିଥିଲା ।  ସେ ଖାଇବା ପିଇବା ଛାଡି ଦେଇଥିଲା । ଭବାନୀ ଓ ମହେନ୍ଦ୍ର ଔରସରୁ ୨୦୦୨ ମସିହା ଅକ୍ଟୋବର 20 ତାରିଖରେ ରାଜକୁମାର ଜନ୍ମ ହୋଇଥିବା ବେଳେ ୨୦୦୮ରେ ଶିବାନୀ ଜନ୍ମ ହୋଇଥିଲା l ଶିମିଳିପାଳରେ ବର୍ତ୍ତମାନ ରାଜକୁମାର, ଶିବାନୀ ଏବଂ ଶୋଭାର ପାଳିତ ପୁତ୍ର ବବଲୁ ଅଛନ୍ତି  l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.