ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ରାଜ୍ୟର ୫୭୦୦ ବନ କର୍ମଚାରୀ ଗଣୁଛନ୍ତି ହାତୀ, ନିୟୋଜିତ ହୋଇଛି ଡ୍ରୋନ୍‌ କ୍ୟାମେରା

Published By : Prameya | November 16, 2024 10:00 AM

ଭୁବନେଶ୍ୱର,୧୬/୧୧: ରାଜ୍ୟରେ ପୁଣିଥରେ  ଚାଲିଛି ହାତୀ ଗଣନା । ପୂର୍ଣ୍ଣମୀ ପକ୍ଷ ଥିବାରୁ ଗୁରୁବାର  ଠାରୁ ତିନି ଦିନିଆ ହାତୀ ଗଣନା କରାଯାଉଛି । ରାଜ୍ୟର  ୫୧ଟି ଡିଭିଜନରୁ ୪୮ଟି ଡିଭିଜନରେ ହାତୀ ଗଣନା  ଚାଲିଛି । ୪୮ଟି ଡିଭିଜନର ଜଙ୍ଗଲରେ ୧୩୭୦ଟି ମଞ୍ଚାରେ ସମୁଦାୟ ୫୭୦୦ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି ।  ଗତ ହାତୀ ଗଣନାରେ ରାଜ୍ୟରେ ୨୦୯୮ ହାତୀ ଥିଲେ ।  ତେବେ ଶୀତଦିନେ ଖାଦ୍ୟ ଅନ୍ୱେଷଣରେ ସୀମାବର୍ତ୍ତୀ ରାଜ୍ୟ  ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ଜଙ୍ଗଲରୁ ହାତୀମାନେ  ଓଡି଼ଶାକୁ ପଶି ଆସୁଛନ୍ତି । ତେଣୁ ଏହି ଗଣନାରେ ରାଜ୍ୟରେ  ଏବେ କେତେ ହାତୀ ଅଛନ୍ତି, ତାହା ସ୍ପଷ୍ଟ ଜଣା ପଡ଼ିଯିବ ବୋଲି  ପିସିସିଏଫ୍‌ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି ।  

ଗତ ମାର୍ଚ୍ଚମାସ ଗଣନାରେ ରାଜ୍ୟରେ ସମୁଦାୟ ୨୦୯୮  ହାତୀ ଥିବା ଜଣାପଡ଼ିଥିଲା । ସେମାନଙ୍କ ମଧ୍ୟରେ ମୋଟ  ୩୧୩ ପ୍ରାପ୍ତବୟସ୍କ ଦନ୍ତା, ୧୩ଟି ପ୍ରାପ୍ତ ବୟସ୍କ ମାଖ୍‌ନା ହାତୀ,  ୭୪୮ ପ୍ରାପ୍ତବୟସ୍କ ମାଈ ହାତୀ, ୧୪୮ଟି ଯୁବ ଅଣ୍ଡିରା ହାତୀ  ଓ ୨୮୨ଟି ଯୁବ ମାଈ ହାତୀ ଥିବା ବେଳେ ୨୦୯ଟି ଛୁଆ ହାତୀ  ଠାବ କରା ଯାଇଥିଲା । ସେହିପରି ୩୮୫ଟି ଶାବକଙ୍କୁ ମଧ୍ୟ  ହାତୀ ଗଣନାରେ ଠାବ କରାଯାଇଥିଲା ।  

ରାଜ୍ୟରେ ୩୮ଟି ବନଖଣ୍ଡରେ ହାତୀଙ୍କ ଉପସ୍ଥିତି ଜଣା ପଡ଼ିଥିଲା । ୧୩ ବନଖଣ୍ଡ ସଂପୂର୍ଣ୍ଣ ହାତୀଶୂନ୍ୟ ଥିଲା । ଅନୁଗୋଳ,  ଆଠଗଡ଼, ଢ଼େଙ୍କାନାଳ, ବାରିପଦା, ଚନ୍ଦକା, ଖୋର୍ଦ୍ଧା ଓ କେନ୍ଦୁଝରରେ  ହାତୀ ସଂଖ୍ୟା ଅପ୍ରତ୍ୟାଶିତ ଭାବେ ବଢ଼ିଥିବା ଜଣା ପଡ଼ିଥିଲା ।  କିନ୍ତୁ ଶିମିଳିପାଳ, ବାଲେଶ୍ୱର, ରାଇରଙ୍ଗପୁର, ବଲାଙ୍ଗୀର ଓ  ପାରଳାଖେମୁଣ୍ଡିରେ ପୂର୍ବ ଅପେକ୍ଷା ହାତୀ କମିଥିଲେ । ଅନୁଗୁଳ  ସର୍କଲରେ ସର୍ବାଧିକ ୭୭୯ଟି ହାତୀଙ୍କୁ ଚିହ୍ନଟ କରା ଯାଇଥିବାବେଳେ  ଏହି ସର୍କଲ ଅଧୀନସ୍ଥ କେବଳ ଢ଼େଙ୍କାନାଳ ବନଖଣ୍ଡରେ ୨୩୯ ହାତୀ  ଥିଲେ । ଆଠଗଡ଼ରେ ୧୭୮ଟି, ସାତକୋଶିଆରେ ୧୩୮ଟି, ଅନୁଗୋଳ  ବନଖଣ୍ଡରେ ୧୧୯ଟି ହାତୀ ଚଳପ୍ରଚଳ କରୁଥିଲେ । ସର୍କଲ ତାଲିକା ଅନୁସାରେ ଦ୍ୱିତୀୟ ସର୍ବାଧିକ ୪୩୧ଟି ହାତୀ ବାରିପଦାରୁ ଠାବ  ହୋଇଥିଲେ । ସେଠାକାର ବାରିପଦା ବନଖଣ୍ଡରେ ୧୦୫, ଉତ୍ତର ଶିମିଳିପାଳରେ ୧୦୩ ଓ ଦକ୍ଷିଣ ଶିମିଳିପାଳରେ ୧୦୧ ହାତୀଙ୍କ  ଚଳପ୍ରଚଳ ରହିଥିବା ଜଣା ପଡ଼ିଥିଲା । ଏଥର ହାତୀ ଗଣନାରେ  ଡ୍ରୋନ କ୍ୟାମେରା ବ୍ୟବହାର କରାଯାଉଛି । ଶନିବାର ଗଣନା  ସରିବାକୁ ଥିବା ବେଳେ ରିପୋର୍ଟ ମାସ ଶେଷସୁଦ୍ଧା ପ୍ରକାଶ  ପାଇବ ବୋଲି ପିସିସିଏଫ୍‌ ଶ୍ରୀ ନନ୍ଦ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.