ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ମିଳିତ ରାଜନୈତିକ ଦଳ ସାମ୍ବାଦିକ ସମ୍ମିଳନୀ : ସୌମ୍ୟାଶ୍ରୀଙ୍କ ଏକଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବୁ - ଭକ୍ତଚରଣ ଦାସ

Published By : Gurupada Nath | July 18, 2025 4:01 PM

ଭୁବନେଶ୍ୱର, ୧୮/୭ : ଆସନ୍ତା ଚବିଶ ତାରିଖ ବାଲେଶ୍ଵର ଫକୀରମୋହନ ମହାବିଦ୍ୟାଳୟରର ପୀଡ଼ିତା ସୌମ୍ୟାଶ୍ରୀଙ୍କ ଏକଦଶାହ। ତେବେ ଏହି ଦିବସକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ, ବାମ ଦଳ, ଆରଜେଡି, ଏସପି ସମେତ ଇଣ୍ଡିଆ ମେଣ୍ଟର ଆଠ ଦଳ। ସାରା ରାଜ୍ୟରେ ମହିଳା କଂଗ୍ରେସ ସହିତ ଆଠ ଦଳର ମହିଳା ସେଲ ଏହାକୁ ପାଳନ କରିବେ। କେବଳ ବାଲେଶ୍ଵର ପୀଡ଼ିତା ନୁହନ୍ତି ବାକି ଯେଉଁ ମହିଳା ଓ ଝିଅଙ୍କ ପ୍ରତି ଅଘଟଣ ହୋଇଛି ତାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯିବ । ସବୁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଗୁଡିକରେ ୨ ମିନିଟ ନୀରବ ପ୍ରାର୍ଥନା ପାଇଁ ନିବେଦନ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ।

ଆଠ ଦଳ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀରେ ଭକ୍ତ କହିଥିଲେ, ସରକାରୀ ସମେତ ସବୁ ବେସରକାରୀ ଅନୁଷ୍ଠାନ ମଧ୍ୟ ୧ ମିନିଟ ନୀରବ ପ୍ରାର୍ଥନା ଲାଗି ଅନୁରୋଧ କରୁଛୁ । ତେବେ ରାଜ୍ୟରେ ନିର୍ଯାତିତ ମହିଳାଙ୍କ ଲାଗି ମହିଳା ସେଲ ଖୋଲିବ ପିସିସି । ସେମାନେ ଆପ ମାଧ୍ୟମରେ ଅଭିଯୋଗ କରିବା ପରେ ପିସିସି ଅନୁଧ୍ୟାନ କରି ତଦନ୍ତରେ ସହଯୋଗ କରିବ। ରାଜନୈତିକ ବ୍ୟାପାର କମିଟି ବୈଠକରେ ଏହି ବଡ ନିଷ୍ପତି ହୋଇଥିବା ଭକ୍ତ କହିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ କହିଲେ, ସୌମ୍ୟାଶ୍ରୀଙ୍କ ପ୍ରସଙ୍ଗ ଆଗାମୀ ଦିନରେ ବିଧାନସଭାରେ ଉଠିବ। ଆଗରୁ ନାରୀ ସୁରକ୍ଷା ପ୍ରସଙ୍ଗ କଂଗ୍ରେସ ଗୃହରେ ଉଠାଇଥିଲା। ହେଲେ ରାଜ୍ୟ ସରକାର ଶୁଣିନଥିଲେ । ଯେ ପର୍ଯ୍ୟନ୍ତ ଝିଅ ନ୍ୟାୟ ନ ପାଇଛି, ଆନ୍ଦୋଳନ ଜାରି ରହିବ ବୋଲି କଡ଼ାମ କହିଛନ୍ତି।

ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଥିଲେ, ଆସନ୍ତାକାଲି ଦିଲ୍ଲୀରେ ବସିବ ଇଣ୍ଡିଆ ବ୍ଲକ ବୈଠକ। ଏହି ବୈଠକରେ ଉଠିବ ବାଲେଶ୍ଵର ପୀଡ଼ିତା ପ୍ରସଙ୍ଗ। ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗ ସଂସଦରେ ଉଠାଇବେ। କଂଗ୍ରେସ ଦାବି କରୁଛି, ଏହି ଘଟଣାରେ ନ୍ୟାୟିକ ତଦନ୍ତ ହେଉ। ଉଚ୍ଚତମ ନ୍ୟାୟାଳୟ ଜଜ୍ ଘଟଣାର ତଦାରଖ କରନ୍ତୁ। ତୁରନ୍ତ ରାଜ୍ୟ ସରକାର ମହିଳା କମିଶନ ନିଯୁକ୍ତି କରନ୍ତୁ ବୋଲି କଂଗ୍ରେସ ପ୍ରଭାରୀ ଶ୍ରୀ ଲଲ୍ଲୁ କହିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ, ଭାରତ ଇତିହାସରେ ଏଭଳି ଶାନ୍ତିପୂର୍ଣ୍ଣ ବନ୍ଦ ପ୍ରଥମ। ଆଗାମୀ ଦିନରେ ସମସ୍ତେ ମହିଳା ସୁରକ୍ଷା ପାଇଁ ଆନ୍ଦୋଳନ ଜାରି ରଖିବେ। ସେହିଭଳି ସିପିଆଇଏମ ନେତା ସୁରେଶ ପାଣିଗ୍ରାହୀ କହିଥିଲେ, ଏଭଳି ବନ୍ଦ ପରେ ରାଜ୍ୟ ସରକାର ନିଜ ପଦରେ ନରହି ତୁରନ୍ତ ଇସ୍ତଫା ଦେବା ଉଚିତ। କ୍ରାଇମବ୍ରାଞ୍ଚ ତଦନ୍ତ ନକରି, ନ୍ୟାୟିକ ତଦନ୍ତ ହେଉ। ଫରୱାର୍ଡ଼ ବ୍ଲକର ଜ୍ୟୋତି ରଞ୍ଜନ ମହାପାତ୍ର କହିଥିଲେ, ବିକେପି କର୍ମୀ ମଧ୍ୟ ରାସ୍ତାକୁ ଆସିନଥିଲେ। ସେମାନେ ମଧ୍ୟ ନିଜ ସରକାରକୁ ନୀରବ ଭାବେ ବିରୋଧ କରିଛନ୍ତି।ସମାଜବାଦୀ ପାର୍ଟିର ପ୍ରତାପ ବାରିକ ଓ ବିକ୍ରମ ସ୍ୱାଇଁ ପ୍ରମୁଖ ଦଳ ପକ୍ଷରୁ କୃତଜ୍ଞତା ଜଣାଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.