ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ

Published By : Rasmita Pradhan | February 18, 2025 9:08 AM

ରିଆମାଳ, ୧୮/୦୨ : ବିପଦରେ ଗଜରାଜ। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ। ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଗରିଆପାଲିରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। 

ସୂଚନା ଅନୁସାରେ, ସୋମବାର ରାତିରେ ହାତୀଟି ଦେଝରଣ ଅଞ୍ଚଳରୁ ଗରିଆପାଲିକୁ ଆସିଥିଲା। ମଙ୍ଗଳବାର ସକାଳୁ ସ୍ଥାନୀୟ ଲୋକେ ହାତୀର ମୃତଦେହ ପଡିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଘଟଣା ବିଷୟରେ ଜାଣି ରେଞ୍ଜର ନିରଞ୍ଜନ ଧରୁଆ ଓ ସ୍ଥାନୀୟ ଫରେଷ୍ଟର ତପନ ନାୟକ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ହାତୀର ପାଞ୍ଚ ଫୁଟ ଦୂରରେ ଶିକାର ଉଦ୍ଦେଶ୍ୟରେ ବୋତଲ ଓ ବାଉଁଶ ଷ୍ଟିକରେ ତାର ଲଗାଯାଇ ରଖା ଯାଇଛି ଏବଂ ମୁଖ୍ୟ ଲାଇନ୍ ଠାରୁ ୩୦୦ ମିଟର ଦୂରରେ ହାତୀଟି ମରିଥିବା ଦେଖିବାକୁ ମିଳିଛି। ହାତୀର ମୁହଁରେ ଏକ ଘା ରହିଛି। ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ବ୍ୟବହୃତ ତାରରେ ଲାଗି ହାତୀର ମୃତ୍ୟୁ ହୋଇଛି।

ଏହି ଖବରଟିକୁ ପଢନ୍ତୁ-ଓଲଟିଲା ମଦ ବୋଝେଇ ଟ୍ରକ୍ : ହେଲପର୍ ମୃତ, ଡ୍ରାଇଭର ଆହତ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.