ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ନରସିଂହପୁରରେ ହାତୀ ଉପଦ୍ରବ, ୧୨ରୁ ଶହରୁ ଉର୍ଦ୍ଧ୍ଵ କଦଳୀ ଗଛ ଉଜାଡ଼ିଦେଲେ ହାତୀପଲ

Published By : Rasmita Pradhan | March 4, 2025 10:35 AM

କଟକ, ୦୪/୦୩ : କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ହାତୀ ଉପଦ୍ରବ। ଖାଦ୍ୟ ଅନ୍ଵେଷଣରେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଉଛନ୍ତି ହାତୀପଲ। ଉଜାଡ଼ୁଛନ୍ତି ଫସଲ। ସେପଟେ ଚାଷ ନଷ୍ଟ ଯୋଗୁଁ ଚିନ୍ତାରେ ଚାଷୀକୂଳ। ଥମୁନି ହାତୀ-ମଣିଷଙ୍କ ଭିତରେ ଲଢେଇ। ନରସିଂହପୁର ପାର୍ବତୀପୁର ଶାସନ ଗ୍ରାମରେ ପଶି ୧୨ରୁ ଶହରୁ ଉର୍ଦ୍ଧ୍ଵ କଦଳୀ ଗଛ ନଷ୍ଟ କଲେ ହାତୀପଲ।

ସୂଚନାନୁଯାୟୀ, ନରସିଂହପୁର ପାର୍ବତୀପୁର ଶାସନ ଗ୍ରାମର ବିଜୟାନନ୍ଦ ଦାଶ ଜନନ୍ତାରିଆ ନିକଟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ୨ ଏକର ଜମିରେ ପ୍ରାୟ ୧୩ ଶହ ରୁ ୧୬ଶହ ଦେଶୀ କଦଳୀ ଗଛ ଲଗାଇ ଚାଷ କରୁଥିଲେ। ଏହି କଦଳୀ ବଗିଚାରେ ପ୍ରାୟ ୮ ଶହରୁ ଅଧିକ ଗଛରେ କଦଳୀ କାନ୍ଧି ଆସିଥିଲା। ହେଲେ ହାତୀପଲ ଦାଉ ସାଧିଲେ। କିଛି ଦିନ ହେବ ଏକ ହାତୀ ପଲ ନିୟମିତ ଟ୍ରେଞ୍ଜ୍ ଅତିକ୍ରମ କରି କଦଳୀ ବଗିଚାରେ ପଶି କଦଳୀ ଗଛ ଭାଙ୍ଗି ଖାଇଯାଉଛନ୍ତି। ଏହି ହାତୀପଲରେ ପ୍ରାୟ ୮ଟି ହାତୀ ଅଛନ୍ତି। 

ବାରମ୍ବାର ଅଭିଯୋଗ ପରେ ମଧ୍ୟ ବନ ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉନାହିଁ। ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ମଧ୍ୟ ମିଳୁନି। ଫଳରେ ବାଧ୍ୟହୋଇ ଚାଷୀ ଚାଷ ଛାଡ଼ୁଛନ୍ତି। ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସଂରକ୍ଷିତ ଜଙ୍ଗଲରେ ବ୍ୟାପକ ପରିମାଣର ହାତୀ ଖାଦ୍ୟ ଜଙ୍ଗଲ ସୃଷ୍ଟି କରିବା ସହ ହାତୀମାନେ କିପରି ଗାଁ ମୁଁହା ନହେବେ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି। ଏହା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆବଶ୍ୟକୀୟ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି।

ଏହି ଖବରଟିକୁ ପଢନ୍ତୁ-ରକ୍ତରେ ଭିଜିଲା ରକ୍ତ ସମ୍ପର୍କ, ବାପାକୁ ହତ୍ୟା କରି ମୁଣ୍ଡ କାଟି ନେଲା ପୁଅ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.