ପ୍ରମୂଖ ଖବର
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ଚମ୍ପୁଆ ରେଞ୍ଜ୍‌ରେ ମାତିଛି ଗୋଠଛଡ଼ା ଦନ୍ତା, ଭାଙ୍ଗିଲା ଘର... ଟ୍ରାଙ୍କୁଲାଇଜ୍ ଡାଟ୍ କଲା ବନ ବିଭାଗ

Published By : Rasmita Pradhan | August 25, 2025 10:10 AM

ପାଟଣା, ୨୫/୦୮ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ୍ ଉଖୁଣ୍ଡା ସେକ୍ସନ ଅଞ୍ଚଳରେ ଏକ ଗୋଠଛଡ଼ା ଦନ୍ତା ଦୁଇ ସପ୍ତାହ ଧରି ଆତଙ୍କ ଖେଳାଇଛି। ଘରଦ୍ଵାର ଭାଙ୍ଗି ନଷ୍ଟ କରୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଦନ୍ତାକୁ ଆକଟ କରିବା ପାଇଁ ବନ ବିଭାଗ ଟ୍ରାଙ୍କୁଲାଇଜ୍ ଡାଟ୍ କରିଛି। ଟ୍ରାଙ୍କୁଲାଇଜ୍ ଗନ୍ ଦ୍ୱାରା ଡାଟ୍ ନାମକ ଏକ ଔଷଧ ହାତୀକୁ ଦିଆଯାଇଛି। ଫଳରେ ହାତୀ ଆଶ୍ଵସ୍ତ ଅନୁଭବ କରି ଆଉ ଗାଁ ମୁହାଁ ହେବ ନାହିଁ ବୋଲି ବନ ବିଭାଗ ଆଶା ରଖିଛି। 

ସୂଚନାନୁଯାୟୀ, କମଣ୍ଡ ଗ୍ରାମରେ ୨୯ ଟି ହାତୀ ଥିବା ଏକ ହାତୀପଲ ମଧ୍ୟ ଦୁଇଟି ଘର ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି।  ସେହିପରି ଗୋଠଛଡ଼ା ଦନ୍ତାଟି ରବିବାର ବିଳମ୍ବିତ ରାତିରେ ନିଶ୍ଚିନ୍ତପୁର ଗ୍ରାମରେ ଦୁଇ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛି। ଏହି ଦନ୍ତା ଏଯାଏଁ ୨୪ରୁ ଉର୍ଦ୍ଧ୍ଵ ଘର ଭାଙ୍ଗି ସାରିଲାଣି । ହାତୀପଲଙ୍କ ଉପଦ୍ରବରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ସେପଟେ ଗୋଠଛଡ଼ା ଦନ୍ତା ଗାଁରେ ଉତ୍ପାତ କରି ବନ ବିଭାଗର ନିଦ ହଜାଇ ଦେଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଦନ୍ତାକୁ ଆକଟ କରିବା ପାଇଁ ବନ ବିଭାଗ ଟ୍ରାଙ୍କୁଲାଇଜ୍ ଡାଟ୍ କରିଛି। ହାତୀଙ୍କ ଗତିବିଧି ଉପରେ ବନ ବିଭାଗ ନଜର ରଖି ଲୋକଙ୍କୁ ସଚେତନ କରୁଛି।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.