ବନ୍ତଳା,୧୨/୦୭: ଅନୁଗୁଳ ବନଖଣ୍ଡ ଅନୁଗୁଳ ରେଞ୍ଜ ଅନ୍ତର୍ଗତ ସାହାରାଗୁଡା ନିକଟରେ ଏକ ମାଈ ହାତୀର ମୃତଦେହ ଦେଖିବାକୁ ମିଳିଛି । ଶନିବାର ସକାଳେ ସ୍ଥାନୀୟ ଗ୍ରାମବାସୀ ନିକଟ ଜଙ୍ଗଲକୁ ଯାଇଥିବା ବେଳେ ଏକ ମାଈ ହାତୀ ମରି ପଡିଥିବାର ଦେଖିବାକୁ ପାଇଥିଲେ । ଗାଁ ଲୋକେ ଏ ସମ୍ପର୍କରେ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗର ପାଟ୍ରୋଲିଂ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଥିବା ଜଣାପଡ଼ିଛି । ଅନ୍ୟପଟେ ମାଇ ହାତୀର କିପରି ମୃତ୍ୟୁ ହେଲା ତାହା ଜଣା ପଡି ନଥିବା ବେଳେ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।

ଶରଦ ପାୱାରଙ୍କ ଦଳରେ ହଲଚଲ୍, ଅଧକ୍ଷ ପଦ ଛାଡ଼ିଲେ ଜୟନ...