ଢେଙ୍କାନାଳ, ୧୬/୦୧ : ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ। ସାତକୋଶିଆରୁ କପିଳାସ ଆଣିବା ବେଳେ ବାଟରେ ହାତୀର ମୃତ୍ୟୁ ଘଟିଛି। ମୃତ ମାଈ ହାତୀର ବୟସ ୪ବର୍ଷ ହେବ ବୋଲି ଜଣାପଡ଼ିଛି। ହାତୀଟି ଖାଦ୍ୟରେ ବୋମା ଚୋବାଇ ଗୁରୁତର ହୋଇଥିଲା। ଗତ ରାତିରେ ସ୍ୱତନ୍ତ୍ର ଟ୍ରକ୍ ଯୋଗେ ତାକୁ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଉଥିଲା। କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ହାତୀଟିର ଶବ ବ୍ୟବଚ୍ଛେଦ କରାଯିବ।

ସୂଚନାନୁଯାୟୀ, ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳର ବାଳୁଅକଟା ପଥରଗଡ଼ ସାହି ପୋଖରୀ ନିକଟରୁ ଗୁରୁତର ଅବସ୍ଥାରେ ଏକ ହାତୀଛୁଆ ଗୁରୁବାର ଠାବ ହୋଇଥିଲା। ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀ ବିଛାଇଥିବା ବୋମା ଚୋବାଇ ହାତୀର ମୁହଁ କ୍ଷତାକ୍ତ ହୋଇଥିଲା। ୫/୬ ଦିନ ପୂର୍ବରୁ ଏହି କ୍ଷତ ହୋଇଥିବାରୁ ହାତୀଛୁଆର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଅଧିକ ଚିକିତ୍ସା ପାଇଁ ସନ୍ଧ୍ୟାରେ ‘ଐରାବତ’ ଗାଡ଼ିରେ ଗୁରୁତର ହାତୀଛୁଆକୁ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଅଧା ବାଟରେ ହାତୀ ଛୁଆର ମୃତ୍ୟୁ ଘଟିଛି।

ଏହି ଖବରଟିକୁ ପଢନ୍ତୁ- ଭୋଗରାଇରୁ ୧୬୫ ଗ୍ରାମ୍ ର ବ୍ରାଉନସୁଗର ଜବତ, ଗ୍ରାହକ ବେଶରେ ମାଡ଼ି ବସିଲା ଅବକାରୀ ବିଭାଗ