ଆନନ୍ଦପୁର, ୩୧।୧୨: ଆନନ୍ଦପୁର ସହରରେ ବୁଧବାର ଭୋର ସମୟରେ ହାତୀ ଆତଙ୍କରେ ଭୟର ବାତାବରଣ ସୃଷ୍ଟି ହୋଇଛି l ହାଟଡିହି ପାର୍ଶ୍ୱରୁ ହାତୀ ଆସି ଆନନ୍ଦପୁର ବ୍ରିଜ୍ ଛକ ପରେ ଶିଶୁ ପାର୍କରେ ପହଞ୍ଚିଥିଲା । ପରେ ବୈତରଣୀ ସେତୁ ନିକଟରେ ଏକ କ୍ୟାବିନକୁ ଗଡ଼ାଇଥିଲା । ପରେ ରିଙ୍ଗ ରୋଡ୍ରେ କିଛି ବାଟ ଆସିବା ପରେ ବୈତରଣୀ ନଦୀ ପାର୍ ହୋଇ ସୁଦୁସୁଡ଼ିଆ ଅଭିମୁଖେ ଆସିଥିଲା । ବନବିଭାଗ ହାତୀ ଉପରେ ନଜର ରଖିଥିବାବେଳେ ହାତୀକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି ।