ଆଠଗଡ,୧୪/୧୦: ଥମୁନି ହାତୀ ଉପଦ୍ରବ । ଆଠଗଡ଼ ବନଖଣ୍ଡରେ ହାତୀ ଆତଙ୍କ। ଗତକାଲି ବିଳମ୍ବିତ ରାତିରେ ଚନ୍ଦକା ଅଭୟାରଣ୍ୟରୁ ୨୧ ଟିକିଏ ହାତୀପଲ ମହାନଦୀ ପାର ହୋଇ ସୁକାସନ ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଟି ହାତୀ ଆଠଗଡ଼ ବ୍ଲକ୍ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଦ୍ଵାରାବତୀପୁର ଗାଁରେ ପଶି ଧାନ ବିଲରେ ଉତ୍ପାତ କରୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଧାନ ଥୋଡ ଧରୁଥିବା ବେଳେ ହାତୀ ଦୁଇଟି ସେହି ଅଞ୍ଚଳର ବ୍ୟାପକ ଫସଲ ନଷ୍ଟ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଖବର ପାଇ ଆଠଗଡ଼ ବନ ବିଭାଗ ପକ୍ଷରୁ ହାତୀ ଜଗୁଆଳୀଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିବା ଜଣାପଡିଛି।