ପ୍ରମୂଖ ଖବର
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଦନ୍ତା ଆକ୍ରମଣରେ ବୃଦ୍ଧ ଗୁରୁତର,ଡ଼ାକ୍ତରଖାନାରେ ଭର୍ତ୍ତି

Published By : Anindita Ratha | July 5, 2025 9:24 AM

ଢେଙ୍କାନାଳ,୦୫/୦୭: ଥମୁନି ହାତୀ ଉପଦ୍ରବ। ଶୌଚ ହେବାକୁ ପୋଖରୀକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଟେକି କଚାଡିଲା ଦନ୍ତା । ଫଳରେ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ତେବେ ଢେଙ୍କାନାଳ ବନଖଣ୍ଡ ସଦର ବନାଞ୍ଚଳ ଭାପୁର ଫରେଷ୍ଟ ସେକ୍ସନ ଅଧୀନ କାଲିକାପ୍ରସାଦ ଗ୍ରାମ ଦଲକସାହିରୁ ସାମ୍ନାକୁ ଆସିଛି ଏଭଳି ଘଟଣା । 

ସୂଚନା ମୁତାବକ, କାଲିକାପ୍ରସାଦ ଗ୍ରାମ ଦଲକସାହିର ୬୦ ବର୍ଷୀୟ ଉଦ୍ଧବ ଦେହୁରୀ  ଶନିବାର ସକାଳେ ଗ୍ରାମ ଦଲକ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିଲେ। ଏହି ସମୟରେ ଏକ ଦନ୍ତା ହାତୀ ତାଙ୍କ ନିକଟକୁ ଆସି ଆକ୍ରମଣ କରିଥିଲା । ଫଳରେ ଉଦ୍ଧବ ଗୁରୁତର ଆହତ ହୋଇଥିଲେ।ଏନେଇ ସ୍ଥାନୀୟ ଲୋକେ ଏହା ଜାଣିପାରି ପୁଲିସ ଓ ବନ ବିଭାଗକୁ ଖବର ଦେଇଥିଲେ। ଭାପୁର ଫରେଷ୍ଟର ଓ ଫାଣ୍ଡି ପୁଲିସ କର୍ମଚାରୀଙ୍କ ଦ୍ଵାରା ଉଦ୍ଧାର କରାଯାଇ ଉଦ୍ଧବଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଦନ୍ତା ହାତୀ ଚଳପ୍ରଚଳକୁ ନେଇ ଗ୍ରାମରେ ଭୟଭୀତ ବାତାବରଣ ସୃଷ୍ଟି ହୋଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.