ନୀଳଗିରି,୧୦/୧୨: ନୀଳଗିରିରେ ଝାଡଖଣ୍ଡ ହାତୀପଲଙ୍କ ଉପଦ୍ରବ । ରାତିରେ ଧସେଇ ପଶିଛନ୍ତି ୨୭ ଟିକିଆ ହାତୀପଲ। ମୟୁରଭଞ୍ଜ ନଡ଼ପୁର ଜଙ୍ଗଲ ପାର୍ ହୋଇ ନୀଳଗିରିରେ ପଶିଛନ୍ତି ହାତୀ । ଯାହାକୁ ନେଇ ଚିନ୍ତାରେ ଚାଷୀ ।
ସୂଚନା ମୁତାବକ, ବାଲେଶ୍ଵର ଜିଲ୍ଲା ନୀଳଗିରିକୁ ଗତକାଲି ମଧ୍ୟ ରାତ୍ରୀରେ ପଶିଛନ୍ତି ଝାଡ଼ଖଣ୍ଡ ହାତୀପଲ। ସୀମାନ୍ତ ମୟୁରଭଞ୍ଜ ଜିଲ୍ଲାରେ ଗତକାଲି ହାତୀପଲ ଘୁରି ବୁଲୁଥିବା ବେଳେ ନଡ଼ପୁର ଜଙ୍ଗଲ ପାର ହୋଇ ନଖରା ,ସୋନନଦୀ ପାର ହୋଇ ଆସିଛନ୍ତି। ନୀଳଗିରି ଅଞ୍ଚଳକୁ ପ୍ରତ୍ୟେକ ବର୍ଷ ଝାଡ଼ଖଣ୍ଡ ହାତୀପଲ ଆସି ବ୍ୟାପକ ଫସଲ ନଷ୍ଟ କରିଥାନ୍ତି। ଚଳିତ ବର୍ଷ ଏକ ଦନ୍ତାହାତୀ ଆସି ଉପଦ୍ରବ କରିଥିଲା। ତେବେ ୨୭ ଟିକିଆ ଝାଡ଼ଖଣ୍ଡ ହାତୀପଲକୁ ନେଇ ବନବିଭାଗ ସଜାଗ ଥିବାବେଳେ ଧାନ କ୍ଷେତରେ ଏବେ ଧାନ ଅମଳ ଚାଲିଥିବାରୁ ଚାଷୀମାନେ ଆତଙ୍କିତ ଥିବା ଜଣାପଡିଛି।