ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କର୍ଲାମୁଣ୍ଡାରେ ୪୪ ଟିକିଆ ହାତୀପଲଙ୍କ ଉପଦ୍ରବ, ଚାଷୀ ଆତଙ୍କିତ

Published By : Rasmita Pradhan | January 21, 2025 2:53 PM

କର୍ଲାମୁଣ୍ଡା, ୨୧/୧ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଜାପାଟି ଓ ରିଂଜା ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ। ସ୍ଥାନୀୟ ଅଞ୍ଚଳରେ ୪୪ଟି ହାତୀ ଥିବା ଏକ ପଲ ବୁଲି ଡାଲି ଜାତୀୟ ଓ ଧାନ ଫସଲ ନଷ୍ଟ କରୁଛନ୍ତି। ଯାହାକୁ ନେଇ ଚାଷୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଖୁବଶୀଘ୍ର ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଦାବି କରିଛନ୍ତି।

ଏହି ଖବରଟିକୁ ପଢନ୍ତୁ-ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ପାଇଁ ଅତିଥି ତାଲିକା : କଟକରେ ମୁଖ୍ୟମନ୍ତ୍ରୀ... ଖୋର୍ଦ୍ଧା ଏବଂ ପୁରୀରେ ପତାକା ଉତ୍ତୋଳନ କରିବେ ୨ ଉପମୁଖ୍ୟମନ୍ତ୍ରୀ

ସୂଚନାନୁଯାୟୀ, ମ. ରାମପୁର ରେଞ୍ଜ୍ ଏ.ସି.ଏଫ ଅଶୀତ କୁମାର ଦାସ, ମଦନପୁର ବନପାଳ ସମ୍ପଦ କୁମାର, ସୁରୁଜୁଲି ବନରକ୍ଷୀ ସତ୍ୟଭାମା ନାଗଙ୍କ ସମେତ ଅନ୍ୟାନ୍ୟ ଟିମ୍ ମଙ୍ଗଳବାର ସକାଳେ ପହଞ୍ଚି ହାତୀମାନଙ୍କୁ ଜଙ୍ଗଲକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ଖବର ଲେଖାଯିବା ସୁଦ୍ଧା କେସିଙ୍ଗା ରେଞ୍ଜ କର୍ମଚାରୀମାନେ ହାତୀପଲକୁ ଇନ୍ଦିରାକାନନ ଜଙ୍ଗଲ ପର୍ଯ୍ୟନ୍ତ ଘଉଡ଼ାଇଥିବା ସୂଚନା ମିଳିଛି। ଏହି ହାତୀପଲରେ ୪୪ଟି ହାତୀ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.