ଫିରିଙ୍ଗିଆ,୧୦/୦୨  :  କନ୍ଧମାଳ ଜିଲ୍ଲା   ଫିରିଙ୍ଗିଆ ବନାଞ୍ଚଳର ଗୋଚ୍ଛାପଡା ସେକ୍ସନ ଅନ୍ତର୍ଗତ ବନ୍ଦୁଲି ଗାଁରେ ତିନି  ଟିକିଆ ହାତୀ ପଲ  l ଫଳରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି।  ହାତୀ ଘଉଡାଇବା ପାଇଁ  ଜଙ୍ଗଲରେ ବନବିଭାଗ ଟିମ ପହଞ୍ଚିଛନ୍ତି। 

ସୂଚନା ଅନୁସାରେ ଗତ ତିନି   ଦିନ ହେବ ଗୋଚ୍ଛାପଡା ନିକଟ ବନ୍ଦୁଲି ଗାଁର ଅତି ନିକଟରେ ଗ୍ରାମ ବାସୀ ୩ଟି ହାତୀ ଦେଖିବାକୁ ପାଇଥିଲେ l ହାତୀ ଆସିଥିବା ଘଟଣା ସବୁ ଆଡେ ପ୍ରଚାରିତ ହେବା ପରେ ଅଞ୍ଚଳ ରେ ଭୟର ବାତାବରଣ ଦେଖା ଦେଇଥିଲା l ଫିରିଙ୍ଗିଆ ବନବିଭାଗ କୁ ଖବର ମିଳିବା ପରେ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ପ୍ରଦୋଷ କୁମାର ମହାରଣା ଙ୍କ ନିର୍ଦେଶ କ୍ରମେ ୧୦ ଜଣ ଟିମ୍ ପକ୍ଷରୁ ତନା ଘନା  କରିଥିଲେ।  ଗୋଛାପଡା ବନପାଳ ଦିଲୀପ କୁମାର ବିଶୋଇ ଙ୍କ ନେତୃତ୍ୱ ରେ  ତୁରନ୍ତ ଏକ ଟିମ ଗଠନ କରି ହାତୀ ପଲକୁ ତୀକ୍ଷ୍ଣ ନଜର ରଖିଥିଲେ।  

ତେବେ ହାତୀ ପଲ କନ୍ଧମାଳ ସୀମା ଦେଇ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଜଙ୍ଗଲ ଅଞ୍ଚଳ କୁ ଫେରି ଯାଇଥିବା ଗୋଚ୍ଛାପଡା ବନ ପାଳ ଦିଲୀପ କୁମାର ବିଶୋଇ ଙ୍କ ଠାରୁ ସୂଚନା ମିଳିଛି l ଅନ୍ୟ ପଟେ ଫିରିଙ୍ଗିଆ ବ୍ଲକ ରେ ହାତୀ ଦେଖିବାକୁ ମିଳି ନଥାଏ କିନ୍ତୁ ଖାଦ୍ୟ ଅନ୍ୱେଷଣ ରେ ଆସି ପୁଣି ଥରେ ଫେରି ଯାଉଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି କ୍ଷୟ କ୍ଷତି ହୋଇ ନାହିଁ I