ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କେନ୍ଦୁଝରରେ ହାତୀପଲଙ୍କ ଉପଦ୍ରବ, ବିଲରେ ପଶି ନଷ୍ଟ କରୁଛନ୍ତି ଫସଲ

Published By : Harapriya Sethi | November 1, 2024 10:20 AM

କେନ୍ଦୁଝର, ୦୧/୧୧: କେନ୍ଦୁଝର ବନଖଣ୍ଡର ସଦର ରେଞ୍ଜକୁ ଧସେଇ ପଶିଥିଲେ ୨୮ ଟିକିଆ ହାତୀପଲ । ଏହି ହାତୀପଲ ବିଲରେ ପଶି ଖାଇ ଯାଉଛନ୍ତି ଏକର ଏକର ଫସଲ । ହାତୀପଲଙ୍କ ଏଭଳି ଉପଦ୍ରବ ଦେଖି ଲୋକେ ଭୟଭୃୀତ ଅବସ୍ଥାରେ ରହିଛନ୍ତି । 

ସୂଚନା ମୁତାବକ, କେନ୍ଦୁଝର ବନଖଣ୍ଡର ସଦର ରେଞ୍ଜକୁ ଏକ ୨୮ ଟିକିଆ ହାତୀପଲ ଧସେଇ ପଶି ଆସିଥିଲେ । ହାତୀ ପଲ ଗାଁ ନିକଟରେ ଥିବା ଜଙ୍ଗଲରେ ଡେରା ପକାଇବା ସହ ଗାଁରେ ଥିବା ବିଲରେ ପଶି ଯାଉଛନ୍ତି । ବିଲରେ ପଶି ଫସଲ ଖାଇ ନଷ୍ଟ ମଧ୍ୟ କରୁଛନ୍ତି । ତେଣୁ ଅନେକ ଥର ଗାଁ ଲୋକେ ଏହି ହାତୀପଲଙ୍କୁ ବିଲରୁ ତଡ଼ିବାକୁ ଚେଷ୍ଟା କରି ବିଫଳ ହେଉଛନ୍ତି । ଏବେ ହାତୀପଲଙ୍କ ମୁହଁରୁ ତାଙ୍କ ଚାଷକୁ କିପରି ସୁରକ୍ଷା ଦେବେ ଓ ପରିବାର ମୁହଁରେ ଆହାର ଦେବେ ସେହି ଚିନ୍ତାରେ ଅଛନ୍ତି ଚାଷୀ । 

ତେବେ ଏହି ଘଟଣା ବିଷୟରେ ବନ ବିଭାଗକୁ ଖବର ଦେଇଥିଲେ ଗ୍ରାମବାସୀ । ଖବର ପାଇ ବନ ବିଭାଗର ଏକ ଟିମ୍‌ ଏହି ଅଞ୍ଚଳରେ ହାତୀଙ୍କ ଉପରେ ତୀକ୍ଷ୍ମ ନଜର ରଖିଛନ୍ତି । ହାତୀଙ୍କ ଦ୍ୱାରା ଫସଲ ନଷ୍ଟ ହେଲେ ସରକାରଙ୍କ ଅନୁକମ୍ପା ରାଶିର ବ୍ୟବସ୍ଥା ରହିଛି ।  ତେଣୁ ହାତୀଙ୍କ ପାଖକୁ ଯାଇ ବିପଦକୁ ନ ଡାକିବାକୁ ବନ ବିଭାଗ ପକ୍ଷରୁ ଜନ ସାଧାରଣଙ୍କୁ ନିବେଦନ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.