ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

'ଏକ୍ସ' ଉପରେ ସାଇବର ଆଟାକ୍; ଦିନକରେ ୩ ଥର ଠପ୍, ୟୁକ୍ରେନକୁ ଏଲନ୍ ମସ୍କଙ୍କ ସନ୍ଦେହ

Published By : Ankita S | March 11, 2025 8:15 AM

ନୂଆଦିଲ୍ଲୀ,୧୧/୦୩ : ସୋସିଆଲ ମିଡିଆ 'ଏକ୍ସ' ଉପରେ ସାଇବର ଆଟାକ୍ । ଦିନକରେ ୩ ଥର ଅଚଳ ହୋଇଗଲା ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ । ପୂର୍ବରୁ ଟ୍ବିଟର ଭାବେ ପରିଚିତ ଥିବା 'ଏକ୍ସ' ସୋସିଆଲ ସାଇଟ୍ ସାରା ବିଶ୍ବରେ  ଗୋଟିଏ ଦିନରେ ୩ ଥର କାମ କରିନବା ସୂଚନା ମିଳିଛି ।  ଫଳରେ ୟୁଜର୍ସ ସମସ୍ୟା ଭୋଗିଥିଲେ । ଅଚାନକ ଏପରି  ସମସ୍ୟା ନେଇ ବଡ ଗୋଷ୍ଠୀ କମ୍ବା ଦେଶ ସାମିଲ ଥିବା ସନ୍ଦେହ କରାଯାଉଥିବା କହିଛନ୍ତି ଏଲନ୍ ମସ୍କ ।

ବିଶ୍ବର ନମ୍ବର ୱାନ ଧନୀ ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ କମ୍ପାନୀ 'ଏକ୍ସ'  (ପୂର୍ବରୁ ଟ୍ବିଟର) ଉପରେ ବଡ ଧରଣର ସାଇବର ଆକ୍ରମଣ ହୋଇଛି । ଏଥିରେ ଅନେକ ଦଳ ଓ ଦେଶ ସଂପୃକ୍ତି ଥିବା ମସ୍କ ସନ୍ଦେହ କରୁଛନ୍ତି । ସେ କହିଛନ୍ତି କି, 'ଏକ୍ସ' ଉପରେ ପ୍ରତିଦିନ ସାଇବର ଆଟାକ୍ ହେଉଛି । କେଉଁଠାରୁ ଆକ୍ରମଣ ହେଉଛି ତାହା ଜାଣିବାକୁ ଉଦ୍ୟମ ଚାଲିଛି ।

'ଏକ୍ସ' ଉପରେ ଏପରି ସମୟରେ ସାଇବର ଆକ୍ରମଣ ହୋଇଛି, ଯେତେବେଳେ ଏଲନ୍ ମସ୍କ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମିଳିତ ଭାବେ ବିଭିନ୍ନ ଦେଶ ଉପରେ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଉଛନ୍ତି । ତେଣୁ ତାଙ୍କ ବିରୋଧରେ ଶତ୍ରୁ ସୃଷ୍ଟି ହେବା ସନ୍ଦେହ କରାଯାଉଛି ।  'ଏକ୍ସ' ଉପରେ ସାଇବର ଆଟାକ୍ ନେଇ କୌଣସି ଦେଶ କିମ୍ବା ଗୋଷ୍ଠୀ ଦାବି କରି ନାହାନ୍ତି । ଏଲନ ମସ୍କ ୟୁକ୍ରେନକୁ ଦାୟୀ କରିଛନ୍ତି । ଏପରି ବାରମ୍ବାର ହେଉଥିବା କହିଛନ୍ତି ।

ଅଧିକ ପଢନ୍ତୁ...କାମ କରୁନାହିଁ ସାମାଜିକ ଗଣମାଧ୍ୟମ ଏକ୍ସ; ସମଗ୍ର ବିଶ୍ୱରେ ୟୁଜର୍ସ ମାନେ ଭୋଗୁଛନ୍ତି ସମସ୍ୟା

କହି ରଖୁଛୁ କି, ଗତକାଲି (ସୋମବାର) 'ଏକ୍ସ' ର ଗ୍ଲୋବାଲ ଆଉଟେଜ୍ ହୋଇଥିଲା । ଦିନତମାମ ବାରମ୍ବାର ଡାଉନ ହୋଇଥିଲା । ସାମାଜିକ ଗଣମାଧ୍ୟମ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ 'ଏକ୍ସ' କାମ ନ କରିବାରୁ  ୟୁଜର୍ସ ସମସ୍ୟା ଭୋଗିଥିଲେ । ଖାଲି ଭାରତ ନୁହେଁ ସମଗ୍ର ବିଶ୍ବର ୟୁଜର୍ସ ହଇରାଣ ହୋଇଥିବା ଦେଖିବାକୁ ମିଳିଥିଲା । ୪ ଲକ୍ଷରୁ ଅଧିକ ୟୁଜର୍ସ ଏନେଇ ଅଭିଯୋଗ କରିଥିଲେ । ପ୍ରାୟ ୫୬ ପ୍ରତିଶତ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବୋଲି ଡାଉନ ଡିଟେକ୍ଟରର ରିପୋର୍ଟରେ ପ୍ରକାଶ ପାଇଥିଲା । ପ୍ରଥମେ ଅପରାହ୍ନ ୩ଟା ୩୦ମିନିଟରେ ଅଚଳ ହୋଇଥିଲା 'ଏକ୍ସ' । ଏହାପରେ ରାତି ୯ଟା ଓ ପରେ ରାତି ୧୧ ଟାରେ ଲମ୍ବା ସମୟ ଯାଏ ବିଭ୍ରାଟ ଦେଖିବାକୁ ମିଳିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.