ନୂଆଦିଲ୍ଲୀ ୨୪/୦୮: ଟେକ୍ନୋଲୋଜି ଜଗତରେ ସଦ୍ୟତମ ପ୍ରୟୋଗକୁ ସାର୍ବଜନୀନ କରିଛନ୍ତି ଏଲନ ମସ୍କ । ଏହା ଏକ ଚତୁର ପ୍ରୟାସ, ଯାହା ମାଇକ୍ରୋସଫ୍ଟର ପ୍ରଭାବକୁ ଅସ୍ଥିର କରିପାରେ । ମସ୍କ ଏକ ନୂଆ ଅବଧାରଣା ଆଣିଛନ୍ତି, ଯାହାର ନାଁ ଦେଇଛନ୍ତି ‘ମାଇକ୍ରୋହାର୍ଡ’ । ନାଁ ବ୍ୟଙ୍ଗାତ୍ମକ ମନେହେଉଛି, କିନ୍ତୁ ଅତ୍ୟନ୍ତ ଗମ୍ଭୀର ଶବ୍ଦ ବୋଲି ସେ କହିଛନ୍ତି । ଏକ୍ସ ପ୍ଲାଟ୍ଫର୍ମରେ ଘୋଷଣା କରି ମସ୍କ କହିଛନ୍ତି, ମାକ୍ରୋହାର୍ଡ ବ୍ୟଙ୍ଗ ନୁହେଁ । ଏକ ପୂର୍ଣ୍ଣ ଏଆଇ ସଫ୍ଟୱେର କମ୍ପାନି ଭଳି ଏହା କାମ କରିବ । ତାଙ୍କର ବର୍ତ୍ତମାନର ଏଆଇ ଏଣ୍ଟର୍ପ୍ରାଇଜ୍ ‘ଏକ୍ସଏଆଇ ସହିତ ଏହା ପରିଚାଳିତ ହେବ ।
ମସ୍କଙ୍କ ଅନୁସାରେ, ମାଇକ୍ରୋସଫ୍ଟ ଭଳି ପାରମ୍ପରିକ ସଫ୍ଟୱେର ମହାରଥୀ ନିଜର କ୍ଲୋନ୍ ପ୍ରସ୍ତୁତ କରୁନାହାନ୍ତି । କିନ୍ତୁ ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଜରିଆରେ ସେମାନଙ୍କର ପୁନଃ ନିର୍ମାଣ ହେବା ଉଚିତ୍ । ମସ୍କଙ୍କ କହିବା ଅନୁସାରେ, ଶତାଧିକ ବିଶେଷ କୋଡିଂ ଲଞ୍ଚ୍ ଏବଂ ଛବି କିମ୍ବା ଭିଡିଓ ଜେନେରେସନ୍/ଏଜେଣ୍ଟଙ୍କୁ ବୁଝିବା ହେଉଛି ଯୋଜନା, ଯେଉଁମାନେ ସନ୍ତୁଳନ ସହିତ କାମ କରିବେ । ଏହି ଚତୁର ଏଜେଣ୍ଟ୍ ମାନବ ୟୁଜର୍ଙ୍କୁ ଅନୁକରଣ କରିବେ ତଥା ଭର୍ଚୁଆଲ ମେସିନ୍ ଭିତରେ ସଫ୍ଟୱେର ସହିତ ସେପର୍ଯ୍ୟନ୍ତ ଜଡ଼ିତ ରହିବେ ଯେପର୍ଯ୍ୟନ୍ତ ଫଳାଫଳ ଉତ୍କର୍ଷରେ ପହଞ୍ଚିନାହିଁ । ଏଆଇ-ପରିଚାଳିତ ସଫ୍ଟୱେର କାରଖାନା ଏକ ସାହସିକ ଦୃଷ୍ଟିକୋଣ, ଯାହା ବ୍ୟାପକ କାର୍ଯ୍ୟରେ ମାନବସ୍ତରୀୟ ପ୍ରଦର୍ଶନର ଅନୁକରଣରେ ସକ୍ଷମ ହେବ । ଏକ୍ସଏଆଇ ଆମେରିକୀୟ ପାଟେଣ୍ଟ୍ କାର୍ଯ୍ୟାଳୟରେ ମାକ୍ରୋହାର୍ଡ ଟ୍ରେଡ୍ମାର୍କର ପଞ୍ଜୀକରଣ କରିବାର କିଛି ସପ୍ତାହ ପରେ ମସ୍କ ଏହି ଘୋଷଣା କରିଛନ୍ତି ।