ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ଚର୍ଚ୍ଚିତ ଟେକ୍ ଶିଳ୍ପପତିଙ୍କ ମଧ୍ୟରେ ଜଣେ ଏଲନ ମସ୍କ ନିଜର ନିଆରା ହରକତ ପାଇଁ ଜଣାଶୁଣା। ସଦ୍ୟ ସେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ନିଜର ନାଁ ବଦଳାଇ ‘Kekius Maximus’ ରଖିଛନ୍ତି, ଯାହାକି ତାଙ୍କର କୋଟି କୋଟି ଫଲୋୟର୍ସଙ୍କ ମଧ୍ୟରେ ତେହଲକା ସୃଷ୍ଟି କରିଛି। ମସ୍କଙ୍କ ଏହି ପଦକ୍ଷେପ କେବଳ ସୋସିଆଲ ମିଡ଼ିଆରେ ହଲଚଲ ସୃଷ୍ଟି କରିନି , ଏହାସହ କ୍ରେପ୍ଟୋକରେନ୍ସି ବଜାରରେ ମଧ୍ୟ ହଲଚଲ କରି ଦେଇଛି।
‘Kekius Maximus’ର ଅର୍ଥ କଣ ?
‘Kekius Maximus’ ନାଁ ହେଉଛି ଇଣ୍ଟରନେଟ୍ କଲଚର ଓ ମିମ୍ସରେ ପ୍ରେରିତ। ଏହି ନାଁ ଦୁଇଟି ଭିନ୍ନ ଭିନ୍ନ ମେସେଜକୁ ଯୋଡ଼ି ଥାଏ। ପ୍ରଥମ Pepe the Frog , ଏହା ଏକ ଲୋକପ୍ରିୟ ଇଣ୍ଟରନେଟ୍ ମିମ୍, ଯାହା ହାସ୍ୟ ଓ ସଟାୟରର ପ୍ରତୀକ। ଦ୍ୱିତୀୟଟି Gladiator ଫିଲ୍ମର ମାକ୍ସିମସ୍ କ୍ୟାରେକ୍ଟର , ଏହି ଶକ୍ତି ଓ ପ୍ରଭାବର ପ୍ରତୀକ। ଏହାସହ , ଏହି ନାଁରେ ଆଧାରିତ ଏକ କ୍ରିପ୍ଟୋ ଟୋକନ ‘KEKIUS’ ମଧ୍ୟ ଅଛି, ଯାହା Ethereum ଓ Solana ଭଳି ବ୍ଲକଚେନ ପ୍ଲାଟଫର୍ମରେ ଚାଲିଥାଏ।
KEKIUS କ୍ରିପ୍ଟୋକରେନ୍ସିରେ ବୃଦ୍ଧି –
ମସ୍କଙ୍କ ନାଁ ବଦଳାଇବା ପରେ KEKIUS ଟୋକନର ଦାମ୍ରେ ଜବରଦସ୍ତ ବୃଦ୍ଧି ଦେଖାଯାଇଛି। ରିପୋର୍ଟସ ଅନୁସାରେ, ମସ୍କଙ୍କ ନାଁ ବଦଳାଇବାର କିଛି ହିଁ ଘଣ୍ଟାରେ KEKIUS ଟୋକନର ଭାଲ୍ୟୁ ଆକାଶ ଛୁଇଁଛି। ଏବେସୁଦ୍ଧା ଏଥିରେ ୫୦୦ ପ୍ରତିଶତ ଦାମ୍ ବଢିଛି। CoinGecko ଅନୁସାରେ , KEKIUSର ସଦ୍ୟ ବଜାର ପୁଞ୍ଜୀକରଣ ୮୫ ମିଲିୟନ ଡଲାରରୁ ଅଧିକ ଅଛି। ୩୧ ଡିସେମ୍ୱର, ୨୦୨୪ର ଟୋକନର ଦାମ୍ ୦.୦୯୨୭୪ ଡଲାର ଯାଏ ପହଞ୍ଚି ଯାଇଛି।
ଏମିତି ବି କୁହାଯାଉଛି କି ,ମସ୍କଙ୍କ ଏହି ହରକତ କ୍ରିପ୍ଟୋକରେନ୍ସିରେ ମିମ୍ କଏନ ସିଜନର ଫେରିସ୍ତର ଆକଳନକୁ ମଧ୍ୟ ଜନ୍ମ ଦେଇଛି। ଏଲନ ମସ୍କ Kekius Maximusର ନାଁ ସହ ଜଡ଼ିତ ଅନେକ ମିମ୍ସ ଓ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କର ଫଲୋୟର୍ସରେ ଉତ୍ସୁକତା ଆହୁରି ବଢି ଯାଇଛି।
କ୍ରିପ୍ଟୋ ମାର୍କେଟ୍ରେ ମସ୍କଙ୍କ ପ୍ରଭାବ –
ଏଲନ ମସ୍କଙ୍କୁ ଅନେକ ସମୟରେ କ୍ରିପ୍ଟୋ ବଜାରରେ ବଡ଼ ପରିବର୍ତ୍ତନର ଶ୍ରେୟ ଦିଆଯାଏ। ତାଙ୍କର ଟ୍ୱିଟ୍ସ ଓ ସୋସିଆଲ ମିଡ଼ିଆ ଗତିବିଧି ଗୁଡ଼ିକ ଡଗ୍କଏନ ଭଳି କ୍ରିପ୍ଟୋକରେନ୍ସିକୁ ଚର୍ଚ୍ଚାକୁ ଆଣି ସାରିଛି । KEKIUSର ମାମଲାରେ ମଧ୍ୟ ତାଙ୍କର ନୂଆ ପରିଚୟ ନିବେଶକଙ୍କ ଧ୍ୟାନ ଆକର୍ଷିତ କରିଛି।
ମିମକଏନ ସିଜରର ରିଟର୍ଣ୍ଣ ?
KEKIUSର ଲୋକପ୍ରିୟତା ବୃଦ୍ଧି ସହ , ଅନ୍ୟ ମିମ-ଆଧାରିତ କ୍ରିପ୍ଟୋକରେନ୍ସିର ଦାମରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ବିଶେଷଜ୍ଞଙ୍କ ଅନୁସାରେ , ଏହା କ୍ରିପ୍ଟୋ ବଜାରରେ ମିମକଏନ ସିଜନର ରିଟର୍ଣ୍ଣର ସଙ୍କେତ ହୋଇପାରେ।