ପ୍ରମୂଖ ଖବର
  • ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍ : ୨୫% ଶୁଳ୍କ ସହ ଜରିମାନା ଲଗାଇଲା ଆମେରିକା, ୧ ଅଗଷ୍ଟରୁ ହେବ ଲାଗୁ
  • ||
  • ଗଲୱାନର ଚାରବାଗ ଅଞ୍ଚଳରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଗୁରୁତର
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଗିରଫ
  • ||
  • ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ||
  • ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କନ୍ଧମାଳ : ସାପ କାମୁଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ଏଲନ୍ ମସ୍କଙ୍କ ନ୍ୟୁରୋଲିଙ୍କ୍‌ ଚିପ୍‌ର କମାଲ; ପକ୍ଷାଘାତର ୨୦ ବର୍ଷ ପରେ କମ୍ପ୍ୟୁଟର ଚଲାଇଲେ ମହିଳା

Published By : Ankita S | July 30, 2025 8:53 AM

ନୂଆଦିଲ୍ଲୀ,୩୦/୦୭: ଦୀର୍ଘ ଦୁଇ ଦଶନ୍ଧି ଧରି ପକ୍ଷାଘାତରେ ପୀଡ଼ିତ ଥିଲେ । ନା କିଛି ଜାଣୁଥିଲେ ନା ବୁଝୁଥିଲେ । ନିଜ କାମ ନିଜେ କରିବା ତ ବହୁ ଦୂରରେ । ୨୦ ବର୍ଷ ଧରି ପକ୍ଷାଘାତ ବା ପାରାଲିସିସ୍‌ରେ ପୀଡ଼ିତା ଜଣେ ମହିଳା କମ୍ପ୍ୟୁଟର ଚଲାଇଛନ୍ତି । ମହିଳାଙ୍କ ମସ୍ତିଷ୍କରେ ଲାଗିଛି ଏଲନ ମସ୍କଙ୍କ ନ୍ୟୁରାଲିଙ୍କ୍‌ ଚିପ୍‌ । ଅଡ୍ରେ କ୍ର‌୍ୟୁଜ୍‌ ନାମ୍ନୀ ଏହି ମହିଳା ବ୍ରେନ୍‌ ଚିପ୍‌ ସାହାଯ୍ୟରେ ନିଜ ବିଚାରକୁ ଉପଯୋଗ କରି କମ୍ପ୍ୟୁଟର ଚଲାଇଛନ୍ତି । ୨୦ ବର୍ଷ ପରେ ପ୍ରଥମ ଥର ନିଜ ନାମ ଲେଖିଛନ୍ତି ମହିଳା ଜଣକ । ଅଡ୍ରେ ନିଜ ଏକ୍ସ ଆକାଉଣ୍ଟ୍‌ରେ ଏକ ପୋଷ୍ଟ୍‌ ଶେୟାର କରିଛନ୍ତି । 

ଏଥିରେ ସେ ଚିପ୍‌ ସାହାଯ୍ୟରେ ମସ୍ତିଷ୍କର ନିର୍ଦ୍ଦେଶ ଜରିଆରେ ନିଜ ନାଁ ଲେଖିବାକୁ ପ୍ରଥମ ଥର ପ୍ରୟାସ କରୁଥିବା ଦେଖିବାକୁ ମିଳିଛି । ଏହି ପ୍ରକ୍ରିୟାରେ ପ୍ରୟୋଗ ହୋଇଥିବା ଟେକ୍ନୋଲୋଜି ବ୍ରେନ୍‌କମ୍ପ୍ୟୁଟର ଇଣ୍ଟରଫେସ୍‌ (ବିସିଆଇ) ନାମରେ ପରିଚିତ । ଆଉ ଏକ ପୋଷ୍ଟ୍‌ରେ ଅଡ୍ରେ ଡୁଡଲ୍‌ର କିଛି ଫଟୋ ଶେୟାର କରିଛନ୍ତି, ଯାହାକୁ ସେ ମସ୍ତିଷ୍କକୁ ନିର୍ଦ୍ଦେଶ ଦେଇ ପ୍ରସ୍ତୁତ କରିଛନ୍ତି । ପୋଷ୍ଟ୍‌ରେ ସେ କ୍ୟାପ୍‌ସନ ଦେଇଛନ୍ତି, ପଏଣ୍ଟର୍‌ରେ ଆଙ୍ଗୁଳି ରଖି କ୍ଲିକ୍‌ କରିବା ଓ କର୍ସର୍‌ ଚଲାଇବା କଥା ଚିନ୍ତା କରି ସେ କିଛି ଡୁଡଲ୍‌ ପ୍ରସ୍ତୁତ କରିଛନ୍ତି । ଟେଲିପାଥି ଜରିଆରେ ଏପରି କରିଥିବା ସେ ଲେଖିଛନ୍ତି ।

ନ୍ୟୁରାଲିଙ୍କ୍‌ ଏକ ବ୍ରେନ୍‌-କମ୍ପ୍ୟୁଟର ଇଣ୍ଟର୍‌ଫେସ କମ୍ପାନି । ୨୦୧୬ରେ ଏଲନ ମସ୍କ ଏହାକୁ ପ୍ରତିଷ୍ଠା କରିଥିଲେ । ମସ୍ତିଷ୍କରେ ଏକ ସୂକ୍ଷ୍ମ ଚିପ୍‌ ପ୍ରତିରୋପଣ ଜରିଆରେ ବ୍ୟକ୍ତିଙ୍କ ସ୍ନାୟବିକ ସଙ୍କେତକୁ କିଛି ବାହ୍ୟ ଉପକରଣ ପଠାଇବାରେ ଏହା ସାହାଯ୍ୟ କରେ । କମ୍ପାନିର ୱେବ୍‌ସାଇଟ୍‌ ଅନୁସାରେ, ଚିକିତ୍ସକୀୟ ପରୀକ୍ଷଣରେ ଲୋକେ ସେମାନଙ୍କ ବିଚାର ଜରିଆରେ କମ୍ପ୍ୟୁଟର ଓ ରୋବୋଟିକ୍‌ ହାତକୁ ନିୟନ୍ତ୍ରଣ କରିବା ପାଇଁ ନ୍ୟୁରାଲିଙ୍କ୍‌ ଡିଭାଇସ୍‌ ବ୍ୟବହାର କରୁଛନ୍ତି । ମାନବ ସାମର୍ଥ୍ୟର ନୂଆ ଦିଗକୁ ଉନ୍ମୁକ୍ତ କରିବାକୁ ଏବଂ ଯେଉଁମାନଙ୍କର ଚିକିତ୍ସା ସମ୍ଭବ ହେଉନାହିଁ, ସେମାନଙ୍କୁ ସ୍ୱତଃ କାମ କରିବାରେ ଏହି ଟେକ୍ନୋଲୋଜି ସାହାଯ୍ୟ କରିବ । ଏଲନ୍‌ ମସ୍କଙ୍କ ନ୍ୟୁଲୋଲିଙ୍କ ଚିପ୍‌ ଏକ ବଡ଼ ସଫଳତା ହାସଲ କରିଥିବା କୁହାଯାଇପାରିବ । ଅଡ୍ରେ କ୍ର‌୍ୟୁଜ୍‌ ପ୍ରଥମ ମହିଳା ଯାହାଙ୍କ ମସ୍ତିଷ୍କରେ ଏହି ଚିପ୍ ଲାଗିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.