ନୂଆଦିଲ୍ଲୀ,୨୬।୧୦: ଟେକ୍ ଇଣ୍ଡଷ୍ଟ୍ରିର ପରିଚିତ ବ୍ୟକ୍ତିତ୍ବ ଓ ସବୁଠାରୁ ଧନୀ ବ୍ୟକ୍ତି ଭାବରେ ଏଲନ୍ ମସ୍କଙ୍କୁ ସମସ୍ତେ ଜାଣନ୍ତି। ତେବେ ଏଲନ୍ ମସ୍କଙ୍କ ଅସନ୍ତୋଷ ଶିକାର ହୋଇଛି ଓ୍ବିକିପିଡିଆ। ମସ୍କ ଶୁକ୍ରବାର ଲୋକଙ୍କୁ ଓ୍ବିକିପିଡିଆକୁ ଡୋନେଶନ୍ ଦେବାକୁ ମନା କରିଛନ୍ତି। ସେ କହିଛନ୍ତି ‘ଓ୍ବିକିପିଡିଆ’ର ନିୟନ୍ତ୍ରଣ ଏବେ କଟ୍ଟର ବାମପନ୍ଥୀଙ୍କ ହାତରେ ରହିଛି। ତେଣୁ ଲୋକଙ୍କୁ ‘ଓ୍ବିକିପିଡିଆ’କୁ ଡୋନେସନ୍ ଦେବା ବନ୍ଦ କରିଦେବା ଦରକାର।’

ଆମେରିକା ନିର୍ବାଚନରେ ଏଲନ୍ ମସ୍କ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ସମର୍ଥନ କରୁଛନ୍ତି। ସେ ‘ପାଇରେଟ୍ ଭାୟର୍ସ’ର ଏକ ରିପୋର୍ଟରେ ଜବାବ୍‌ରେ ଓ୍ବିକିପିଡିଆକୁ ଟାର୍ଗେଟ କରିଛନ୍ତି। ଏହି ରିପୋର୍ଟରେ ସେ ଅଭିଯୋଗ କରିଛନ୍ତି ଯେ, ପ୍ରାୟ ୪୦ ‘ପ୍ରୋ ହମାସ୍’ ଓ୍ବିକିପିଡିଆ ସମ୍ପାଦକଙ୍କ ଭିତରେ ଅଛନ୍ତି। ଏକ ମିଳିତ ଅଭିଯାନ ଅନୁସାରେ, ଇସ୍ରାଏଲକୁ ବେଆଇନ ପ୍ରମାଣିତ, କଟ୍ଟରପନ୍ଥୀ ଇସଲାମିକ୍ ସଂଗଠନକୁ ସକାରତ୍ମକ ରୂପରେ ପ୍ରସ୍ତୁତ କରିବା ଓ ଇସ୍ରାଏଲ-ପାଲେଷ୍ଟାଇନ୍ ସଂଘର୍ଷ ଉପରେ ବିଦ୍ବେଷପୂର୍ଣ୍ଣ ବିଚାରକୁ ମୁଖ୍ୟଧାରା ଦେଖାଇବାର ଚେଷ୍ଟା କରିଛନ୍ତି। କୁହାଯାଉଛି ଯେ, ଏହି ଗତିବିଧି ୭ ଅକ୍ଟୋବର ଆକ୍ରମଣ ପରଠାରୁ ତୀବ୍ର ହେବାରେ ଲାଗିଛି। 

ଏହା ପ୍ରଥମ ଥର ନୁହେଁ ଯେବେ ମସ୍କ ‘ଓ୍ବିକିପିଡିଆ’ ଉପରେ କଟ୍ଟର ବାମପନ୍ଥୀ ବିଚାରଧାରା ଗ୍ରହଣ କରିବାର ଅଭିଯୋଗ କରିଛନ୍ତି। ଗତ ବର୍ଷ ନଭେମ୍ବରରେ ସେ ଓ୍ବିକିପିଡିଆ ଉପରେ ବହୁ ଗମ୍ଭୀର ଅଭିଯୋଗ କରିଥି‌ଲେ।ଗତ ବର୍ଷ ନଭେମ୍ବରରେ ସେ ଓ୍ବିକିପିଡିଆ ଉପରେ ବହୁ ଗମ୍ଭୀର ଅଭିଯୋଗ ଲଗାଇଥିଲେ। ଏପରିକି ଏହାର ସଂସ୍ଥାପକ ଜିମି ଓ୍ବେଲ୍‌ଙ୍କ ସହ ବିବାଦ ମଧ୍ୟ ହୋଇଥିଲା। କେବଳ ସେତିକି ନୁହେଁ ମସ୍କ କହିଥିଲେ, ଯଦି ଓ୍ବିକିପିଡିଆ ନିଜର ନାଁ ‘ଡିକିପିଡିଆ’ ରଖ ତେବେ ୧ ଅରବ ଡଲାର ଦେବି। ଏହା ଉପରେ ଜିମ୍ମି ଭେଲ୍ସ ପ୍ରତିକ୍ରିୟା ଦେଇ କହିଥିଲେ, ମୋତେ ତାଙ୍କ କଥା ଉପରେ ଧ୍ୟାନ ଦେବାର ଦରକାର ନାହିଁ।’

ସବୁଠାରୁ ବଡ଼ କଥା ଭାରତରେ ମଧ୍ୟ ଓ୍ବିକିପିଡିଆ ବିବାଦରେ ଘେରି ରହିଛି। ୫ ସେପ୍ଟେମ୍ବରରେ ଦିଲ୍ଲୀ ହାଇକୋର୍ଟ ଓ୍ବିକିପିଡିଆକୁ ଅବମାନନା ନୋଟିସ୍ ଜାରି କରିଥିଲେ। ସେତେବେଳେ ଓ୍ବିକିପିଡିଆ ଜଣେ ଭାରତୀୟ ସମାଚାର ଏଜେନ୍ସିର ପେଜ୍ ଉପରେ ଏଡିଟ୍ କରିଥିବା ୟୁଜର୍ସଙ୍କ ସୂଚନା ଦେବାରେ ଅସମର୍ଥତା ପ୍ରକାଶ କରିଥିଲା। କୋର୍ଟ କଡା ଟିପ୍ପଣୀ ଦେଇ କହିଥିଲେ, ଯଦି ଓ୍ବିକିପିଡିଆର ପାଳନ କରିବା କଠିନ ତେବେ ଭାରତରେ ଓ୍ବିକିପିଡିଆ ବନ୍ଦ ହେବା ଦରକାର ଓ କେନ୍ଦ୍ର ସରକାରଙ୍କୁ ଏହା ଉପରେ କଟକଣା  ଲଗାଇଦେବା ଉଚିତ ବୋଲି ଅପିଲ କରୁଛୁ।