ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

‘ଚୁପ୍ ରୁହ, ଛୋଟ ଲୋକ’: ଜାଣନ୍ତୁ ପୋଲାଣ୍ଡର ବୈଦେଶିକ ମନ୍ତ୍ରୀଙ୍କୁ କାହିଁକି ଏଭଳି କହିଲେ ମସ୍କ ?

Published By : Harapriya Biswal | March 10, 2025 6:52 PM

ନୂଆଦିଲ୍ଳୀ,୧୦।୩:  ବିଶ୍ବର ଏକ ନମ୍ବର ଧନୀ ଏଲୋନ ମସ୍କ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ସରକାରରେ ଗୁରୁତ୍ବପୂର୍ଣ୍ଣ ବିଭାଗ DOGE ସମ୍ଭାଳୁଛନ୍ତି।  ଏଲନ୍ ମସ୍କଙ୍କ ପୋଲାଣ୍ଡର ବୈଦେଶିକ ମନ୍ତ୍ରୀ ରାଡୋସ୍ଲାଭ ସିକୋରସ୍କିଙ୍କ ସହ ଯୁକ୍ତିତର୍କ ହୋଇଛି। ମାମଲାଟି ୟୁକ୍ରେନ୍‌ରେ ଷ୍ଟାରଲିଙ୍କ ସେବା ସହ ଜଡିତ ରହିଛି। ମସ୍କଙ୍କ ଦାବି ଅନୁସାରେ ଷ୍ଟାରଲିଙ୍କର ସେବା ୟୁକ୍ରେନ୍‌ରେ ବନ୍ଦ କରିଦେଇଥିଲେ, ଋଷର ମୁକାବିଲା କରିପାରିନଥାନ୍ତା ୟୁକ୍ରେନ୍। କେବଳ ସେତିକି ନୁହେଁ ଏଲୋନ ମସ୍କ ଏତେ ରାଗି ଯାଇଥିଲେ ଯେ, ସିକୋରସ୍କିଙ୍କୁ କହିଛନ୍ତି, ତୁମେ ଚୁପ୍ ରୁହ, ଛୋଟ ଲୋକ।

୯ ମାର୍ଚ୍ଚରେ ସିକୋରସ୍କି ପରାମର୍ଶ ଦେଇଥିଲେ ଯେ, ମସ୍କଙ୍କ ସାଟେଲାଇଟ୍ ସେବା ବିଶ୍ବାସନୀୟ ନୁହେଁ। ତେଣୁ ପୋଲାଣ୍ଡ ଓ ୟୁକ୍ରେନ୍ ପାଇଁ ଅନ୍ୟ ବିକଳ୍ପ ଖୋଜିବା ଦରକାର। ଏହା ଉପରେ ମସ୍କ ପାଲଟା ଆକ୍ରମଣ କରି କହିଛନ୍ତି, ଚୁପ୍ ରୁହ ଛୋଟ ଲୋକ। ଷ୍ଟାରଲିଙ୍କର କୌଣସି ବିକଳ୍ପ ନାହିଁ।’

ମସ୍କ କହିଛନ୍ତି, ଷ୍ଟାରଲିଙ୍କ ବିନା ୟୁକ୍ରେନ୍‌ର ପୁରା ଫ୍ରଣ୍ଟଲାଇନ୍ ଖସି ଯିବ। କାରଣ ଋଷ ଅନ୍ୟ ସବୁ ସଞ୍ଚାର ନେଟଓ୍ବର୍କ ଜାମ୍ କରିପାରେ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ମୁଁ ୟୁକ୍ରେନ୍‌ର ନୀତିରେ ଯେତେ ବି ଅସହମତ ରହିଛି, କିନ୍ତୁ ଷ୍ଟାରଲିଙ୍କକୁ କେବେ ବନ୍ଦ କରାଯିବନି।’ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିୟା କହିଛନ୍ତି, ପୋଲାଣ୍ଡକୁ ଧନ୍ୟବାଦ ଦେବା ଦରକାର, କାରଣ ଯଦି ଷ୍ଟାରଲିଙ୍କ ନଥାନ୍ତା ତେବେ ଋଷ ଏପର୍ଯ୍ୟନ୍ତ ପୋଲାଣ୍ଡ ସୀମା ପର୍ଯ୍ୟନ୍ତ ପହଁଞ୍ଚି ସାରିଥାନ୍ତା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.