ୱାଂଶିଟନ : ଏଚ-୧ବି ଭିସା କାର୍ଯ୍ୟକ୍ରମକୁ ଜାରି ରଖିବା ପାଇଁ, ଯେକୌଣସି ସ୍ତରକୁ ଯିବାର ସଙ୍କଳ୍ପ ନେଇଥିବା ଆମେରିକୀୟ କୋଟିପତି ବ୍ୟବସାୟୀ ଏଲନ ମସ୍କ, ଏହି ମାମଲାରେ ନିଜର ଆଭିମୁଖ୍ୟକୁ ନରମ କରିଛନ୍ତି ଏବଂ ଦକ୍ଷ ବିଦେଶୀ ଶ୍ରମିକଙ୍କୁ ଆମେରିକା ଆଣିବା ପାଇଁ ବ୍ୟବହାର କରାଯାଉ ଥିବା ତ୍ରୁଟିପୂର୍ଣ୍ଣ ପ୍ରଣାଳୀରେ ସୁଧାରର ଆହ୍ୱାନ କରିଛନ୍ତି। ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମସ୍କ ଓ ଭାରତୀୟ-ଆମେରିକୀୟ ଟେକ୍ନୋଲଜି ଏଣ୍ଟ୍ରିପ୍ରିନିୟର ବିବେକ ରାମାସ୍ୱାମୀଙ୍କୁ ନିଜର ଡିପାର୍ଟମେଣ୍ଟ ଅଫ୍‌ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି (ଡିଓଜିଅ)ର ନେତୃତ୍ୱ କରିବା ପାଇଁ ଚୟନ କରାଯାଇଛି। ଗତ ସପ୍ତାହରେ ମସ୍କ ତର୍କ ଦେଇଥିଲେ କି, ତାଙ୍କର ସ୍ପେସ୍‌ଏକ୍ସ ଓ ଟେସଲା ଭଳି ଟେକ୍ନିକୀୟ କମ୍ପାନୀ ପାଇଁ ବିଦେଶୀ କର୍ମଚାରୀଙ୍କ ଆବଶ୍ୟକ ରହିଛି।

ମସ୍କ ଗତ ସପ୍ତାହରେ ଏକ୍ସରେ ଲେଖି ଥିଲେ, ମୁଁ ସେହି ସବୁ ମହତ୍ତ୍ୱପୂର୍ଣ୍ଣ ଲୋକଙ୍କ ସହ ଆମେରିକାରେ ଅଛି, ଯେଉଁମାନେ ଆମେରିକାକୁ ମଜବୁତ୍‌ କରୁଥିବା ସ୍ପେସଏକ୍ସ , ଟେସଲା ଓ ଶହ ଶହ ଅନ୍ୟ କମ୍ପାନୀଗୁଡ଼ିକର ନିର୍ମାଣ କରିଛନ୍ତି। ଏହାର କାରଣ ଏଚ୍‌-୧ ବି ଅଛି। ମସ୍କ ଜଣେ ଏକ୍ସ ୟୁଜରଙ୍କ ପୋଷ୍ଟର ଜବାବରେ ନିଜର ପ୍ରଥମ ବୟାନକୁ ଫେରେଇ ନେଇଛନ୍ତି, ଯେଉଁଥିରେ କୁହାଯାଇ ଥିଲା କି, ଆମେରିକାକୁ ଦୁନିଆର ସବୁଠୁ ଶ୍ରେଷ୍ଠ ପ୍ରତିଭାଙ୍କ ପାଇଁ ଏକ ଗନ୍ତବ୍ୟସ୍ଥଳ କରିବାକୁ ଚାହାନ୍ତି, କିନ୍ତୁ ତର୍କ ଦେଇଛନ୍ତି କି, ବର୍ତ୍ତମାନ ଏଚ୍-୧ ବି ପ୍ରଣାଳୀ ସମାଧାନ ନୁହେଁ।

ଏବେ ଏଲନ ମସ୍କ ରବିବାର ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ସର୍ବନିମ୍ନ ବେତନରେ ଉଲ୍ଲେଖନୀୟ ବୃଦ୍ଧି କରିବା ଓ ଏଚ୍‌-୧ ବି କୁ ଜାରି ରଖିବା ପାଇଁ ବାର୍ଷିକ ପେମେଣ୍ଟ ଯୋଡ଼ି ଏହାକୁ ସହଜରେ ଠିକ୍‌ କରାଯାଇ ପାରେ , ଯେଉଁଥିରେ ଘରୋଇ ସ୍ତର ତୁଳନାରେ ବିଦେଶରୁ ନିଯୁକ୍ତି କରାଇବା ଅଧିକ ମହଙ୍ଗା ହୋଇଯିବ। ମୁଁ ଏହି କଥାରେ ବହୁତ ସ୍ପଷ୍ଟ କି ଏହି କାର୍ଯ୍ୟକ୍ରମ ତ୍ରୁଟିପୂର୍ଣ୍ଣ ଏବଂ ଏଥିରେ ବଡ଼ ସୁଧାରର ଆବଶ୍ୟକତା ରହିଛି। 

ମସ୍କଙ୍କ ବୟାନକୁ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ମଧ୍ୟ ସମର୍ଥନ ମିଳି ସାରିଛି। ଟ୍ରମ୍ପ ନିଜର ପ୍ରଥମ କାର୍ଯ୍ୟକାଳ ଅର୍ଥାତ୍‌ ୨୦୨୦ରେ ଏହି କହି ଏହି କାର୍ଯ୍ୟକ୍ରମକୁ ପ୍ରତିବନ୍ଧିତ କରି ଦେଇଥିଲେ କି, ଏହା ବ୍ୟବସାୟ ଗୁଡ଼ିକୁ ଆମେରିକୀୟଙ୍କ ସ୍ଥାନରେ କମ୍‌ ବେତନରେ ଥିବା ବିଦେଶୀ ଶ୍ରମିକଙ୍କୁ ରଖିବାକୁ ଅନୁମତି ଦେବ। ହେଲେ ଟ୍ରମ୍ପ ଏବେ କହିଛନ୍ତି , ମୋର ସର୍ବଦା ଭିସା ପସନ୍ଦ ରହିଛି। ମୁଁ ସର୍ବଦା ଭିସାର ସପକ୍ଷରେ ରହିଛି। ଏଥିପାଇଁ ଆମ ପାଖରେ ଏହି ଏଚ-୧ବି ଭିସା ଅଛି।