ୱାଶିଂଟନ : ଟେସଲା ଓ ଏକ୍ସର ସିଇଓ ଏଲନ ମସ୍କ ଏବେ ପୂରା ଦମ୍‌ରେ ନିଜର ନୂଆ କାମ ଆରମ୍ଭ କରି ଦେଇଛନ୍ତି। ସେଠାରେ ହିଁ ପୂରା ସମୟ ବିତାଉଛନ୍ତି। ଡୋନାଲ୍ଡ ଟ୍ରମ୍ପ  ତାଙ୍କୁ ନିଜ ସରକାରରେ ଏକ ଅଲଗା ହିଁ ବିଭାଗ କରି ଦାୟିତ୍ୱ ପ୍ରଦାନ କରିଛନ୍ତି। ସେ ଡିପାର୍ଟମେଣ୍ଟ ଅଫ୍‌ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି ଅର୍ଥାତ୍‌ ସରକାରୀ ଦକ୍ଷତା ବିଭାଗର ମୁଖିଆ ହୋଇଛନ୍ତି। ଏହାର ମୁଖ୍ୟାଳୟ ୱାଶିଂଟନରେ ହିଁ ରହିଛି। ଏବେ ଏଲନ ମସ୍କ ଏହି ବିଭାଗର ଅଫିସରେ ହିଁ ରହୁଛନ୍ତି ଏବଂ ଏଠାରୁ ହିଁ ପୂରା ସମୟ ଦେଉଛନ୍ତି। ଏଲନ ମସ୍କଙ୍କୁ କାମର ନିଷ୍ଠା ପାଇଁ ଖୁବ୍‌ ଜଣାଶୁଣା । ସେ ଟେସଲା ଓ ଏକ୍ସ ପାଇଁ ମଧ୍ୟ ଏମିତି ହିଁ କାମ କରୁଛନ୍ତି। ସେ ଗତ ବର୍ଷ ହିଁ ଟ୍ୱିଟରକୁ କିଣି ଥିଲେ, ଯାହାର ନୂଆ ନାଁ ଏକ୍ସ। ଏବେ ସେ ନୂଆ ଭୂମିକାରେ ମଧ୍ୟ ପୂରା ମନଧ୍ୟାନରେ ଲାଗି ପଡ଼ିଛନ୍ତି ଏବଂ ବିଭାଗର ଅଫିସକୁ ହିଁ ନିଜ ଘର କରିଛନ୍ତି ଏବଂ ସେଠାରେ ଏକ ରୁମ୍‌କୁ ବେଡରୁମ୍‌ରେ ପରିଣତ କରି ଦେଇଛନ୍ତି।

ତାଙ୍କର ଅଫିସ୍‌ ଏସେନହାବର ଏଗଜିକ୍ୟୁଟିଭ୍‌ ଅଫିସ୍‌ ବିଲ୍ଡିଂରେ ରହିଛି, ଯାହା ହ୍ୱାଇଟ୍‌ ହାଉସର କିଛି ପାଦ ଦୂରତାରେ ରହିଛି। ଏଲନ ମସ୍କଙ୍କ କହିବାନୁସାରେ , ତାଙ୍କୁ ହ୍ୱାଇଟ୍‌ ହାଉସ୍‌ର ଲିଙ୍କନ ବେଡରୁମ୍‌ରେ ମଧ୍ୟ ରାତି ବିତାଇବାର ଅଫର ମିଳି ଥିଲା। କିନ୍ତୁ ସେ DOGEର ମୁଖ୍ୟାଳୟରେ ହିଁ ରହିବାର ନିଷ୍ପତ୍ତି ନେଇଛନ୍ତି । ଏମିତି ସେ ଏଥିପାଇଁ କରିଛନ୍ତି , ଯାହାକି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଔପଚାରିକତାକୁ ରକ୍ଷା କରି ପାରିବେ। ହ୍ୱାଇଟ୍‌ ହାଉସ୍‌ରେ ରହି ତାଙ୍କୁ କିଛି ନିୟମର ମଧ୍ୟ ପାଳନ କରିବାକୁ ପଡ଼ିବ। ଏଥିପାଇଁ ସେ DOGEର ଅଫିସରେ ହିଁ ରହିବାର ନିଷ୍ପତ୍ତି ନେଇଛନ୍ତି। ଏଲନ ମସ୍କଙ୍କର କୌଣସି କାମରେ ପୂରା ଉତ୍ସାହର ସହ ଲାଗିପଡ଼଼ିବା କୌଣସି ନୂଆ କଥା ନୁହେଁ। ସେ ଖୁବ୍‌ ପରିଶ୍ରମୀ ଭାବେ ଜଣାଯାନ୍ତି। ସେ ବିନା କୌଣସି ସମୟ ନଷ୍ଟ ନକରି କାମ କରିବାରେ ଚର୍ଚ୍ଚାରେ ରହିଛନ୍ତି। 

ଟେସଲାର ପ୍ରାରମ୍ଭିକ ଦିନରେ ତ ଏଲନ ମସ୍କ ଫ୍ୟାକ୍ଟ୍ରିର ଫ୍ଲୋରରେ ହିଁ ଶୋଇ ଯାଉ ଥିଲେ। ସେ ପୂରା ସମୟ ସେଠାରେ ବିତାଉ ଥିଲେ। ତାଙ୍କର କହିବାନୁସାରେ , ସେ ଏମିତି ଏଥିପାଇଁ କରୁଥିଲେ , ଯାହାକି କର୍ମଚାରୀଙ୍କୁ ଦେଖାଇ ପାରିବେ କ ସେ ନିଜର ସ୍ୱପ୍ନ ପାଇଁ କେତେ ପରିଶ୍ରମ କରନ୍ତି ଏବଂ ତାଙ୍କର ପରିଶ୍ରମ ଦେଖି ଅନ୍ୟ କର୍ମଚାରୀ ମଧ୍ୟ ପ୍ରେରିତ ହେବେ।