ପ୍ରମୂଖ ଖବର
  • ଆଜିଠୁ କଳିଙ୍ଗରେ ହକି ପର୍ବ: ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ
  • ||
  • ପ୍ରୟାଗରାଜରେ ଭୀଷଣ ଦୁର୍ଘଟଣା : ବସ୍ ସହ ଧକ୍କା ହେଲା ବୋଲେରୋ, ୧୦ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ
  • ||
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ବକ୍ସ ଅଫିସରେ କାମ ଦେଲାନି 'ଏମରଜେନ୍ସି'ର ଯାଦୁ, ପ୍ରଥମ ଦିନରେ କଲା ଏତିକି କଲେକ୍ସନ

Published By : Anindita | January 18, 2025 11:21 AM

ମୁମ୍ବାଇ, ୧୮/୦୧: ଗତକାଲି ବହୁ ବାଦ ବିବାଦ ପରେ ରିଲିଜ ହୋଇଯାଇଛି କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମରଜେନ୍ସି' । ତେବେ ଫିଲ୍ମ ପ୍ରଥମ ଦିନରେ ଦର୍ଶକଙ୍କ ମନ ଜିତିବାରେ ବିଫଳ ହୋଇଛି । ଅନେକ ଦିନ ପରେ 'ଏମରଜେନ୍ସି' ସହ ପରଦାକୁ ଫେରିଥିଲେ କଙ୍ଗନା । ହେଲେ ବକ୍ସ ଅଫିସରେ କାମ ଦେଲାନି କଙ୍ଗନାଙ୍କ ଅଭିନୟ । ତେବେ ଆସନ୍ତୁ ଜାଣିବା 'ଏମରଜେନ୍ସି' ରିଲିଜର ପ୍ରଥମ ଦିନରେ କେତେ ଆୟ କରିଛି ?

କଙ୍ଗନା ରାଣାୱତଙ୍କ 'ଏମରଜେନ୍ସି' ରିଲିଜ ପୂର୍ବରୁ ଅନେକ ବିବାଦରେ ଘେରି ରହିଥିଲା । ଟ୍ରେଲର ରିଲିଜ ପରେ ପ୍ରଶଂସକମାନେ ମଧ୍ୟ ଏହାକୁ ବଡ଼ ପରଦାରେ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଥିଲେ। ଶେଷରେ 'ଏମରଜେନ୍ସି' ସିନେମା ରିଲିଜ ହୋଇଛି। ଏହି ଫିଲ୍ମରେ କଙ୍ଗନା ପୂର୍ବତନ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ଅନୁପମ ଖେର, ଶ୍ରେୟସ ତଲପଡେ଼ ଏବଂ ମହିମା ଚୌଧୁରୀଙ୍କ ସମେତ ଅନେକ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। 'ଏମରଜେନ୍ସି'ର ପ୍ରଥମ ଦିନର ଆୟର ପ୍ରାରମ୍ଭିକ ଆକଳନ ଆସିଛି। କଙ୍ଗନାଙ୍କ ଏହି ଫିଲ୍ମଟି ତାଙ୍କର ଶେଷ ମୁକ୍ତିଲାଭ କରିଥିବା ତେଜସ୍ ଅପେକ୍ଷା ଭଲ ଆରମ୍ଭ କରିଛି । ସାକନିକଙ୍କ ରିପୋର୍ଟ ଅନୁସାରେ, ରିଲିଜର ପ୍ରଥମ ଦିନରେ ୨.୩୫ କୋଟି ଟଙ୍କା ରୋଜଗାର କରିଛି । 

ଏହା ମଧ୍ୟ ପଢନ୍ତୁ-

କଙ୍ଗନା ରାଣାୱତଙ୍କ 'ଏମରଜେନ୍ସି' ରିଲିଜର ପ୍ରଥମ ଦିନ କମ ଆୟ କରିଛି । ତଥାପି, ଏହି ଫିଲ୍ମଟି ଅଭିନେତ୍ରୀଙ୍କ ପୂର୍ବ ଫିଲ୍ମ ତେଜସ ଅପେକ୍ଷା ପ୍ରଥମ ଦିନରେ ଅଧିକ ରୋଜଗାର କରିଛି । ଏମରଜେନ୍ସି' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ରଟି, ୧୯୭୫-୧୯୭୭ ଦୁଇ ବର୍ଷର ଭାରତର ଅନ୍ଧକାର ଅଧ୍ୟାୟ ଉପରେ ଆଧାରିତ । ଯେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ ୨୫ ମଧ୍ୟରାତ୍ରିରୁ ଦେଶବ୍ୟାପୀ ଏମରଜେନ୍ସି ଘୋଷଣା କରିଥିଲେ । ଏହି ଚଳଚ୍ଚିତ୍ରଟିରେ ଅଭିନୟ ସହ କଙ୍ଗନା ରାଣାୱତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.